କନ୍ୟା ମାନଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ ଏହି ଜିନିଷ , ଜାଣନ୍ତୁ କଣ ଖୁଆଇବା ହୋଇଥାଏ ଶୁଭ ଏବଂ କନ୍ୟା ପୂଜନର ସଠିକ ବିଧି ।

ନବରାତ୍ରୀର ମହାପର୍ବ ନଅ ଦେବୀ ଅର୍ଥାତ ନଅ କନ୍ୟାଙ୍କୁ ସମର୍ପିତ ଅଟେ । ନବରାତ୍ରୀରେ କନ୍ୟା ପୂଜନ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ମାତା ରାଣୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ନବରାତ୍ରୀରେ ଦୁର୍ଲଭ ସଂଯୋଗ ବନୁଛି ଏବଂ ଏଥର ମାତା ରାଣୀ ନୌକାରେ ପୃଥିବୀ ପୃଷ୍ଠକୁ ଅବତରଣ କରିବେ । ଏଥର ନବରାତ୍ରୀ ମାର୍ଚ୍ଚ ୨୨ ବୁଧବାର ରୁ ମାର୍ଚ୍ଚ ୩୦ ଗୁରୁବାର ପର୍ଯ୍ୟନ୍ତ ପଡ଼ୁଛି ।

ଶାସ୍ତ୍ରରେ ନଅ ଏବଂ ଦଶ ଦିନର ନବରାତ୍ରୀକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି । ଚଳିତ ବର୍ଷ ନବରାତ୍ରୀରେ କନ୍ୟା ପୂଜନ ନିହାତି କରନ୍ତୁ । ଏହିଦିନ କନ୍ୟା ପୂଜନ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ମାତା ଅଭୟ ବରଦାନ ଦେବା ସହିତ ବିନମ୍ରତା ମଧ୍ୟ ପ୍ରଦାନ କରନ୍ତି । ନବରାତ୍ରୀରେ ଛୋଟ ଛୋଟ କନ୍ୟାଙ୍କୁ ମାତାଙ୍କ ରୂପ ମାନା ଯାଇଛ ତେଣୁ ଏହିଦିନ କନ୍ୟା ପୂଜନ କରି କନ୍ୟାଙ୍କୁ ପ୍ରସନ୍ନ କରାଯାଇ ଥାଏ ।

ନବରାତ୍ରୀରେ କନ୍ୟା ମାନେ ପ୍ରସନ୍ନ ହେବା ଅର୍ଥ ମାତା ରାଣୀ ପ୍ରସନ୍ନ ହେବା । ଏହିଦିନ ଦୁଇ ବର୍ଷରୁ ୧୦ ବର୍ଷର କନ୍ୟାଙ୍କ ପୂଜନ କରାଯାଇ ଆଶୀର୍ବାଦ ନିଆଯାଇଥାଏ । କନ୍ୟା ମାନେ ଘରକୁ ଆସିଲେ ସେମାନଙ୍କ ପାଦକୁ କ୍ଷୀର ଏବଂ ପାଣି ସାହାଯ୍ୟରେ ଧୋଇ ଦେବା ଉଚିତ । ଏହାପରେ କନ୍ୟାଙ୍କୁ କୌଣସି ପରିଷ୍କାର ସ୍ଥାନରେ ଏକ କପଡ଼ା ବିଛାଇ ବସାଇ ମଥାରେ ଅକ୍ଷତ , ଫୁଲ ଏବଂ ଚନ୍ଦନ ଲଗାଇ ଦିଅନ୍ତୁ ଏବଂ ଏହାପରେ ଭୋଜନ କରନ୍ତୁ ।

ଭୁଲରେବି କନ୍ୟାଙ୍କ ଥାଳିରେ ତିନୋଟି ପୁରୀ ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । କନ୍ୟାଙ୍କୁ ଫଳ ଏବଂ ଭୋଜନରେ କ୍ଷୀରି ପୁରୀ ତରକାରୀ ଦେଇ ପାରିବେ । ମାତ୍ର ଭୁଲରେ ବି ରସୁଣ ପିଆଜର ଉପଯୋଗ କରନ୍ତୁ ନାହିଁ । କୁରକୁରି କିମ୍ବା ଚିପସ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ଏହି ଭୁଲ ଦ୍ୱାରା ଆପଣଙ୍କ ବ୍ରତ ଖଣ୍ଡିତ ହୋଇପାରେ ଏବଂ ମାତା ଦୁର୍ଗା ମଧ୍ୟ କ୍ରୋଧିତ ହୁଅନ୍ତି ।

କନ୍ୟା ଭୋଜନ ପାଇଁ ଘରେ ହିଁ ଭୋଜନ ପ୍ରସ୍ତୁତ କରନ୍ତୁ । ବାହାରୁ ଆଣି ଭୋଜନ କରାଇଲେ ତାହା ଅଶୁଭ ହୋଇଥାଏ । ଭୁଲରେ ବି ପ୍ଲାଷ୍ଟିକ ପାତ୍ରରେ କନ୍ୟାଙ୍କୁ ଭୋଜନ ପରଶନ୍ତୁ ନାହିଁ । ଭୋଜନ ପରର କନ୍ୟାଙ୍କ ଭୋଜନ ପାତ୍ରରେ ଗୋଟିଏ ଲବଙ୍ଗ ନିଶ୍ଚିତ ରଖନ୍ତୁ । କାରଣ ଲବଙ୍ଗ ମାତାଙ୍କ ପ୍ରତୀକ ଅଟେ । ନଅ ଦିନରେ ମାତା ରାଣୀଙ୍କୁ ଲବଙ୍ଗ ଭୋଗ ଲଗାଯାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । କନ୍ୟାଙ୍କୁ ଭୋଜନ ପରେ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ଉପହାର ଦେଇ ପାରିବେ ।

ତାହା ଖାତା ପେନ ପେନସିଲ କିମ୍ବା ଅନ୍ୟ ଜିନିଷ ଯାହାଦ୍ୱାରା କନ୍ୟା ପ୍ରସନ୍ନ ହେବ । ଏପରି କୁହାଯାଏ ଯେ କନ୍ୟା ମାନେ ପ୍ରସନ୍ନ ହେବା ଅର୍ଥ ମାତା ରାଣୀ ପ୍ରସନ୍ନ ହେବେ । କନ୍ୟାଙ୍କୁ ବସ୍ତ୍ର ଦେଉଥିଲେ ଭୁଲରେବି କଳା ପୋଷାକ ଦିଅନ୍ତୁ ନାହିଁ ଏବଂ ଲୁହା ନିର୍ମିତ କୌଣସି ବସ୍ତ୍ର ଦିଅନ୍ତୁ ନାହିଁ । କନ୍ୟା ଆପଣଙ୍କ ଘରୁ ପ୍ରସ୍ଥାନ କରୁଥିଲେ ସେତେବେଳେ କନ୍ୟାଙ୍କ ପାଦ ନିଶ୍ଚୟ ଛୁଅନ୍ତୁ ଏବଂ ନିଜର ମନସ୍କାମନା କହ ଦିଅନ୍ତୁ ।

ଆପଣ ଚାଷ କରିଥିବା ଜଅ ମାତାଙ୍କ ପ୍ରସନ୍ନତା ବିଷୟରେ ସୂଚାଇ ଥାଏ ଯାହାକି କଳସ ସ୍ଥାପନା ସମୟରେ ଦୃଶ୍ୟମାନ ହୋଇଥାଏ । ଯଦି ଜଅ ନବଢ଼ି ଶୁଖିଯାଏ ତେବେ ବୁଝି ଯାଆନ୍ତୁ ଯେ ଏହି ବର୍ଷ ଆପଣଙ୍କର ଖରାପ ଯିବ ଏବଂ ଆପଣଙ୍କର ଉନ୍ନତି ହେବ ନାହିଁ । ଏହା ଧନ ହାନୀର ସଙ୍କେତ ମଧ୍ୟ ମାନା ଯାଇଥାଏ । ଏହି ସମୟରେ କୌଣସି ଭୁଲ କଲେ ମାତାଙ୍କୁ ନିଶ୍ଚୟ କ୍ଷମା ମାଗି ନିଅନ୍ତୁ । ଏଭଳି ମାନା ଯାଏ ଯଦି ଏକ ମୁଦ୍ରାକୁ ଜଅ କ୍ଷେତ ମଝିରେ ଦବାଇ ଦିଆଯାଏ ତେବେ ପୁରା ବର୍ଷ ଘରକୁ ଧନର ଆଗମନ ହୋଇଥାଏ

ଏହାଦ୍ବାରା ମାତା ରାଣୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଯଦି ଆପଣଙ୍କ ନିଦ ନବରାତ୍ରୀ ସମୟରେ ସକାଳ ୪ କିମ୍ବା ୫ ରେ ଭାଙ୍ଗି ଯାଉଛି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । କାରଣ ଏହା ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ । ଏହି ସମୟରେ ଉଠିବା ଅର୍ଥ ମାତାଙ୍କ କୃପା ପ୍ରାପ୍ତ କରିବା ଅଟେ । ଏହି ସମୟରେ ସବୁଠି ଦୈବୀ ଶକ୍ତି ଜାଗ୍ରତ ରହିଥାଏ । ନବରାତ୍ରୀରେ ପୂଜାପାଠରେ ଆପଣଙ୍କ ମନ ଲାଗିବା ଅର୍ଥ ଆପଣଙ୍କୁ ବହୁତ ଜଲଦି ମାତାଙ୍କ କୃପା ପ୍ରାପ୍ତ ହେବାକୁ ଯାଉଛି । ନବରାତ୍ରୀରେ ମାତାଙ୍କ ଠାରୁ ଯଦି ଫୁଲ ସ୍ୱତଃ ଖସି ଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *