ନବରାତ୍ରୀରେ ଶରୀରର ଏହି ଅଙ୍ଗରେ ବାନ୍ଧି ଦିଅନ୍ତୁ କଳା ସୂତା । ବହୁତ ଯଲଦି ହୋଇଯିବେ କୋଟିପତି ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏଭଳି ଏକ ପ୍ରଭାବୀ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ । ସାଧରଣତଃ ମନୁଷ୍ୟ ଜୀବନ ଅର୍ଥ ଦୁଃଖ ସହିତ ସୁଖ ରହିବ । ମାତ୍ର ଅନେକ ସମୟରେ ଜୀବନରେ ନକରାତ୍ମକତା କାରଣରୁ ଅନେକ ସମସ୍ୟା ଆସିଥାଏ । ନକରାତ୍ମକତା କାରଣରୁ ଆର୍ଥିକ ସମସ୍ୟା , ପାରିବାରିକ ଅଶାନ୍ତି କଳହ ଦେଖା ଦେଇଥାଏ ।

ଜୀବନରେ ଅନେକ ପରିଶ୍ରମ କରିବା ସତ୍ତ୍ୱେବି କିଛି ଲାଭ ମିଳିପାରେ ନାହିଁ । ଏହିସବୁର କାରଣ , ନକରାତ୍ମକତା ଏବଂ ଘରେ ରଖା ଯାଉଥିବା ଭିନ୍ନ ଭିନ୍ନ ଜିନିଷ ମଧ୍ୟ ହୋଇପାରେ । ତେବେ ନକରାତ୍ମକତା କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ , ଇର୍ଷା ଏବଂ ଦ୍ଵେଷ ମଧ୍ୟ ଦେଖା ଦେଇପାରେ । ଯେଉଁ କାରଣରୁ ମନୁଷ୍ୟ ସବୁବେଳେ ଅସଫଳ ହୋଇଥାଏ ଏବଂ ଏହି ନକରାତ୍ମକତା କେବେ ମନୁଷ୍ୟକୁ ଆଗକୁ ବଢ଼ିବାକୁ ଦିଏନାହିଁ ।

ଆଜିକାର ଲେଖାରେ ଆମେ ଏସବୁ ସମସ୍ୟାରୁ ମୁକ୍ତି ପାଇଁ କିଛି ଖାସ ଉପାୟ ବିଷୟରେ କହିବୁ । ସାଧରଣତଃ କଳା ସୂତା ସମ୍ବନ୍ଧୀୟ କିଛି ଉପାୟ ଅନେକ ପୁରା କାଳରୁ ପ୍ରଚଳିତ ହୋଇ ଆସୁଛି । ମନୁଷ୍ୟର ଶରୀର ପଞ୍ଚତତ୍ତ୍ୱରେ ତିଆରି ହୋଇଥାଏ ଯାହା ମନୁଷ୍ୟକୁ ଶକ୍ତି ଦେଇଥାଏ । ମାତ୍ର ନକରାତ୍ମକ ଶକ୍ତି କାରଣରୁ ସେହି ଶକ୍ତି ମନୁଷ୍ୟ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ ।

ତେଣୁ ଏହି କଳା ସୂତା ମନୁଷ୍ୟର ଦୃଷ୍ଟିକୁ ଅବରୋଧ କରଥାଏ ଏବଂ ମନୁଷ୍ୟକୁ ପଞ୍ଚତତ୍ତ୍ୱରୁ ଶକ୍ତି ମିଳିଥାଏ । କଳା ରଙ୍ଗ କିମ୍ୱା କଳା ସୂତା ନକରାତ୍ମକତାକୁ ଅବଶୋଷିତ କରିଥାଏ । ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ଏବଂ ବିବାହ ସମୟରେ ବର ବଧୂଙ୍କୁ ମଧ୍ୟ କଳା ଟୀକା ଲଗା ଯାଇଥାଏ । ସର୍ବପରେ କହିବାକୁ ଗଲେ ଜୀବନରେ କଳା ସୂତା ପ୍ରୟୋଗର ଅନେକ ମହତ୍ତ୍ୱ ରହିଛି ।

ତେଣୁ ପ୍ରଥମ ଉପାୟ କରିବା ପାଇଁ ଯଥେଷ୍ଟ ଲମ୍ବର ଏକ କଳା ସୂତା ନିଅନ୍ତୁ ଏବଂ ଆଖପାଖର କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଯାଆନ୍ତୁ । ଶନିଦେବଙ୍କ ସାମ୍ନାରେ ଜଳୁଥିବା ସୋରିଷ ତେଲ ଦୀପରେ ସେହି କଳା ସୂତାକୁ ବୁଡ଼ାଇ ସେଥିରେ ହନୁମାନଙ୍କ ସିନ୍ଦୁର ଲଗାଇ ଦିଅନ୍ତୁ । ଏହାପରେ ସେଥିରେ ସାତଟି ଗଣ୍ଠି ପକାଇ ନିଜର ସାତୋଟି ସମସ୍ୟା କିମ୍ବା ମନସ୍କାମନା କହି ଦିଅନ୍ତୁ ।

ଏହାପରେ ଓଁ ଶଂ ଶନିଶ୍ଚରାୟ ନମଃ ୭ ଥର ଜପ କରନ୍ତୁ ଏବଂ ହନୁମାନ ଚାଳିଶା ଜପ କରି ଦୀପ ଉପର ଦେଇ ସେହି କଳା ସୂତାକୁ ସାତ ଥର ବୁଲାଇ ଆଣନ୍ତୁ । ଏହାପରେ ଆଦୋୖ କଥାବାର୍ତ୍ତା ନକରି ଚୁପଚାପ ଘରକୁ ଚାଲି ଆସନ୍ତୁ । ସୂତାକୁ ରାତିରେ ଘରର ମନ୍ଦିରରେ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନିଜ ଘରର ସଦସ୍ୟଙ୍କ ହାତରେ କିମ୍ବା ବେକରେ କିମ୍ବା ଗୋଡ଼ରେ ବାନ୍ଧି ଦିଅନ୍ତୁ । ମାତ୍ର ଧ୍ୟାନ ଦେବେ ଯେପରି ସେହି ସୂତାର ଗଣ୍ଠିରେ ବ୍ଲେଡ଼ କିମ୍ବା କୌଣସି ଧାରୁଆ ଅସ୍ତ୍ର ନଲାଗେ ।

ଏହି ରଙ୍ଗର ସୂତା ବ୍ୟତୀତ ଶରୀରରେ ଅନ୍ୟ କୌଣସି ରଙ୍ଗର ସୂତା ରହିବା ଉଚିତ ନୁହେଁ । ଏହା ଶନି ଦୋଷରୁ ମଧ୍ୟ ରକ୍ଷା କରିଥାଏ । ଆପଣ ତାହାକୁ ଶରୀର ପରିବର୍ତ୍ତେ ଘରର ମୁଖ୍ୟ ଦ୍ୱାରରେ ମଧ୍ୟ ବାନ୍ଧି ପାରିବେ । ତାହା ଆପଣଙ୍କ ପରିବାରର ରକ୍ଷା କରିବା ସହିତ ନକରାତ୍ମକତାକୁ ଦୂର କରିବ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହେଉଥାଏ ତେବେ ଶୋଇବା କକ୍ଷର ବିଛଣା ତଳେ ଏହିଭଳି ଏକ ଶହେ ମିଟର ଲମ୍ବର ଏକ କଳା ସୂତାକୁ ଅଭିମନ୍ତ୍ରିତ କରି ତକିଆ ଠାରୁ ଏକ ଫିଟ ଦୂରରେ ରଖି ଦିଅନ୍ତୁ , ଯେମିତିକି ଶୋଇବା ବେଳେ ଆପଣଙ୍କ ପିଠି ଏହା ଉପରେ ରହିବ ।

ଏହି ଉପାୟ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ କମିଯାଏ ଏବଂ ପରସ୍ପର ମଧ୍ୟରେ ପ୍ରେମ ବଢ଼ିଥାଏ । ଘରର କେହି ବ୍ୟକ୍ତି ଉପରେ ନଜର ଦୋଷ ଲାଗିଥିଲେ ସେହି ବ୍ୟକ୍ତିକୁ ମଧ୍ୟ କଳା ସୂତା ବାନ୍ଧି ଦିଅନ୍ତୁ । ଯଦି ସେହି ସୂତା କୌଣସି ସମୟରେ କାମ ନଦିଏ ତେବେ ତାହାକୁ ପ୍ରତ୍ୟେକ ସପ୍ତାହରେ ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ନେଇ ଅଭିମନ୍ତ୍ରିତ କରି ଆଣନ୍ତୁ ନଚେତ ପୂଜାଘରେ ଜଳୁଥିବା ଦୀପ ଉପର ଦେଇ ସାତ ଥର ବୁଲାଇ ଆଣନ୍ତୁ ।

Leave a Reply

Your email address will not be published. Required fields are marked *