“ଷଷ୍ଠ ନବରାତ୍ରୀ ” : ମାତା କାତ୍ୟାୟନୀଙ୍କୁ ଚଢ଼ାଇ ଦିଅନ୍ତୁ ଏହି ତିନୋଟି ଜିନିଷ , ୨୦୦ ଗୁଣା ଅଧିକ ମିଳିବ ଫାଇଦା ।

ନବରାତ୍ରୀର ଷଷ୍ଠ ଦିନ ମାତା କାତ୍ୟାୟନୀଙ୍କ ପୂଜା କରାଯାଏ । ମାତା କାତ୍ୟାୟନୀଙ୍କୁ ପୂଜା କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଜୀବନରେ ସୁଖ ସୌଭଗ୍ୟ ବୃଦ୍ଧି ହୋଇଥାଏ ଏବଂ ସମୃଦ୍ଧି ମଧ୍ୟ ଆସିଥାଏ । ମାତା କାତ୍ୟାୟନୀଙ୍କ ରୂପ ଦିବ୍ୟ ହୋଇଥାଏ ଏବଂ ସ୍ୱର୍ଣ୍ଣ ଭଳି ଚାରି ଭୁଜା ଧରି ହୋଇଥାନ୍ତି । ମାତା କାତ୍ୟାୟନୀଙ୍କ ବାହାନ ସିଂହ ଅଟେ । ବିଜ୍ଞାନ ଯୁଗରେ ଦେବୀ କାତ୍ୟାୟନୀଙ୍କର ଅନେକ ବିଶେଷତ୍ୱ ରହିଛି ।

ମାତା କାତ୍ୟାୟନୀ ଅମୋଘ ଫଳ ଦାୟିନୀ ଅଟନ୍ତି । ଏହିଦିନ ଆଜ୍ଞାଚକ୍ରର ଅନେକ ମହତ୍ତ୍ୱ ରହିଛି । ଆଜିକାର ଲେଖାରେ ଆମେ ମାତା କାତ୍ୟାୟନୀଙ୍କ ପୂଜା କିଭଳି କରିବା ଉଚିତ , ସେହି ବିଷୟରେ କହିବୁ । ମାତା ସୀତାଙ୍କୁ କାତ୍ୟାୟନୀଙ୍କୁ ପୂଜା କରିବା ସମୟରେ ହଳଦିଆ ପୁଷ୍ପ ଅର୍ପିତ କରନ୍ତୁ ।

ଏହାପରେ ତାଙ୍କୁ ହଳଦିଆ ମିଠେଇ ଭୋଗ ଲଗାନ୍ତୁ । ମାତାଙ୍କୁ ମହୁ ଭୋଗ ଲଗାନ୍ତୁ । ଏହିଦିନ କିଛି ବିଶେଷ ପ୍ରୟୋଗ ମଧ୍ୟ କରି ପାରିବେ । ଯଦି ବୈବାହିକ ଜୀବନରେ ସମସ୍ୟା ରହିଛି ତେବେ ମାତାଙ୍କୁ ନାଲି ଏବଂ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ । ସେହି ଦୁଇ କପଡ଼ାରେ ଗଣ୍ଠି ପକାଇ ନିଜ ପାଖରେ ସୁରକ୍ଷିତ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ସୁଖଦ ବୈବାହିକ ଜୀବନର ପ୍ରତିଷ୍ଠା ହୋଇଥାଏ ଏବଂ ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।

ବିବାହ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ କିଛି ବିଶେଷ ଉପାୟ ଏବଂ କିଛି ବିଶେଷ ମନ୍ତ୍ର ମଧ୍ୟ ଜପ କରିବା ଉଚିତ । ଏହାକୁ କରିବା ପାଇଁ ସନ୍ଧ୍ୟା ସମୟରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ପୂଜା ପାଇଁ ବସନ୍ତୁ । ମନ ଇଚ୍ଛା ଜୀବନସାଥୀ ପାଇବା ପାଇଁ କିମ୍ବା ଶୀଘ୍ର ବିବାହ ପାଇଁ ମାତା କାତ୍ୟାୟନୀଙ୍କୁ ଏହିଭଳି ଉପାୟରେ ପୂଜା କରିବା ଉଚିତ ।

ଆପଣ ପ୍ରେମ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଏହିଭଳି ପୂଜା କରନ୍ତୁ । ମାତା ଲକ୍ଷ୍ମୀଙ୍କର ବୃହସ୍ପତି ଏବଂ ଶୁକ୍ର ସହିତ ସଂଯୋଗ ରହିଛି । ମାତାଙ୍କ ମନ୍ତ୍ର ହେଉଛି ” ଓଁ କାତ୍ୟାୟନୀ ଦିବ୍ୟୈ ନମଃ ” । ଏହି ମନ୍ତ୍ର ଜପ କରିବା ଦ୍ୱାରା ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସନ୍ଧ୍ୟାରେ ସ୍ଵଚ୍ଛ ବସ୍ତ୍ର ଧାରଣ କରି ମାତାଙ୍କୁ ହଳଦିଆ ଫୁଲ , ବସ୍ତ୍ର ଏବଂ ଭୋଗ ଲଗାନ୍ତୁ । ମାତାଙ୍କୁ ଏଭଳି ପୂଜା କରିବା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ଏବଂ ପ୍ରେମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ମାତାଙ୍କ ସାମ୍ନାରେ ନାଲି ବତୀର ଘିଅ ଦୀପ ଜଳାନ୍ତୁ ଏବଂ ତିନୋଟି ହଳଦୀ ଗଣ୍ଠି ଅର୍ପିତ କରନ୍ତୁ । ଏହାପରେ ମନ୍ତ୍ରଟି ହେଉଛି ” କାତ୍ୟାୟନୀ ମହାମାୟେ ମହା ଯୋଗିନିଧେଶ୍ୱରୀ ନନ୍ଦଗୋପୁସ୍ତଂ ଦେବୀ ପତିଲେ କୁରୁତେ ନମଃ ” । ଏହାପରେ ମାଟି ପାତ୍ରରେ ମହୁ ଅର୍ପିତ କରନ୍ତୁ । ଏହାଦ୍ବାରା ବିଶେଷ ଫାଇଦା ମିଳିଥାଏ ।

ଏହାଦ୍ବାରା ଆକର୍ଷଣ କ୍ଷମତାରେ ବୃଦ୍ଧି ହେବ । ମାତାଙ୍କ ପୂଜାରେ କଦମ୍ବ ଫୁଲ ଚଢ଼ାଇଲେ ତାହା ଅଧିକ ଫଳପ୍ରଦ ହୋଇଥାଏ । ଏହାଦ୍ବାରା ବିବାହ ସମ୍ବନ୍ଧୀୟ ସବୁ ବାଧା ମଧ୍ୟ ଦୂର ହୋଇଥାଏ । କଦମ୍ବ ଫୁଲକୁ ପ୍ରେମର ପ୍ରତୀକ ମାନା ଯାଇଥାଏ । ଏସବୁ ବ୍ୟତୀତ ଆପଣ ମିଠା ପାନ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଗୋଧୂଳି ସମୟରେ ମାତାଙ୍କ ପୂଜା କଲେ ଅଧିକ ଫଳ ମିଳିଥାଏ । ଯଦି ଜୀବନରେ ଅନେକ କଠିନ ପରିଶ୍ରମ କରିବା ସତ୍ତ୍ୱେବି ଧନ ପ୍ରାପ୍ତି ହୋଇପାରୁ ନାହିଁ ତେବେ ମାତାଙ୍କୁ ତିନି ହଳଦୀ ଗଣ୍ଠି ଅର୍ପିତ କରନ୍ତୁ । ତାପରେ ସେହି ହଳଦୀ ଗଣ୍ଠିକୁ ଉଠାଇ ନିଜ ବେଡ଼ ରୁମରେ ରଖି ଦିଅନ୍ତୁ । ତାହାକୁ କୌଣସି ସ୍ଥାନରେ ସୁରକ୍ଷିତ ରଖି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ କୌଣସିବି ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *