ନବରାତ୍ରୀରେ କୌଣସି ଛୋଟ କନ୍ୟାଙ୍କୁ ପ୍ରଦାନ କରନ୍ତୁ ଏହି ଗୋଟିଏ ଜିନିଷ । ବଦଳି ଯିବ ଭାଗ୍ୟ ।

ନବରାତ୍ରୀର ପର୍ବ ନଅ ଦେବୀ ଅର୍ଥାତ ନଅ କନ୍ୟାଙ୍କୁ ସମର୍ପିତ ଅଟେ । କନ୍ୟା ପୂଜନ କରିବା ଦ୍ୱାରା ସମସ୍ତ ଯନ୍ତ୍ରଣା ଦୂର ହୋଇଥାଏ । ଏଥର ମାତା ରାଣୀ ନୌକା ଯୋଗେ ପୃଥିବୀ ପୃଷ୍ଠକୁ ଅବତରଣ କରିବେ । ଚଳିତ ବର୍ଷ ଚୈତ୍ର ନବରାତ୍ରୀ ମାର୍ଚ୍ଚ ୨୨ ତାରିଖ ବୁଧବାର ଦିନ ଆରମ୍ଭ ହେବ ଏବଂ ମାର୍ଚ୍ଚ ୩୦ ବୁଧବାର ଦିନ ସମାପ୍ତ ହେବ । ନବରାତ୍ରୀର ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜନର ବିଧାନ ରହିଛି । ଏଥର ଅଷ୍ଟମୀ ୨୯ ତାରିଖ ଦିନ ଅଛି ।

ତେଣୁ ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜନ ନିଶ୍ଚିତ କରନ୍ତୁ । ଶାସ୍ତ୍ରରେ ନଅ ଦିନର ନବରାତ୍ରୀକୁ ଅତ୍ୟନ୍ତ ଶୁଭ ମାନା ଯାଇଛି । ଏହିଦିନ ମାତାଙ୍କ ପୂଜା କରିବା ଦ୍ୱାରା ମାତା ଅଭୟ ବର ପ୍ରଦାନ କରିଥାନ୍ତି । ନବରାତ୍ରୀରେ କନ୍ୟା ପୂଜନ ସମୟରେ କିଛି ବିଶେଷ ନିୟମ ପାଳନ କରିବା ଉଚିତ । କନ୍ୟାଙ୍କୁ ପ୍ରସନ୍ନ କରିବା ପାଇଁ ଉପହାର ଦିଆଯାଇ ଥାଏ ।

ଯେଉଁ ବ୍ୟକ୍ତି ଉପରେ କନ୍ୟା ପ୍ରସନ୍ନ ହୁଅନ୍ତି ସେହି ବ୍ୟକ୍ତି ଉପରେ ମାତା ରାଣୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ନବରାତ୍ରୀରେ ଦୁଇ ବର୍ଷରୁ ଦଶ ବର୍ଷର ହୋଇଥିବା କନ୍ୟାଙ୍କ ପୂଜନ ହୋଇଥାଏ । ଅଷ୍ଟମୀ ଏବଂ ନବମୀ ଦିନ କନ୍ୟାଙ୍କ ପାଦ ଧୋଇ ଭୋଜନ କରାଇବା ଦ୍ୱାରା ମାତା ରାଣୀ ଆଶୀର୍ବାଦ ପ୍ରଦାନ କରନ୍ତି । ପ୍ରଥମେ କନ୍ୟା ଘରକୁ ଆସିଲେ କନ୍ୟାଙ୍କ ପାଦକୁ କ୍ଷୀର ଏବଂ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।

ଏହାପରେ କନ୍ୟାଙ୍କୁ ଏକ ପରିଷ୍କାର କପଡ଼ା ଉପରେ ବସାଇବା ଦିଅନ୍ତୁ । ଏହାପରେ ଅକ୍ଷତ ଫୁଲ ଏବଂ ଚନ୍ଦନ ଲଗାଇ ଭୋଜନ କରାଇ ଉପହାର ଦେଅନ୍ତୁ । ମାତ୍ର କନ୍ୟାଙ୍କ ଥାଳିରେ ତିନୋଟି ପୁରୀ ରଖନ୍ତୁ ନାହିଁ । କାରଣ ତିନୋଟି ପୁରୀ ମୃତ ବ୍ୟକ୍ତିଙ୍କ ପାଇଁ ଦିଆଯାଇଥାଏ । ଭୋଜନ ପରେ କନ୍ୟାଙ୍କ ଉପରେ ନାଲି ଚୁନରି ଘୋଡ଼ାଇବା ଉଚିତ ।

ଆପଣ କୌଣସି ନିରାମିଷ ବ୍ୟଞ୍ଜନ ଖୁଆଇ ପାରିବେ ମାତ୍ର ବିନା ପିଆଜ ରସୁଣରେ । ଅନେକ ଲୋକ ମାର୍କେଟରୁ ରେଡିମେଡ ଜିନିଷ ଆଣି ଏବଂ କୁରକୁରି ଆଣି ଖୁଆଇ ଥାଆନ୍ତି ଯାହାକି ଆଦୋୖ ଉଚିତ ନୁହେଁ । ମାତାଙ୍କୁ ଘରେ ପ୍ରସ୍ତୁତ ହୋଇଥିବା ଭୋଜନ ହିଁ ଅତ୍ୟନ୍ତ ପ୍ରିୟ ଅଟେ । କନ୍ୟାଙ୍କୁ ପ୍ଲାଷ୍ଟିକ ପାତ୍ରରେ ଭୋଜନ ପରୋଶିବା ଉଚିତ ନୁହେଁ । ଏପରି ବାସନ ପୂଜାପାଠ ପାଇଁ ଅଶୁଭ ହୋଇଥାଏ ।

ସର୍ବଦା ଷ୍ଟିଲ କିମ୍ବା ପତ୍ରରେ ଭୋଜନ କରାନ୍ତୁ । ଭୋଜନ ପରେ କନ୍ୟାଙ୍କ ଥାଳିରେ ଲବଙ୍ଗ ନିଶ୍ଚୟ ରଖି ଦିଅନ୍ତୁ । ଲବଙ୍ଗରେ ମାତା ଦୁର୍ଗାଙ୍କ ବାସ ହୋଇଥାଏ । ନବରାତ୍ରୀରେ ମାତା ଦୁର୍ଗାଙ୍କୁ ଲବଙ୍ଗ ଭୋଗ ହିଁ ଅର୍ପିତ କରାଯାଇଥାଏ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଚମକି ଯିବ ଏବଂ ଆପଣଙ୍କର କୌଣସି ଅଭାବ ହେବ ନାହିଁ ।

କନ୍ୟାଙ୍କୁ ଖୁସି କରିବା ପାଇଁ ଥାଳିରେ ଦକ୍ଷିଣା ଦିଅନ୍ତୁ । ଶାସ୍ତ୍ର ଅନୁଯାୟୀ କନ୍ୟା ଯେତିକି ଖୁସି ହୁଅନ୍ତି ମାତା ରାଣୀ ସେତିକି ପ୍ରସନ୍ନ ହୁଅନ୍ତି । ତେଣୁ ଆପଣ ସୁନ୍ଦର ବସ୍ତ୍ର କିମ୍ବା ଚକଲେଟ ମଧ୍ୟ ଦେଇ ପାରିବେ । ମାତ୍ର କଳା ପୋଷାକ ଦିଅନ୍ତୁ ନାହିଁ । ଷ୍ଟିଲ ବାସନ ଦେଇ ପାରିବେ । ଲୁହା ନିର୍ମିତ କୌଣସି ବସ୍ତୁ ଦିଅନ୍ତୁ ନାହିଁ । ନବରାତ୍ରୀ ସମୟରେ ଯଦି ଆପଣ ଲଗାଇଥିବା ଜଅ ଅତ୍ୟନ୍ତ ସବୁଜ ଏବଂ ସୁନ୍ଦର ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ ।

ଏହାର ଅର୍ଥ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ଯଦି ନବରାତ୍ରୀରେ ଜଅ ଶୁଖି ଯାଉଛି , ମରି ଯାଉଛି କିମ୍ବା ବଢୁନାହିଁ ତେବେ ଏହା ଅଶୁଭ ସଙ୍କେତ ଅଟେ । ଏହାର ଅର୍ଥ କୌଣସି କାରଣରୁ ମାତା ରାଣୀ କ୍ରୋଧିତ ହୋଇଛନ୍ତି । ତେଣୁ ଏପରି ହେଲେ ମାତାଙ୍କୁ କ୍ଷମା ନିଶ୍ଚୟ ମାଗି ନିଅନ୍ତୁ । ଏପରି କୁହାଯାଏ ଯଦି ଏକ ଟଙ୍କିଆ କୋଏନ ଜଅ ମଝିରେ ମାଟିରେ ଦବାଇ ଦିଆଯାଏ ତେବେ ସୁଖ ସମୃଦ୍ଧି ଆସିଥାଏ ।

Leave a Reply

Your email address will not be published. Required fields are marked *