ଏହି ତିନୋଟି ପ୍ରକାରର ତୁଳସୀ ଗଛକୁ କେବେବି ଘରେ ଲଗାନ୍ତୁ ନାହିଁ। ନଚେତ ଘରକୁ ଆସିପାରେ ଦାରିଦ୍ର୍ୟତା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ପୂଜା ପାଇଥାଏ। ଯେଉଁ ଘରର ଅଗଣାରେ ତୁଳସୀ ଗଛ ରହିଥାଏ, ସେହି ଘରେ କ୍ଳେଶ, ବିବାଦ ଆଦି ଦୂର ହୋଇଥାଏ। ଯେଉଁ ଘରର ମହିଳା ମାନେ ପ୍ରତ୍ୟେକଦିନ ସକାଳୁ ସ୍ନାନ ସାରି ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି , ସେହି ଘରେ ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ ଏବଂ ସେହି ଘରେ ମାଆ ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା ତୁଳସୀ ପତ୍ର ବିନା ସମ୍ପନ୍ନ ହୋଇ ନଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶାସ୍ତ୍ରରେ କେଉଁ ପାଞ୍ଚ ପ୍ରକାରର ତୁଳସୀ ଗଛ ଲଗାଇବା ଉଚିତ ନୁହେଁ, ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ଏବେ ଆସନ୍ତୁ ଜାଣିବା ତୁଳସୀ ଗଛ କେଉଁ ସ୍ଥାନରେ ଲଗାଇବା ଉଚିତ ନୁହେଁ। ତୁଳସୀ ଗଛକୁ କେବେବି ଛାତ ଉପରେ ଲଗାଇବା ଉଚିତ ନୁହେଁ। କାରଣ ଛାତ ହେଉଛି ଉର୍ଦ୍ଧ୍ବରେ ରହିଛି। ତୁଳସୀ ଗଛକୁ ସର୍ବଦା ଅଗଣାରେ ଲଗାଇବା ଉଚିତ।

ତୁଳସୀ ଗଛକୁ କୌଣସି ଅନ୍ଧାରିଆ ସ୍ଥାନରେ ରଖନ୍ତୁ ନାହିଁ। ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ ଅଟେ। ଏହା ପରିବାର ପାଇଁ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ। ଘରର ଆଖପାଖରେ ବିଷମ ସଂଖ୍ୟାରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ। କିନ୍ତୁ ପୂଜାର୍ଚ୍ଚନା କରିବା ପାଇଁ ଗୋଟେ ହିଁ ତୁଳସୀ ଗଛ ରହିବା ଉଚିତ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଲୋକଙ୍କ ଘରେ ସାଧାରଣତଃ ରାମ ଓ ଶ୍ୟାମ ତୁଳସୀ ହିଁ ରହିଥାଏ। ଅନ୍ୟ କୌଣସି ପ୍ରକାରର ତୁଳସୀ ଗଛ ରଖିବା ଘର ପାଇଁ ଅଶୁଭ ହୋଇଥାଏ। ଶାଳଗ୍ରାମ ସହିତ ଯେଉଁ ତୁଳସୀ ଗଛର ବିବାହ ହୋଇଥାଏ, ସେହି ତୁଳସୀ ଗଛ ହେଉଛି ରାମ ତୁଳସୀ ଗଛ। ଏହି ତୁଳସୀ ଗଛ ସବୁଠାରୁ ପବିତ୍ର ହୋଇଥାଏ। ଘରର ଉତ୍ତର ପୂର୍ବ ଦିଗ କୋଣରେ ରାମ ତୁଳସୀ ଗଛ ଲଗାଇବା ଉଚିତ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ତୁଳସୀ ଗଛ ଶୁଖି ଯାଇଛି, ତାହେଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ତେଣୁ ଶୁଖିଲା ତୁଳସୀ ଗଛକୁ ଉପାଡ଼ି କୌଣସି ପୋଖରୀ ବା ନଦୀରେ ପ୍ରବାହିତ କରି ଦିଅନ୍ତୁ। ନଚେତ ସିଆଯାଙ୍କ ଘରକୁ ଘୋର ସଙ୍କଟ ମାଡି ଆସିପାରେ। ଏବେ ଆସନ୍ତୁ ଜାଣିବା କେଉଁ ଦିନ ତୁଳସୀ ଗଛର ପତ୍ର ତୋଳିବା ଉଚିତ ନୁହେଁ। କୌଣସି ଶୁଭ ଦିନ ଅର୍ଥାତ୍ ଏକାଦଶୀ, ପୂର୍ଣ୍ଣିମା ଆଦିରେ ତୁଳସୀ ପତ୍ର ତୁଳନ୍ତୁ ନାହିଁ। ଏହାଦ୍ବାରା ମାଆ ବୃନ୍ଦାବତୀ କ୍ରୋଧିତ ହୋଇ ଯାଇଥାନ୍ତି।

Leave a Reply

Your email address will not be published. Required fields are marked *