ଯେଉଁ ସ୍ତ୍ରୀ ରୋଷେଇ ଘରର ଏହି ତିନୋଟି ଜିନିଷ ଅନ୍ୟକୁ ଦେଇଥାଏ ସେହି ଘରୁ ଚାଲି ଯାଆନ୍ତି ମାତା ଲକ୍ଷ୍ମୀ ।

ମଣିଷ ମଣିଷ ମଧ୍ୟରେ ଉପହାର ଦେବା ପ୍ରଥା ଅନେକ ଦିନରୁ ଚାଲି ଆସୁଛି । ଲୋକେ ଅନ୍ୟକୁ ଖୁସିରେ ଉପହାର ଦେଇ ଅତ୍ୟନ୍ତ ଆନନ୍ଦିତ ହୋଇଥାନ୍ତି । କୌଣସି ପର୍ବପର୍ବାଣିରେ ନିଜ ବନ୍ଧୁ ବାନ୍ଧବଙ୍କୁ ଉପହାର ଦିଆଯାଇ ଥାଏ । ମାତ୍ର ଅନେକ ପୁରୁଣା ଶାସ୍ତ୍ରରେ କିଛି ଏପରି ଜିନିଷ ବିଷୟରେ କୁହାଯାଇଛି ଯାହାକୁ କୌଣସି ବ୍ୟକ୍ତିକୁ ଉପହାର ଆକାରରେ ଦେବା ଉଚିତ ନୁହେଁ । ଏହାକୁ ଉପହାର ଆକାରରେ ଦେବା ଦ୍ୱାରା ବ୍ୟକ୍ତି ନକରାତ୍ମକତାର ଶିକାର ହୋଇଥାଏ ଏବଂ ସୌଭଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ । ଅନେକ ପୁରାଣ ଶାସ୍ତ୍ରରେ କୁହାଯାଇଛି ଯେ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଅନ୍ୟକୁ ଉପହାର ଦେଲେ ପ୍ରେମରେ ବୃଦ୍ଧି ହୋଇଥାଏ ଏବଂ ସମ୍ମାନରେ ମଧ୍ୟ ବୃଦ୍ଧି ହୋଇଥାଏ ।

ମାତ୍ର ଉପହାର ଦେବା ସମୟରେ କିଛି ବିଶେଷ ନିୟମ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ନଚେତ ଦାରିଦ୍ର୍ୟତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ଦେଉଥିବା ଉପହାର ସହିତ ଜଡ଼ିତ ଗ୍ରହ ଜନିତ ସମସ୍ୟା ମଧ୍ୟ ଭୋଗିଭାକୁ ପଡ଼ିଥାଏ । ଆଜିକାର ଏହି ଲେଖାରେ ଆମେ ସେହି ସବୁ ଉପହାର ବିଷୟରେ କହିବୁ । ପ୍ରଥମତଃ ଜଳ ସହିତ ଜଡ଼ିତ ଉପହାର । ଶାସ୍ତ୍ର ଅନୁଯାୟୀ କେବେବି ବ୍ୟକ୍ତିକୁ ପାଣି ସହିତ ଜଡ଼ିତ ଜିନିଷ ଉପହାରରେ ଦେବା ଉଚିତ ନୁହେଁ ।

ଯେମିତିକି ଏକ୍ୱାରିୟମ ଭଳି ଜିନିଷ କାହାକୁ ଉପହରରେ ଦେଲେ ଦାରିଦ୍ର୍ୟତା ଏବଂ ନକରାତ୍ମକତା ଆସିଥାଏ । ପାଣିର ସମ୍ବନ୍ଧ ଧନ ସହିତ ରହିଛି ତେଣୁ ଏହି ଜିନିଷକୁ କାହାକୁ ଉପହାର ସ୍ୱରୂପ ଦେଲେ ଧନ ନଷ୍ଟ ହୋଇଥାଏ । ତେଣୁ ପାଣି ରଖାଯାଉଥିବା ଜିନିଷ କାହାକୁ ଉପହାର ଆକାରରେ ଦିଅନ୍ତୁ ନାହିଁ ।

ଦ୍ୱିତୀୟତଃ ଧାରୁଆ ଜିନିଷକୁ ମଧ୍ୟ କାହାକୁ ଉପହାର ସ୍ୱରୂପ ଦେବା ଉଚିତ ନୁହେଁ । କାରଣ ଏହିସବୁ ଧାରୁଆ ଜିନିଷ ନକରାତ୍ମକ ଶକ୍ତିର ଉତ୍ସ ହୋଇଥାଏ । ତେଣୁ ଯଦି ଆପଣ ଅନ୍ୟକୁ ଧାରୁଆ ଜିନିଷ ଉପହାରରେ ଦିଅନ୍ତି ତେବେ ଆପଣଙ୍କ ସମ୍ବନ୍ଧ ଖରାପ ହୋଇପାରେ । ଏହାଦ୍ବାରା ଆପଣଙ୍କ ଶତ୍ରୁ ବଢ଼ିଥାଏ । ତୃତୀୟରେ କାହାକୁ ଜୋତା ଚପଲ ଉପହାରରେ ଦେବା ଉଚିତ ନୁହେଁ । ଏହାଦ୍ବାରା ସମ୍ବନ୍ଧ ଖରାପ ହୋଇଥାଏ ଏବଂ ଆପଣଙ୍କୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଥାଏ ।

ଏହାକୁ ଆପଣ କୌଣସି ଗରିବ ଲୋକକୁ ଦାନରେ ଦେଇ ପାରିବେ ମାତ୍ର ଏହାକୁ କାହାକୁ ଉପହାର ଆକାରରେ ଦିଅନ୍ତୁ ନାହିଁ । କଳା ରଙ୍ଗ ଶନିଙ୍କ ରଙ୍ଗ ହୋଇଥାଏ । ତେଣୁ କଳା ରଙ୍ଗର ବସ୍ତ୍ର କାହାକୁ ଉପହାର ଆକାରରେ ଦେବା ଉଚିତ ନୁହେଁ ଏବଂ କାହାଠାରୁ କଳା ରଙ୍ଗର ବସ୍ତ୍ର ଉପହାର ଆକାରରେ ନେବା ମଧ୍ୟ ଉଚିତ ନୁହେଁ ।

କଳା ରଙ୍ଗ ନକରାତ୍ମକତା ସୃଷ୍ଟି ହୋଇଥାଏ ତେଣୁ ଏହାକୁ ଉପହାର ଆକାରରେ ଦେଲେ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ । କୌଣସି ବିବାହିତା ମହିଳାଙ୍କୁ ନିଜର ସିନ୍ଦୁର ଅନ୍ୟକୁ ଦେବା ଉଚିତ ନୁହେଁ । କାରଣ ଏହା ଜଣେ ବିବାହିତ ମହିଳା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାଦ୍ବାରା ଘରେ ଅଶାନ୍ତି ବଢ଼ିଥାଏ । ଏହାବ୍ୟତୀତ କୌଣସି ବିବାହିତା ମହିଳା ଅନ୍ୟ ମହିଳାର ସିନ୍ଦୁର ଲଗାଇବା ଉଚିତ ନୁହେଁ । ବିବାହ ଯୋଡ଼ାକୁ କେବେ ଅନ୍ୟକୁ ଦେବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ମହିଳାଙ୍କ ସୌଭଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ଏବଂ ତାଙ୍କ ସାଂସାରିକ ସୁଖ ଦୂରେଇ ଯାଏ । ବିବାହିତା ମହିଳା ହାତରେ ପିନ୍ଧୁଥିବା ଚୁଡ଼ି କାହାକୁ ଦେବା ଉଚିତ ନୁହେଁ ।

ନିଜ ଚୁଡ଼ି ଅନ୍ୟ କାହାକୁ ଦେଲେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ ଏବଂ ସୌଭଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ବିବାହିତା ମହିଳାଙ୍କ ଆଭୂଷଣ ଘରେ ରହିଲେ ସୌଭାଗ୍ୟର ପ୍ରତୀକ ହୋଇଥାଏ ତେଣୁ ଏହାକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ମହିଳାଙ୍କ ଆଭୂଷଣ ଘରେ ରହିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଆଭୂଷଣ ଅନ୍ୟ କାହାକୁ ଦେଲେ ଦାରିଦ୍ର୍ୟତା ଆସିଥାଏ । ଘରେ ଝାଡୁର ସ୍ଥାନ ପବିତ୍ର ଏବଂ ସ୍ଵଛ ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହା ଘରୁ ନକରାତ୍ମକତାକୁ ବାହାର କରି ସକାରାତ୍ମକତା ଆଣିଥାଏ । ଝାଡ଼ୁକ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଏ । ତେଣୁ ଝାଡୁକୁ କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *