ଚୈତ୍ର ନବରାତ୍ରୀରେ କୌଣସି ଦିନ ସାତୋଟି ଲବଙ୍ଗକୁ ନେଇ କରି ଦିଅନ୍ତୁ ଏହି ପାଞ୍ଚଟି ମହା ଉପାୟ । ମାତା ରାଣୀ କରିବେ ସବୁ ଇଚ୍ଛା ପୂରଣ

ଆଜି ଆମେ ଆପଣଙ୍କୁ ଚୈତ୍ର ନବରାତ୍ରୀରେ କରାଯାଉଥିବା କିଛି ମହା ପ୍ରୟୋଗ ବିଷୟରେ କହିବୁ । ଯାହାଦ୍ୱାରା ମାତା ରାଣୀ ଆପଣଙ୍କର ସବୁ ମନସ୍କାମନା ପୂରଣ କରିବେ । ଏହି ମହାପ୍ରୟୋଗରେ ବିଭିନ୍ନ ଜିନିଷର ବ୍ୟବହାର କରାଯାଏ । ବର୍ଷରେ ଦୁଇଟି ନବରାତ୍ରୀ ପାଳିତ ହୋଇଥାଏ । ଗୋଟିଏ ହେଉଛି ଚୈତ୍ର ନବରାତ୍ରୀ ଏବଂ ଅନ୍ୟଟି ହେଉଛି ଶାରଦୀୟ ନବରାତ୍ରୀ ।

ନବରାତ୍ରୀରେ ନଅ ଦିନ ମାତାଙ୍କ ପୂଜା କରାଯାଏ ଏବଂ ଏହାଦ୍ବାରା ମାତା ପ୍ରସନ୍ନ ହୁଅନ୍ତି । ନବରାତ୍ରୀରେ ଲବଙ୍ଗ ଦ୍ୱାରା ଅନେକ ଉପାୟ କରାଯାଇଥାଏ । ଏହାଦ୍ବାରା ଧନ ବୈଭବ ସୁଖ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ । ମାତ୍ର ଧ୍ୟାନ ଦେବେ ଯେ ବ୍ୟବହାର କରୁଥିବା ଲବଙ୍ଗ ଗୋଟା ହେବା ଜରୁରୀ ଅଟେ । କାରଣ ଯେଉଁଭଳି ଭକ୍ତି ହେବ ସେହିଭଳି ଫଳ ମିଳିବ ।

ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ରହିଛି ଏବଂ ଅନେକ ପରିଶ୍ରମ କରିବା ସତ୍ତ୍ୱେବି କିଛି ଫାଇଦା ମିଳୁନାହିଁ ତେବେ ନବରାତ୍ରୀରେ ସନ୍ଧ୍ୟା ସମୟରେ ମାତାଙ୍କ ଆରତୀ ସମୟରେ କର୍ପୂର ଜଳାଇ ସାରା ଘରେ ବିତରଣ କରନ୍ତୁ । କର୍ପୂରରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ ଏବଂ ଏହି ଉପାୟକୁ ନଅ ଦିନ ପର୍ଯ୍ୟନ୍ତ କଲେ ମାତା ରାଣୀ ପ୍ରସନ୍ନ ହୁଅନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏଭଳି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ଜୀବନର ସବୁ କଷ୍ଟ ଦୂର ହୋଇଥାଏ । ଏହାବ୍ୟତୀତ ଆପଣ ଘିଅରେ ନାଲି ବତୀ ଦେଇ ଦୀପ ମଧ୍ୟ ଜାଳି ପାରିବେ । ସେଥିରେ ମଧ୍ୟ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ । ଆପଣ ଏହି ସକାଳୁ କିମ୍ବା ସନ୍ଧ୍ୟାରେ କରି ପାରିବେ । ଏହି ଉପାୟ ଦ୍ୱାରା ବିଗିଡ଼ି ଯାଇଥିବା କାମ ମଧ୍ୟ ପୂରଣ ହୋଇଯିବ ।

ଲଗାତାର ତିନି ଦିନ ପର୍ଯ୍ୟନ୍ତ ପାନ ପତ୍ର ଆଣି ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ନେଇ ଉପାୟ କରନ୍ତୁ । ପାନ ପତ୍ରର ଡେମ୍ଫ ବାହାର କରି ଦିଅନ୍ତୁ । ପତ୍ରର ମସୃଣ ପାର୍ଶ୍ଵରେ ଦୁଇଟି ଲବଙ୍ଗ ରଖି ଦୁଇ ହାତରେ ଉଠାଇ ତାହାକୁ ମାତାଙ୍କ ଚରଣରେ ରଖି ଦିଅନ୍ତୁ । ଏହି ଉପାୟ ଆପଣ ଘରେ ଚାହିଁଲେ ବି କରି ପାରିବେ । ଏହାପରେ ମାତାଙ୍କୁ ନିଜ ପ୍ରାର୍ଥନା ଦ୍ୱାରା ସମସ୍ୟା ବିଷୟରେ ଜଣାଇ ସେହି ପାନ ପତ୍ର ଏବଂ ଲବଙ୍ଗକୁ ପ୍ରସାଦ ଆକାରରେ ଖୁଆଇ ଦିଅନ୍ତୁ ।

ଘରେ ଆପଣଙ୍କର କିମ୍ବା ଅନ୍ୟ କାହାରି ବିବାହ ହୋଇ ପାରୁ ନଥିଲେ ନିଜ ବୟସ ଅନୁଯାୟୀ ସେତିକି ସଂଖ୍ୟକ ଲବଙ୍ଗ ନେଇ ତାହାକୁ ନାଲି ସୂତା ସାହାଯ୍ୟରେ ଗୋଟି ଗୋଟି କରି ବାନ୍ଧି ଦିଅନ୍ତୁ । ବାନ୍ଧିବା ସମୟରେ ଆପଣ ମାତା ଦୁର୍ଗାଙ୍କ ମନ୍ତ୍ର ଜପ କରି ପାରିବେ । ଏହାପରେ ଆପଣ ଝିଅ ହୋଇଥିଲେ ମାତାଙ୍କୁ ମାଳା ଆକାରରେ ପିନ୍ଧାଇ ଦିଅନ୍ତୁ ।

ପୁରୁଷ ହୋଇଥିଲେ ମାତାଙ୍କ ଚରଣରେ ରଖି ଦିଅନ୍ତୁ । ଛଅ ମାସ ଭିତରେ ବିବାହ ସମ୍ବନ୍ଧୀୟ କୌଣସିବି ସମସ୍ୟା ଦୂର ହୋଇଯିବ । ପରେ ଏହାକୁ ହଟାଇ ମାଟିରେ ଦବାଇ ଦେଇ ପାରିବେ କିମ୍ବା କୌଣସି ନଦୀରେ ଭସାଇ ପାରିବେ । ଲବଙ୍ଗର ଏହି ପ୍ରୟୋଗ ଦୁର୍ଭାଗ୍ୟକୁ ଏବଂ ଜୀବନର ତମାମ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ନବରାତ୍ରୀରେ ନଅ ଦିନ ପର୍ଯ୍ୟନ୍ତ ଲଗାତାର ମାତା ରାଣୀଙ୍କୁ ଗୋଟିଏ ଲେଖାଏଁ ଲବଙ୍ଗ ଅର୍ପିତ କରନ୍ତୁ । ଆଗାମୀ ଦିନ ତାହାକୁ ପ୍ରସାଦ ଆକାରରେ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଶତ୍ରୁ ଆପଣଙ୍କର କିଛିବି କ୍ଷତି କରି ପାରିବେ ନାହିଁ । ଏହାବ୍ୟତୀତ କୌଣସି ଦିନ ଏକ ନାଲି କପଡ଼ା ଉପରେ ଦୁଇଟି ଲବଙ୍ଗ ରଖି ମାତାଙ୍କୁ ଅର୍ପିତ କରି ଦିଅନ୍ତୁ ।

ଆଗାମୀ ଦିନ ସେହି ଲବଙ୍ଗକୁ କପଡ଼ା ସହିତ ଉଠାଇ ବାନ୍ଧି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା କାହାରି ଖରାପ ଦୃଷ୍ଟି ଆପଣଙ୍କ ଘର କିମ୍ବା ଆପଣଙ୍କ ଉପରେ ପଡ଼ିବ ନାହିଁ ଏବଂ ଆପଣ ଖୁବ ଧନ ଅର୍ଜନ କରିବେ । କୌଣସି ସମୟରେ ଜୀବନରେ ସମସ୍ୟା ବଢ଼ିଯାଏ ଏବଂ ରାହୁ କେତୁ ଜୀବନ ଉପରେ ପ୍ରଭାବ ପକାଇବା ଆରମ୍ଭ କରି ଦିଏ , ଏଭଳି ପରିସ୍ଥିତିରେ କୌଣସି ଦିନ ଦୁଇଟି ଲବଙ୍ଗ ନେଇ ଶିବ ମନ୍ଦିରକୁ ଯାଆନ୍ତୁ ।

ଶିବଲିଙ୍ଗ ଉପରେ ଦୁଇଟି ଲବଙ୍ଗ ଅର୍ପିତ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ରାହୁ କେତୁ ଶାନ୍ତ ହୋଇଯିବ ଏବଂ ଜୀବନର ତମାମ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହାଦ୍ବାରା ଆକସ୍ମିକ ବାଧାରୁ ମଧ୍ୟ ମୁକ୍ତି ମିଳିଥାଏ । ଶତ୍ରୁକୁ ଶାନ୍ତ କରିବା ପାଇଁ ମାତାଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ ଏବଂ ଗୁଡ଼ ଭୋଗ ଲଗାନ୍ତୁ । ଏହାଦ୍ବାରା ଶତ୍ରୁ ବିରୋଧୀ ଠାରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *