ମାର୍ଚ୍ଚ ୨୮ ଚୈତ୍ର ମଙ୍ଗଳବାର ଦିନ କରି ଦିଅନ୍ତୁ ଏହି ଚମତ୍କାରୀ ମହା ଉପାୟ । ଏତେ ଧନ ଆସିବ ବିଶ୍ୱାସ ବି କରି ପାରିବେ ନାହିଁ …….

କରଜ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ । ଏହାଦ୍ବାରା ମନୁଷ୍ୟ ସବୁବେଳେ ଚିନ୍ତିତ ଏବଂ ଚାପଗ୍ରସ୍ତ ରହେ । କରଜ କରିଥିବା ବ୍ୟକ୍ତି କେବେବି ଶାନ୍ତିରେ ରହିପାରେ ନାହିଁ । କାରଣ କରଜ ନେବା ଯେତିକି ସହଜ ତାହାକୁ ସୁଝିବା ସେତେ କଷ୍ଟକର ହୋଇଥାଏ । କରଜରେ ବୁଡ଼ି ରହିଥିବା ବ୍ୟକ୍ତି ସବୁବେଳେ ଦୁଃଖ ପାଇଥାଏ । କରଜ କାରଣରୁ ମାନ ହାନୀ , ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଯେଉଁ କାରଣରୁ ପୁରା ପରିବାର ଏହି କାରଣରୁ ପୀଡ଼ିତ ହୋଇଥାଏ ।

ତେଣୁ କରଜ ନେବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ସବୁବେଳେ ଧ୍ୟାନ ଦେବେ ଯେପରି ଆପଣ ମଙ୍ଗଳବାର ଏବଂ ଶନିବାର ଦିନ କରଜ ନନିଅନ୍ତି । ନଚେତ ଏହି କରଜ ଆପଣଙ୍କ ଉପରେ ଭାରି ପଡ଼ିପାରେ । ଶନିବାର ଦିନ ନିଆଯାଇଥିବା କରଜ କେବେବି ସମାପ୍ତ ହୋଇ ନଥାଏ

ଶନିବାର ଦିନ କରଜ ପାଇଁ ଆବେଦନ କରନ୍ତୁ ନାହିଁ କିମ୍ବା କରଜ ଜନିତ କାଗଜ ଉପରେ ହସ୍ତାକ୍ଷର ମଧ୍ୟ କରନ୍ତୁ ନାହିଁ । ମେଷ କର୍କଟ ଏବଂ ତୁଳା ରାଶିର ବ୍ୟକ୍ତି ବିଶେଷ କରଜ ନେଲେ ବହୁତ ଜଲଦି ଉତୁରି ଯାଏ । ଆଠ ଅଙ୍କ ଶନିଙ୍କର ହୋଇଥିବାରୁ ୮ , ୧୮ ଏବଂ ୨୬ ତାରିଖରେ କରଜ ନିଅନ୍ତୁ ନାହିଁ । କରଜ ନେବାର ଥିଲେ ସୋମବାର , ବୁଧବାର ଏବଂ ଗୁରୁବାର ନିଅନ୍ତୁ । ଏହାକୁ ସୁଝିବାରେ କୌଣସି ବଡ଼ ସମସ୍ୟା ଆସେ ନାହିଁ ।

କରଜରେ ଆବେଦନ କରିବା ସମୟରେ ଏବଂ ହସ୍ତାକ୍ଷର କରିବା ସମୟରେ ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । କରଜରୁ ମୁକ୍ତ ହେବା ସହଜ ନୁହେଁ କିନ୍ତୁ କଠିନ ମଧ୍ୟ ନୁହେଁ । ଅନେକ ସମୟରେ କରଜ କାରଣରୁ ବ୍ୟକ୍ତି କୋର୍ଟ କଚେରୀ ମାମଲାରେ ଫସି ଯାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ କରଜରୁ ମୁକ୍ତ ହେବାରେ ସହାୟତା କରିବ ।

୧ . ପ୍ରଥମ ଉପାୟ ଅନୁଯାୟୀ ଏକ ଭଲ ପାନ ପତ୍ର ନେଇ ତାହା ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖନ୍ତୁ । ଏହି ପାନ ପତ୍ରକୁ ମୋଡି ନିଅନ୍ତୁ ଏବଂ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ହନୁମାନଙ୍କ ମନ୍ଦିରକୁ ଯାଇ ପାନ ପୁଡ଼ିଆ ଅର୍ପିତ କରିଦିଅନ୍ତୁ । ଏହି ଉପାୟ ଲଗାତାର ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର କରନ୍ତୁ ।

ଯଦି କୌଣସି ମଙ୍ଗଳବାର ଆପଣ ସ୍ୱୟଂ ଯାଇପାରୁ ନାହାଁନ୍ତି ତେବେ ଆପଣଙ୍କ ପରିବର୍ତ୍ତେ ଅନ୍ୟ କେହି ମଧ୍ୟ ଯାଇ ପାରିବେ । ଏହିଦିନ ତାମସିକ ପଦାର୍ଥର ସେବନ ନକରି ସାତ୍ଵିକତା ବଜାୟ ରଖନ୍ତୁ । ଦେଖିବେ ଖୁବଶୀଘ୍ର କରଜ ଶେଷ ହେବ ଏବଂ ଆପଣ ଋଣମୁକ୍ତ ହୋଇଯିବେ । ଏହାଦ୍ବାରା ହନୁମାନଙ୍କ କୃପା ମଧ୍ୟ ସର୍ବଦା ବଜାୟ ରହିଥାଏ ।

୨ . ଅନେକ ସମୟରେ ଏପରି ହୋଇଥାଏ ଯେ କରଜ ନେବା ପରେ ସମସ୍ୟା ବହୁତ ଅଧିକ ବଢ଼ିଯାଏ । ଆମଦାନୀ କରଜ ଠାରୁ ଖୁବ କମ ହୋଇଯାଏ ଏବଂ ଅନ୍ୟାନ୍ୟ କାମରେ ମଧ୍ୟ ସମସ୍ୟା ଦେଖାଦିଏ । ବ୍ୟବସାୟ ହଠାତ ବନ୍ଦ ହୋଇଯାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ଗୋଟା ପାନ ପତ୍ର ନେଇ ଏହାର ଚିକ୍କଣ ଭାଗକୁ ତଳକୁ ରଖନ୍ତୁ ଏବଂ ଖଦଡିଆ ଅଂଶକୁ ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ସାବଧାନତାର ସହିତ ପାନ ପତ୍ରକୁ ଉଠାଇ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ ।

ହାତ ଯୋଡ଼ି ଈଶ୍ୱରଙ୍କୁ ନିଜର ସବୁ ସମସ୍ୟା ବାଧା ବିଷୟରେ କୁହନ୍ତୁ । ସେହି ପତ୍ର ଆପଣଙ୍କ ସମସ୍ୟାକୁ ନିଜ ସହିତ ପ୍ରବାହିତ କରି ନେଇଯିବ । ତାପରେ ଆପଣ ଆଉ ପଛକୁ ନବୁଲି ସିଧା ଘରକୁ ପଳାଇ ଆସନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

୩ . ଆପଣଙ୍କ ଜୀବନରେ ଅନବରତ କରଜ ବଢ଼ି ବଢ଼ି ଚାଲିଥିଲେ ନବରାତ୍ରୀ ସମୟରେ ପାନ ପତ୍ରରେ ପ୍ରତ୍ୟେକ ଦିନ ମାତା ଦୁର୍ଗାଙ୍କୁ ରିମ ଲେଖି ଅର୍ପିତ କରନ୍ତୁ । ନବମ ଦିନ ସେହି ପାନ ପତ୍ରକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କରଜ ଜନିତ ସମସ୍ୟା ଦୂର ହୋଇଯିବ ।

୪ . ମଙ୍ଗଳବାର ଦିନ ଆଉ ଏକ ଖାସ ଉପାୟ ଅନୁଯାୟୀ ରାତି 11 ରୁ 1 ମଧ୍ୟରେ ଏକ ଉପାୟ କରନ୍ତୁ । ରାତିରେ ସ୍ନାନ କରି ପରିଷ୍କାର ପୋଷାକ ଧାରଣ କରନ୍ତୁ ଏବଂ ଶ୍ରୀହନୁମାନଙ୍କ ସାମ୍ନାରେ ବସି ଯାଆନ୍ତୁ । ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ନାଲି ଫୁଲ ଅର୍ପଣ କରିବା ସହିତ ୧୧ ଥର ହନୁମାନ ଚାଲିଶା ପାଠ କରନ୍ତୁ । ଏହି ଉପାୟକୁ ନିୟମିତ ଭାବରେ ଆପଣଙ୍କୁ ୧୧ ଟି ମଙ୍ଗଳବାର କରିନ୍ତୁ । ପ୍ରତ୍ୟେକ ମଙ୍ଗଳବାର ରାତି ୧୧ ରୁ ୧୨ ମଧ୍ୟରେ ହିଁ ଏହି ଉପାୟକୁ କରନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ସବୁ ସମସ୍ୟା ଦୂରେଇ ଯିବ । କରଜ ସମସ୍ୟା ହୋଇଥିଲେ ତାହା ମଧ୍ୟ ଠିକ ହୋଇଯିବ । ମାତ୍ର ଏହି ଉପାୟ କରିବା ସମୟରେ ମନେ ରଖିବେ ଯେ ଏହିଦିନ ଲୁଣ ଖାଇବା ବର୍ଜିତ ଅଟେ ।

Leave a Reply

Your email address will not be published. Required fields are marked *