ସାଧାରଣ ଗଛ ଭାବି କରନ୍ତୁ ନାହିଁ ଭୁଲ । କେବଳ କରି ନିଅନ୍ତୁ ଏହି ଛୋଟିଆ ଉପାୟ । ପୁରା ବର୍ଷ କମେଇବେ ଟଙ୍କା ।

ଆମ ଘରର ଚତୁଃପାଶ୍ୱର୍ରେ ଅନେକ ଗଛ ରହିଥାଏ ଯାହାକି ଅନେକ ରୋଗର ନିବାରକ ହୋଇଥାଏ । କିନ୍ତୁ ଅନେକ ଗଛ ବିଷୟରେ କିଛି ଜଣା ନଥିବା କାରଣରୁ ତାହାର ଫୁଲ କେବଳ ପୂଜାରେ ଲାଗିଥାଏ ମାତ୍ର ଅନ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମରେ ଲାଗିପାରି ନଥାଏ । ଆଜି ଆମେ ମନ୍ଦାର ଫୁଲର ଉପକାରୀତା ବିଷୟରେ କହିବୁ । ମନ୍ଦାର ଫୁଲ ବିଶେଷ କରି ତିନୋଟି ପ୍ରଜାତି ଥାଏ , ଧଳା , ଗୋଲାପୀ ଏବଂ ନାଲି ଯାହାର ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି । ଲୋକେ ସାଧରଣତଃ ଏହି ଗଛକୁ ବଗିଚାର ଶୋଭା ବଢ଼ାଇବା ପାଇଁ ଏବଂ ପୂଜା ପାଇଁ ବ୍ୟବହାର କରିଥାନ୍ତି ।

ଧାର୍ମିକ ମହତ୍ତ୍ୱ ଅନୁଯାୟୀ ଏହି ଗଛକୁ ଯେଉଁ ସ୍ଥାନରେ ଲଗାଯାଏ ସେହି ସ୍ଥାନରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହି ଗଛକୁ ଘରେ ଲଗାଇଲେ ଘରର ନକରାତ୍ମକତା ଦୂର ହୋଇଥାଏ । ଯେଉଁ ବ୍ୟକ୍ତିକୁ ମଙ୍ଗଳ କିମ୍ବା ସୂର୍ଯ୍ୟ ଦୋଷ ଲାଗିଥାଏ । ସେହି ବ୍ୟକ୍ତି ଯଦି ଘରେ ଏହି ଗଛ ଲଗାନ୍ତି ତେବେ ମଙ୍ଗଳ ଦୋଷ ଏବଂ ସୂର୍ଯ୍ୟ ଦୋଷ ଦୂର ହୋଇଯାଏ । କାରଣ ସୂର୍ଯ୍ୟ ଦୋଷ ଲାଗିଲେ ବ୍ୟକ୍ତି ମଧ୍ୟରେ ଭୟ ସୃଷ୍ଟି ହେବା ସହିତ ଧନ ଏବଂ ମାନ ହାନୀ ହୋଇଥାଏ ।

ଆୟୁର୍ବେଦ ଅନୁଯାୟୀ ଏହି ଗଛ ପେଟ ବ୍ୟଥା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ଏହାର ପତ୍ରକୁ ଶୁଖାଇ ଗ୍ରାଇଣ୍ଡିଙ୍ଗ କରି ଚା’ ବନାଇ ପିଇଲେ ପେଟ ଯନ୍ତ୍ରଣା ଦୂର ହୋଇଥାଏ । ପେଟରେ ପଥର ସମସ୍ୟା ଥିଲେ ମଧ୍ୟ ଏହା ରାମବାଣ ସଦୃଶ୍ୟ କାମ କରିଥାଏ । ଯଦି ଆପଣ ଦୀର୍ଘ ସମୟ ଧରି ଷ୍ଟନ ସମସ୍ୟାରେ ପୀଡିତ ଅଛନ୍ତି ତେବେ ବଜାରରେ ମିଳୁଥିବା ଏହାର ଫୁଲ ଏବଂ ପତ୍ର ଗୁଣ୍ଡ ଆଣି ପାଣିରେ ମିଶାଇ ଗରମ କରି ପିଇବା ଉଚିତ ।

ଏହି ଉପାୟ ଖାଲି ପେଟରେ ସକାଳ ସନ୍ଧ୍ୟା କରନ୍ତୁ । କେବଳ ପନ୍ଦର ଦିନ ପର୍ଯ୍ୟନ୍ତ ଏହି ଉପାୟକୁ କଲେ ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଏହା ଶରୀରରେ ଆଇରନର ଅଭାବକୁ ମଧ୍ୟ ଦୂର କରିଥାଏ । ମନ୍ଦାର ଫୁଲର ଚା’ ବନାଇ ପିଇଲେ ମଧ୍ୟ ସବୁ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଯାଏ ।

ଏହାଦ୍ବାରା ରକ୍ତ ହୀନତା ସମସ୍ୟା ଦୂର ହୋଇଥାଏ । ଏହି ଫୁଲ ମଙ୍ଗଳ ଗ୍ରହ ସହିତ ଜଡ଼ିତ ଏବଂ ଏହାବ୍ୟତୀତ ଏହି ଫୁଲର ସେବନ ଦ୍ୱାରା ଓଜନ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହି ଗଛର ଫୁଲକୁ ଚା’ ଆକାରରେ ପିଇଲେ ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ । ଯେଉଁ କାରଣରୁ ଓଜନ କମିବା ସ୍ୱାଭାବିକ ଅଟେ । ମାତା ଲକ୍ଷ୍ମୀ ଏବଂ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ଏହାବ୍ୟତୀତ ଭଗବାନ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ନବରାତ୍ରୀ ସମୟରେ ମନ୍ଦାର ଫୁଲର ଉପଯୋଗ ଦ୍ୱାରା ଅନେକ ପ୍ରୟୋଗ କରାଯାଇଥାଏ ।

ବିଶେଷ ମନସ୍କାମନା , ସୁଖ ସମୃଦ୍ଧି ପ୍ରାପ୍ତି ପାଇଁ ମଧ୍ୟ ଏହି ଫୁଲକୁ ଅର୍ପିତ କରାଯାଏ । ଯଦି ଆପଣଙ୍କର ମାଙ୍ଗଳିକ ଦୋଷ ଅଛି ତେବେ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ମଙ୍ଗଳ ଗ୍ରହ ମଜବୁତ କରିବା ପାଇଁ ଘରେ ନାଲି ମନ୍ଦାର ଫୁଲ ଗଛ ଲଗାଇବା ନିହାତି ଜରୁରୀ ଅଟେ । ଏହାବ୍ୟତୀତ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନଙ୍କୁ ଗୋଟିଏ ମନ୍ଦାର ଫୁଲ ନିଶ୍ଚୟ ଅର୍ପିତ କରନ୍ତୁ ।

ଯଦି ଆପଣଙ୍କର କେହି ବଡ଼ ଶତ୍ରୁ ଅଛନ୍ତି ତେବେ ତାଙ୍କୁ ନାଲି ମନ୍ଦାର ଫୁଲ ଉପହାର ସ୍ୱରୂପ ଦେଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଶତ୍ରୁ ମଧ୍ୟ ଆପଣଙ୍କ ସହିତ ମିତ୍ର ଭଳି ବ୍ୟବହାର କରିବେ ଏବଂ ବନ୍ଧୁତ୍ୱ ହୋଇଯିବ । ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରନ୍ତୁ । ଏହାଦ୍ବାରା ଧନର ଆଗମନ ହୋଇଥାଏ । ଯଦି ଆପଣଙ୍କର କୌଣସି ଜିନିଷ ହଜି ଯାଇଛି

ତେବେ ମଙ୍ଗଳବାର ଦିନ ହନୁମାନ ଏବଂ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରନ୍ତୁ । ଏହାଦ୍ବାରା ହଜି ଯାଇଥିବା ଜିନିଷ ଆପଣଙ୍କୁ ମିଳିଯିବ । ଯଦି ଶତ୍ରୁ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ସହିତ ଦୁଇଟି ଲବଙ୍ଗ ଅର୍ପିତ କରି ଦିଅନ୍ତୁ । ଦେଖିବେ ଏହାଦ୍ବାରା ଶତ୍ରୁ ଶାନ୍ତ ହୋଇଯିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରେ ମନ୍ଦାର ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଶୁକ୍ରବାର ଦିନ ମନ୍ଦାର ଫୁଲର ଏକ ଖାସ ଉପାୟ କଲେ ଧନର ଅଭାବ ହୋଇ ନଥାଏ । ପ୍ରତି ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରିବା ଆରମ୍ଭ କରି ଦିଅନ୍ତୁ । ଗୁରୁବାର ଦିନ ପାଞ୍ଚଟି ନାଲି ମନ୍ଦାର ଭଗବାନ ଗଣେଶଙ୍କୁ ଏବଂ ମାତା ଦୁର୍ଗାଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା କେବେବି ଧନର ଅଭାବ ହେବ ନାହିଁ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଗୋଟିଏ ନାଲି ମନ୍ଦାର ଫୁଲ ଅର୍ପିତ କଲେ ଯଦି ଘରେ କାହାରି ବିବାହ ହେଉ ନଥିବ ତେବେ ସେହି ସମସ୍ୟା ଜଲଦି ଦୂରେଇ ଯିବ । ବୈବାହିକ ଜୀବନର ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ । ଏହାଦ୍ବାରା କଳହ ଝଗଡ଼ା ମଧ୍ୟ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *