ନବରାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଲୋଟାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦୂର ହୋଇଯିବ ବର୍ଷ ବର୍ଷର ଦାରିଦ୍ର୍ୟତା ।

ନବରାତ୍ରୀର ପଞ୍ଚମ ଦିନ ମାତା ସ୍କନ୍ଧମାତାଙ୍କୁ ପୂଜା କରାଯାଏ ଯାହାଙ୍କ କୋଳରେ ଭଗବାନ କାର୍ତ୍ତିକ ବିରାଜମାନ କରଥାନ୍ତି । ଭଗବାନ କାର୍ତ୍ତିକଙ୍କ ମାତା ହେଉଛନ୍ତି ସ୍କନ୍ଧମାତା । ତେଣୁ ମାତାଙ୍କୁ ପୂଜା କରିବା ଦ୍ୱାରା କାର୍ତ୍ତିକ ମଧ୍ୟ ସେହି ପୂଜା ପାଇଥାନ୍ତି । ନବରାତ୍ରୀର ପଞ୍ଚମ ଦିନରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏକ ଉପାୟ ନିଶ୍ଚିତ କରି ଦେବା ଉଚିତ ।

ସୂର୍ଯ୍ୟଙ୍କୁ ଆରାଧନା କଲେ ସବୁ ଗ୍ରହ ପ୍ରସନ୍ନ ହୁଅନ୍ତି ଏବଂ ଯଦି ଆପଣ ସନ୍ତାନ ସୁଖ , ବ୍ୟବସାୟ ଚାକିରୀରେ ଉନ୍ନତି ଏବଂ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ରବିବାର ଦିନ କିଛି ବିଶେଷ ଉପାୟ କରନ୍ତୁ । ସେହି ଉପାୟ ଅନୁଯାୟୀ ଏକ ଜାଇଫଳକୁ ହାତରେ ଧରି ମନ୍ତ୍ର କହି ଘରର ପୂର୍ବ ଦିଗରେ ରଖି ଦିଅନ୍ତୁ । ହ୍ରୀଂ ଓଁ ଭୁବନେଶ୍ୱରାୟ , ସର୍ବଲୋକ ବିଭୂଷଣାୟ ନମଃ ଶିବାୟ ହ୍ରୀଂ । ଏହି ମନ୍ତ୍ରକୁ ପଞ୍ଚଥର ଜପ କରନ୍ତୁ ।

ଏପରି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଉନ୍ନତି ହୋଇଥାଏ । ଏହାପରେ ସୂର୍ଯ୍ୟ ଦେବତାଙ୍କ ପୂଜା ସମ୍ପୂର୍ଣ୍ଣ ବିଧି ବିଧାନର ସହିତ କରନ୍ତୁ । ସମସ୍ତ ସୃଷ୍ଟିର ପ୍ରକାଶର କାରଣ ହେଉଛନ୍ତି ସୂର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର କାରଣ ହିଁ ସୂର୍ଯ୍ୟ ହୋଇଥାନ୍ତି । ତେଣୁ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ନିହାତି ଜରୁରୀ ଅଟେ । ସୂର୍ଯ୍ୟ ମଜବୁତ ହେଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ।

ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଜଳ ଅର୍ପିତ କଲେ ତାହା ଅଧିକ ଫଳପ୍ରଦ ହୋଇଥାଏ । ବିନା ସ୍ନାନରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରନ୍ତୁ ନାହିଁ । ଯଦି ଆପଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପିତ କରୁଛନ୍ତି ତେବେ ଆପଣଙ୍କୁ ନିଜ ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଏହାବ୍ୟତୀତ ପରିବାରରେ ବିଶେଷ ସମ୍ମାନ ମିଳିଥାଏ ।

ଶିକ୍ଷା ଏବଂ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବାକୁ ଚାହୁଁଥିଲେ ପାଣିରେ ତିନିରୁ ଚାରି ବୁନ୍ଦା ନୀଳ ଇଙ୍କ ମିଶାଇ ଅର୍ପିତ କରନ୍ତୁ । ରବିବାର ଦିନ ଭୁଲରେବି ମସୁର ଡାଲି ସେବନ କରନ୍ତୁ ନାହିଁ । ନଚେତ ପୂଜାର ଫଳ ପ୍ରାପ୍ତ ହୁଏନାହିଁ । ରବିବାର ଦିନ ନାଲି ଲଙ୍କା କିମ୍ବା ମାଛ ମଧ୍ୟ ଖାଇବା ଉଚିତ ନୁହେଁ । ଯଦି ଆପଣ ସୁଖଦ ବୈବାହିକ ଜୀବନ ଚାହୁଁଛନ୍ତି ତେବେ ଏକ ଲୋଟା ପାଣିରେ ହଳଦୀ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରନ୍ତୁ ।

ଯଦି ଆପଣ ଜୀବନରେ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ଦେବତାଙ୍କୁ ସାଧା ପାଣି ଅର୍ପିତ କରନ୍ତୁ । ଏହାଦ୍ବାରା ସବୁ ଦିଗରୁ ଆପଣଙ୍କ ସୁରକ୍ଷା ହେବ । ଯଦି ଆପଣ କୌଣସି ମିଠା ବସ୍ତୁ ମିଶାଇ ଅର୍ପିତ କରୁଛନ୍ତି ତେବେ ଅନେକ ଫାଇଦା ମିଳିଥାଏ । ଯଦି ଆପଣଙ୍କ ଜୀବନରେ କରଜ ସମସ୍ୟା ରହିଛି ତେବେ ନାଲି ଶୁଖିଲା ଲଙ୍କା ମଞ୍ଜି ଜଳରେ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରନ୍ତୁ ।

ଏହାଦ୍ବାରା କରଜ ସମସ୍ୟା ଦୂର ହୋଇଥାଏ , ଅଟକି ରହିଥିବା ଧନ ପ୍ରାପ୍ତ ହୋଇଥାଏ ଏବଂ କୌଣସି ପ୍ରକାରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ ଅକ୍ଷତ ମିଶାଇ ଅର୍ପିତ କରନ୍ତି ଏବଂ ତିଳ ମିଶାଇ ଅର୍ପିତ କରନ୍ତି ତେବେ ପିତୃ ଦେବ ଶାନ୍ତ ହୁଅନ୍ତି ଏବଂ ତାଙ୍କ ଆଶୀର୍ବାଦ ମିଳିଥାଏ ।

ସ୍ୱାସ୍ଥ୍ୟ ଭଲ ରଖିବାକୁ ଚାହୁଁଥିଲେ ଜଳରେ ଚନ୍ଦନ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଯଦି ଆପଣ ପାଣିରେ ନାଲି ମନ୍ଦାର ଫୁଲ ମିଶାଇ ଅର୍ପିତ କରନ୍ତି ଶତ୍ରୁ ଶାନ୍ତ ରହନ୍ତି ଏବଂ ଚାକିରୀରେ ମଧ୍ୟ ସଫଳତା ମିଳିଥାଏ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ ପାଇଁ ତମ୍ବା ଲୋଟା ସବୁଠାରୁ ଉପଯୁକ୍ତ ହୋଇଥାଏ । ସୂର୍ଯ୍ୟଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପଣ କଲେ ଘରକୁ ସୁଖ ଶାନ୍ତି ଆସିଥାଏ ।

Leave a Reply

Your email address will not be published. Required fields are marked *