ରାମନବମୀ ଦିନ ଖାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ପୁରା ବର୍ଷ ଆସିବ ଧନ ଐଶ୍ୱର୍ଯ୍ୟ ସ୍ରୋତ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ରାମନବମୀ ଦିନ କେଉଁ ଉପାୟ ଏବଂ ଏଭଳି କେଉଁ ଗୋଟିଏ ଜିନିଷ ଖାଇଲେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ଦିନ ଭଗବାନ ଶ୍ରୀହରି ନାରାୟଣଙ୍କ ଅବତାର ରାମଚନ୍ଦ୍ରଙ୍କ ଜନ୍ମ ହୋଇଥିଲା । ଯାହାକି ପ୍ରତ୍ୟେକ ବର୍ଷ ରାମନବମୀ ଆକାରରେ ପାଳନ କରାଯାଇଥାଏ । ଏଥିପାଇଁ ରାମନବମୀକୁ ସବୁଠାରୁ ଖାସ ମାନା ଯାଏ ।

ତୁଳସୀ ଦାସ ରାମଚରିତ ମାନସରେ ଏହା ଉଲ୍ଲେଖ କରିଛନ୍ତି ଯେ ଭଗବାନ ରାମଚନ୍ଦ୍ର ଅଭିଜିତ ମୁହୂର୍ତ୍ତରେ ଜନ୍ମଗ୍ରହଣ କରିଥିଲେ । ସେହିଠାରୁ ରାମନବମୀ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଉଛି । ଚଳିତ ବର୍ଷ ରାମନବମୀ ଅତ୍ୟନ୍ତ ଖାସ ସଂଯୋଗ ନେଇ ଆସୁଛି । ରାମନବମୀ ଦିନ କରାଯାଉଥିବା କିଛିବି ଶୁଭ କାର୍ଯ୍ୟ ନିଶ୍ଚୟ ସିଦ୍ଧ ହୋଇଥାଏ ।

ଚଳିତ ବର୍ଷ ରାମନବମୀ ମାର୍ଚ୍ଚ ୩୦ ଗୁରୁବାର ଦିନ ପଡୁଛି । ଠିକ ୧୨ ରେ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହେବ । ଚଳିତ ବର୍ଷ ରାମନବମୀରେ ଅନେକ ଦୁର୍ଲଭ ଯୋଗ ବନୁଛି । ରାମନବମୀ ଦିନ ଯଦି ଆପଣ କୌଣସି ଗୋଟିଏ ଜିନିଷ ଖାଉଛନ୍ତି ତେବେ ପୁରା ବର୍ଷ ଧନ ଅର୍ଜନ ହେବ । ଏହାବ୍ୟତୀତ ଆର୍ଥିକ ସମସ୍ୟା ମଧ୍ୟ ହେବ ନାହିଁ । ଏହିଦିନ ସକାଳୁ ଜଲଦି ଉଠି ସ୍ନାନ ଏବଂ ଅନ୍ୟାନ୍ୟ ନିତ୍ୟକର୍ମ ଶେଷ କରି ନିଜ ଘରର ଦେବୀ ଦେବତାଙ୍କୁ ପୂଜା କରନ୍ତୁ ।

ଭଗବାନ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଜଳ ଚଢାନ୍ତୁ । ଏହାବ୍ୟତୀତ ରାମନବମୀ ବ୍ରତ ମଧ୍ୟ କରନ୍ତୁ । ରାମନବମୀ ବ୍ରତ ତିନି ପ୍ରହର ପର୍ଯ୍ୟନ୍ତ ମାନା ଯାଇଥାଏ । ତେଣୁ ଆପଣ ତିନି ପ୍ରହର ବ୍ରତ କରି ସାରିବା ପରେ ଭୋଜନ ଗ୍ରହଣ କରି ପାରିବେ । ନଚେତ ଆପଣ ରାମ ଜନ୍ମୋତ୍ସବ ପରେ ରାମଚନ୍ଦ୍ରଙ୍କୁ ଭୋଗ ଲଗାଇ ସାରିବା ପରେ ଭୋଜନ ଗ୍ରହଣ କରି ପାରିବେ ।

ତେଣୁ ପୂଜା ସମୟରେ ଅକ୍ଷତ ଏବଂ ପୁଷ୍ପ ଚଢ଼ାଇ ପ୍ରଥମେ ରାମଚନ୍ଦ୍ରଙ୍କୁ ଆବାହନ କରନ୍ତୁ । ଏହାପରେ ପଞ୍ଚାମୃତରେ ରାମଚନ୍ଦ୍ରଙ୍କ ଅଭିଷେକ କରନ୍ତୁ ଏବଂ ତୁଳସୀ ଜଳ ଚଢାନ୍ତୁ । ଏହାପରେ ଅକ୍ଷତ ଏବଂ ପୁଷ୍ପମାଳା ଚଢାନ୍ତୁ । ଏହାପରେ ଅତର , ସୁନ୍ଦର ବସ୍ତ୍ର ଅର୍ପିତ କରି ୧୨ ରେ ଭୋଗ ଲଗାନ୍ତୁ । ଅନ୍ୟାନ୍ୟ ଫଳ ବ୍ୟତୀତ ରାମଚନ୍ଦ୍ରଙ୍କ ପ୍ରିୟ କ୍ଷୀରି ଅର୍ପିତ କରି ପାରିବେ । ଖିରିରେ ତୁଳସୀ ନିଶ୍ଚୟ ପକାଇବେ ।

ଏହାପରେ ଚାରିପଟେ ଜଳ ସିଞ୍ଚି ଆରତୀ କରନ୍ତୁ । ଆରତୀ ପରେ ସବୁ ଭକ୍ତଙ୍କୁ ପ୍ରସାଦ ବିତରଣ କରି ରାମଚାରିତ ମାନସ ପାଠ ମଧ୍ୟ କରନ୍ତୁ । କାରଣ ଏହିଦିନ ଠାରୁ ହିଁ ରାମଚରିତ ମାନସର ରଚନା ଆରମ୍ଭ ହୋଇଥିଲା । ପୂଜା ସରିବା ପରେ ଭଗବାନ ରାମଚନ୍ଦ୍ରଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରନ୍ତୁ ଏବଂ ନିଜର ସବୁ ମନସ୍କାମନା କହି ଦିଅନ୍ତୁ । ଏହାପରେ କ୍ଷୀରିକୁ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ ।

ଏହି ଦିନ କ୍ଷୀରି ଏବଂ ସେଥିରେ ଅଳେଇଚ ପକାଇ ଖାଇଲେ ଜୀବନରେ କେବେବି ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିନଥାଏ ଏବଂ ପୁରା ବର୍ଷ ଧନ ଅର୍ଜିତ ହୋଇଥାଏ । ଅର୍ପିତ କରିଥିବା ଫଳର ସେବନ ମଧ୍ୟ କରି ନିଅନ୍ତୁ । କ୍ଷୀରିରେ ମିଶ୍ରୀ ମିଶାଇ ସେବନ କଲେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହାକୁ ନିଜେ ଏବଂ ପରିବାର ଲୋକଙ୍କ ସହିତ ସେବନ କରନ୍ତୁ । ଚଳିତ ବର୍ଷ ରାମନବମୀ ଦିନ ଅନେକ ଦୁର୍ଲଭ ସଂଯୋଗ ସହିତ ରାଜଯୋଗ ମଧ୍ୟ ସୃଷ୍ଟି ହେଉଛି ।

ତେଣୁ ଏହି ସଂଯୋଗ କାରଣରୁ ଯଦି ଆପଣ କ୍ଷୀରି ଏବଂ ସବୁଜ କିମ୍ବା କଳା ଅଙ୍ଗୁର ଖାଆନ୍ତି ତେବେ ପୁରା ବର୍ଷ ଆପଣଙ୍କୁ ଧନର ଅଭାବ ହେବ ନାହିଁ । ଏହାଦ୍ବାରା ଭଗବାନଙ୍କ ସିଧାସଳଖ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଆପଣ ଏହିଦିନ ସାଗୁ ଦାନା ଖିଚୁଡ଼ି ବନାଇ ମଧ୍ୟ ଖାଇ ପାରିବେ । ଏହିଦିନ ସକାଳ ସନ୍ଧ୍ୟା ଦୀପ ନିହାତି ଜାଳିବା ଉଚିତ । ଏହିଦିନ ଗରିବଙ୍କୁ ନିହାତି ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *