ନବରାତ୍ରୀରେ ଏହି ସାତୋଟି ଜିନିଷ ଖାଇବାର ଭୁଲ ଆଦୋୖ କରନ୍ତୁ ନାହିଁ । ନଚେତ ମାତା ରାଣୀ ହେବେ କ୍ରୋଧିତ

ନବରାତ୍ରୀରେ ମାତା ରାଣୀଙ୍କୁ କରିବା ଅତ୍ୟନ୍ତ ସହଜ ମାତ୍ର କିଛି ଏପରି କାମ ଅଛି ଯାହାକୁ କରିବା ଦ୍ୱାରା ମାତା ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି ଏବଂ ଆଉ କିଛି ଏପରି କାମ ଅଛି ଯାହାକୁ କରିବା ଦ୍ୱାରା ମାତା ପ୍ରସନ୍ନ ମଧ୍ୟ ହୁଅନ୍ତି । ନବରାତ୍ରୀର ନଅ ଦିନରେ ମାତାଙ୍କର ନଅ ସ୍ୱରୂପର ପୂଜା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ନବରାତ୍ରୀରେ ନଅ ରାତିର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି ।

ମାତ୍ର କିଛି ନିୟମ ଅଛି ଯାହାକୁ ଏହି ସମୟରେ ପାଳନ କରିବା ଉଚିତ । ନବରାତ୍ରୀ ସମୟରେ କାହାରି ମନରେ କଷ୍ଟ ଦେବା ଉଚିତ ନୁହେଁ । ନଚେତ ମାତା ରାଣୀ କ୍ରୋଧିତ ହୁଅନ୍ତି । କାରଣ ଏହି ସମୟରେ ମାତା ରାଣୀ କୌଣସିବି ରୂପରେ ଆପଣଙ୍କ ପରୀକ୍ଷା ନେଇ ପାରନ୍ତି ।

ଧ୍ୟାନ ଦେବେ ଯେ ନବରାତ୍ରୀ ସମୟରେ କଳସ ସ୍ଥାପନା କରିଥିଲେ ଘରକୁ ବନ୍ଦ କରି ଯାଆନ୍ତୁ ନାହିଁ । ଏହି ଦିନ ମାନଙ୍କରେ କଳହ କ୍ଳେଶ ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ । ଯେଉଁ ଘରେ ଏପରି ଅଶାନ୍ତି ଥାଏ ସେହି ଘରେ ମାତା ବାସ କରନ୍ତି ନାହିଁ । ଧାର୍ମିକ ମନୋଭାବ କିମ୍ବା ଧାର୍ମିକ ଅନୁଷ୍ଠାନ ପ୍ରତି ମନ ଲଗାନ୍ତୁ । ଏହି ସମୟରେ ପିଆଜ ରସୁଣ ମାଛ ମାଂସ ମଦର ସେବନ ଭୁଲରେବି କରନ୍ତୁ ନାହିଁ । ନଚେତ ମାତା ରାଣୀଙ୍କ ଅଭିଶାପ ପଡ଼ିପାରେ ।

କାରଣ ଏହି ସମୟରେ ପୂର୍ଣ୍ଣ ରୂପରେ ସାତ୍ଵିକ ଭୋଜନ କରିବା ଉଚିତ । କାମ , କ୍ରୋଧ , ଲୋଭ , ମୋହ , ଈର୍ଷା ଠାରୁ ଦୂରେଇ ରୁହନ୍ତୁ । ତେଣୁ ଏହିସବୁ ଠାରୁ ଦୂରେଇ ରୁହନ୍ତୁ । ବ୍ରତ ଜରୁରୀ ଅଟେ ମାତ୍ର ଯଦି କୌଣସି ସମସ୍ୟା ଥାଏ ତେବେ କୌଣସି ବାଧ୍ୟବାଧକତା ନାହିଁ , ମାତ୍ର ବ୍ରତ ରଖିଲେ ସମ୍ପୂର୍ଣ୍ଣ ନିଷ୍ଠା ନିୟମର ସହିତ ବ୍ରତ ପାଳନ କରନ୍ତୁ ।

ଘରେ ଅଖଣ୍ଡ ଦୀପ ଜାଳୁଥିଲେ ଘରକୁ ଖାଲି କରି ଯାଆନ୍ତୁ ନାହିଁ । ନବରାତ୍ରୀର ନଅ ଦିନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଚମଡ଼ା ନିର୍ମିତ କୌଣସି ଜିନିଷର ବ୍ୟବହାର କରନ୍ତୁ ନାହିଁ । ଏହି ସମୟରେ ଗ୍ରହଣ କରୁଥିବା ଭୋଜନରେ ଲୁଣର ପ୍ରୟୋଗ କରନ୍ତୁ ନାହିଁ । ଏହି ସମୟରେ ସୋରିଷ ତେଲ , ଲୁଣ , ଭାତ ଖାଆନ୍ତୁ ନାହିଁ । ନବରାତ୍ରୀ ସମୟରେ ଦିନରେ ଶୋଇବା ମଧ୍ୟ ଉଚିତ ନୁହେଁ ।

ଏମିତିରେ ବି ଦିନରେ ଶୋଇବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଫଳାହାର କୌଣସି ଗୋଟିଏ ସ୍ଥାନରେ ବସି କରନ୍ତୁ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାତା ରାଣୀଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହାଦ୍ବାରା ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ମାତାଙ୍କ ଚାଳିଶା ପାଠ ସମୟରେ ମଝିରେ ଉଠନ୍ତୁ ନାହିଁ । ଏହି ସମୟରେ ତମାଖୁ ଭଳି ଜିନିଷ ଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ।

କିଛି ସାମାନ୍ୟ ଭୁଲ ଦ୍ୱାରା ବ୍ରତ ଖଣ୍ଡିତ ହୋଇପାରେ । ଏହି ସମୟରେ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ । ଏହାଦ୍ୱାରା ବ୍ରତ ସିଦ୍ଧ ହୋଇଥାଏ । ନବରାତ୍ରୀ ସମୟରେ ନଡ଼ିଆ ଫଟାଇବା ଉଚିତ ନୁହେଁ ବରଂ ଗୋଟା ନଡ଼ିଆ ହିଁ ଲଗାଇବା ଉଚିତ । ମହାଅଷ୍ଟମୀ ଦିନ ପୂଜା ପରେ ଆପଣ ନଡ଼ିଆ ଫଟାଇ ପାରିବେ । ମାତ୍ର ତା ପୂର୍ବରୁ ଫଟାନ୍ତୁ ନାହିଁ । ନବରାତ୍ରୀର ନଅ ଦିନ ପର୍ଯ୍ୟନ୍ତ ପାନ ମଧ୍ୟ ଖାଆନ୍ତୁ ନାହିଁ । ବିଜୟାଦଶମୀ ଦିନ ଆପଣ ପାନ ଖାଇ ପାରିବେ ।

ନଅ ଦିନ ପର୍ଯ୍ୟନ୍ତ ମାତା ରାଣୀଙ୍କୁ ପାନ ଭୋଗ ଲାଗିଥାଏ । ଏହିଦିନ ଲୁଣର ସେବନ କରନ୍ତୁ ନାହିଁ । ଏହିଦନ ଆପଣ ଲେମ୍ବୁ ଖାଇ ପାରିବେ ମାତ୍ର ବ୍ରତ ରଖିଥିଲେ ନିଜେ ଲେମ୍ବୁ କାଟିବା ଉଚିତ ନୁହେଁ । ଅନ୍ୟ କେହି ଲେମ୍ବୁ କାଟିଲେ ଆପଣ ସେବନ କରି ପାରିବେ । ନବରାତ୍ରୀ ସମୟରେ ବାଇଗଣ ସେବନ କରନ୍ତୁ ନାହିଁ କାରଣ ବାଇଗଣକୁ ସାତ୍ଵିକ ଭୋଜନ ମାନା ଯାଏ ନାହିଁ ।

Leave a Reply

Your email address will not be published. Required fields are marked *