ରାମ ନବମୀ ଦିନ ଏହି ଗୋଟିଏ ଜିନିଷ ନିହାତି ଖାଇ ଦିଅନ୍ତୁ ଏବଂ କରି ଦିଅନ୍ତୁ ଏହି ଖାସ ଉପାୟ । ପୁରା ବର୍ଷ ଆସିବ ଟଙ୍କା ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ରାମନବମୀରେ କେଉଁ ଗୋଟିଏ ଜିନିଷ ଖାଇଲେ ଏବଂ କେଉଁ ବିଶେଷ ଉପାୟ କଲେ ବର୍ଷ ସାରା ଧନ ପ୍ରାପ୍ତି ହେବ । ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ଦିନ ଭଗବାନ ଶ୍ରୀହରି ନାରାୟଣଙ୍କ ଅବତାର ଅର୍ଥାତ ତ୍ରେତୟା ଯୁଗରେ କୌଶଲ୍ୟାଙ୍କ କୋଳରେ ରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ଯେଉଁ ଦିନକୁ ପ୍ରତ୍ୟେକ ବର୍ଷ ରାମଚନ୍ଦ୍ରଙ୍କ ଜନ୍ମ ଦିନ ଅର୍ଥାତ ରାମନବମୀ ଆକାରରେ ପାଳନ କରାଯାଇଥାଏ ।

ଏହା ଅତ୍ୟନ୍ତ ଖାସ ହେବାର ଆଉ ଏକ କାରଣ ହେଉଛି ଏହିଦିନ ତୁଳସୀ ଦାସ ରାମଚରିତ ମାନସର ରଚନା ଆରମ୍ଭ କରିଥିଲେ । ଏହା ଉଲ୍ଲେଖ କରିଛନ୍ତି ଯେ ଭଗବାନ ରାମଚନ୍ଦ୍ର ଅଭିଜିତ ମୁହୂର୍ତ୍ତରେ ଜନ୍ମଗ୍ରହଣ କରିଥିଲେ । ଏଥର ରାମନବମୀ ଅତ୍ୟନ୍ତ ଖାସ ସଂଯୋଗ ନେଇ ଆସୁଛି । ରାମନବମୀ ଦିନ କରାଯାଉଥିବା କୌଣସି ଶୁଭ କାର୍ଯ୍ୟ ନିଶ୍ଚୟ ସିଦ୍ଧ ହୋଇଥାଏ ।

ଚଳିତ ବର୍ଷ ରାମନବମୀ ମାର୍ଚ୍ଚ ୩୦ ଗୁରୁବାର ଦିନ ପାଳିତ ହେବ ଏବଂ ଏହି ପବିତ୍ର ଉତ୍ସବକୁ ଠିକ ୧୨ ରେ ପାଳନ କରାଯାଏ । ଏଥର ରାମନବମୀରେ ବନୁଥିବା ଅନେକ ଦୁର୍ଲଭ ସଂଯୋଗ ଅନୁଯାୟୀ ଯଦି ଆପଣ ଏହିଦିନ କୌଣସି ଗୋଟିଏ ଖାସ ଜିନିଷର ସେବନ କରନ୍ତି ତେବେ ପୁରା ବର୍ଷ ଧନ ଅର୍ଜନ ହେବ ଏବଂ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ ।

ତେଣୁ ଉପାୟ ଅନୁଯାୟୀ ରାମନବମୀ ଦିନ ସକାଳୁ ଜଲଦି ଉଠି ସ୍ନାନ ନିତ୍ୟକର୍ମ ସାରି ପୂଜାଘରେ ଦେବୀ ଦେବତାଙ୍କୁ ପୂଜା କରି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ । ଏହିଦିନ ରାମନବମୀ ବ୍ରତ କରିବାର ମଧ୍ୟ ବିଧାନ ରହିଛି । ରାମନବମୀ ବ୍ରତ ସାଧରଣତଃ ତିନି ପ୍ରହର ପର୍ଯ୍ୟନ୍ତ ମାନା ଯାଇଥାଏ ତେଣୁ ତିନି ପ୍ରହର ପରେ ଭୋଜନ ଗ୍ରହଣ କରି ପାରିବେ କିମ୍ବା ରାମ ଜନ୍ମୋତ୍ସବ ପରେ ରାମଚନ୍ଦ୍ରଙ୍କୁ ଭୋଗ ଲଗାଇ ସାରିବା ପରେ ଭୋଜନ ଗ୍ରହଣ କରି ପାରିବେ ।

ରାମଚନ୍ଦ୍ରଙ୍କୁ ପୂଜା କରିବା ପୂର୍ବରୁ ପ୍ରଥମେ ଆହ୍ୱାନ କରନ୍ତୁ ଏବଂ ପଞ୍ଚାମୃତରେ ଅଭିଷେକ କରି ତୁଳସୀ ଜଳ ନିଶ୍ଚୟ ଅର୍ପିତ କରନ୍ତୁ । ଏହାପରେ ଅକ୍ଷତ , ପୁଷ୍ପ , ଅତର , ସୁନ୍ଦର ବସ୍ତ୍ର ଅର୍ପିତ କରି ଦ୍ୱିପ୍ରହର ୧୨ ରେ ଭୋଗ ଲଗାନ୍ତୁ । ଫଳ ବ୍ୟତୀତ ରାମଚନ୍ଦ୍ରଙ୍କ ପ୍ରିୟ କ୍ଷୀରି ଅର୍ପିତ କରି ପାରିବେ । ଖିରିରେ ତୁଳସୀ ନିଶ୍ଚୟ ପକାନ୍ତୁ ଏବଂ ଚାରିପଟେ ଜଳ ସିଞ୍ଚି ଆରତୀ କରନ୍ତୁ । ଆରତୀ ପରେ ସବୁ ଭକ୍ତଙ୍କୁ ପ୍ରସାଦ ବିତରଣ କରି ରାମଚାରିତ ମାନସ ପାଠ ମଧ୍ୟ କରନ୍ତୁ ।

ଏହିଦିନ ରାମଚାରିତ ମାନସ ପାଠ କରିବାର ବିଶେଷ ମହତ୍ତ୍ୱ ରହିଛି । ପୂଜା ସରିବା ପରେ ଭଗବାନ ରାମଚନ୍ଦ୍ରଙ୍କୁ ହାତ ଯୋଡ଼ି ପ୍ରାର୍ଥନାରେ ନିଜର ସବୁ ମନସ୍କାମନା କହି ଦିଅନ୍ତୁ । ଭୋଗ ଲଗାଇଥିବା କ୍ଷୀରିକୁ ପ୍ରସାଦ ଆକାରରେ ନିଜେ ଏବଂ ପରିବାର ସଦସ୍ୟଙ୍କ ସହିତ ଗ୍ରହଣ କରନ୍ତୁ ।

ଏହି ଦିନ କ୍ଷୀରିରେ ଅଳେଇଚ ପକାଇ ଖାଇଲେ ଜୀବନରେ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିନଥାଏ ଏବଂ ପୁରା ବର୍ଷ ଧନ ଅର୍ଜିତ ହୋଇଥାଏ । ଭଗବାନ ରାମଚନ୍ଦ୍ରଙ୍କୁ ଅର୍ପିତ କରିଥିବା ଫଳର ସେବନ ମଧ୍ୟ କରି ନିଅନ୍ତୁ । କ୍ଷୀରିରେ ମିଶ୍ରୀ ମିଶାଇ ସେବନ କଲେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହାକୁ ନିଜେ ଏବଂ ପରିବାର ଲୋକଙ୍କ ସହିତ ସେବନ କରନ୍ତୁ । ଚଳିତ ବର୍ଷ ରାମନବମୀ ଦିନ ଅନେକ ରାଜଯୋଗ ମଧ୍ୟ ସୃଷ୍ଟି ହେଉଛି ।

ଯଦି ଆପଣ ଏହିଦିନ କ୍ଷୀରି ସହିତ ସବୁଜ କିମ୍ବା କଳା ଅଙ୍ଗୁର ଖାଆନ୍ତି ତେବେ ପୁରା ବର୍ଷ ଆପଣଙ୍କୁ ଧନର ଅଭାବ ହେବ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଆପଣ ଏହିଦିନ ସାଗୁ ଦାନା ଖିଚୁଡ଼ି ବନାଇ ମଧ୍ୟ ଖାଇ ପାରିବେ । ଏହିଦିନ ସକାଳ ସନ୍ଧ୍ୟା ଦୀପ ନିହାତି ଜାଳିବା ଉଚିତ । ଏହିଦିନ ଗରିବଙ୍କୁ ନିହାତି ଦାନ କରନ୍ତୁ । ଯାହାବି ଆପଣ ସେବନ କରିବେ ତାହାକୁ ନିଜ ପରିବାର ଲୋକଙ୍କୁ ମଧ୍ୟ ଖୁଆନ୍ତୁ । ଏହିଦିନ ବେଲ ଖାଇଲେ ମଧ୍ୟ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *