ବଡ଼ ଶୁକ୍ରବାର : ଘରର ଦ୍ୱାରରୁ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ,ଦେଖିବେ ଦାରିଦ୍ର୍ୟତା ଆପଣଙ୍କ ଘରକୁ ଆସିବା ପାଇଁ ରାସ୍ତା ଭୁଲିଯିବେ !

ଦୁନିଆରେ ସବୁ ବ୍ୟକ୍ତିଙ୍କର ଧନ ଆକାଂକ୍ଷା ରହିଥାଏ । କିନ୍ତୁ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ଧନ ପ୍ରାପ୍ତି ପାଇଁ ଭଲ ରାସ୍ତା ଆପଣାଉ ଥିବା ବେଳେ ଆଉ କିଛି ଲୋକ ଖରାପ ରାସ୍ତା ଆପଣେଇ ଥାନ୍ତି । ଏହାଦ୍ବାରା କିଛି ଲୋକଙ୍କ ଅର୍ଥ ରୋଜଗାରର ମାର୍ଗ କାରଣରୁ ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି । ଆଉ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ଧନ ରୋଜଗାର କରନ୍ତି କିନ୍ତୁ ତାଙ୍କ ପାଖରେ ଧନ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ବାସ୍ତୁ ଅନୁଯାୟୀ କିଛି ନିୟମ ବିଷୟରେ କହିବୁ ଯାହାଦ୍ୱାରା ଧନ ପ୍ରାପ୍ତିର ମାର୍ଗ ଖୋଲିବା ସହିତ ଧନ ସ୍ଥାୟୀ ମଧ୍ୟ ରହିବ । ମାତା ଲକ୍ଷ୍ମୀଙ୍କୁ ଶୁକ୍ର ଗ୍ରହ ସହିତ ଯୋଡ଼ା ଯାଇଥାଏ କାରଣ ଶୁକ୍ରଗ୍ରହ ସୁଖ ଶାନ୍ତିର ପ୍ରତୀକ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ କିଛି ଉପାୟ ବିଷୟରେ କହିବୁ । ସାଧରଣତଃ ମାତା ଲକ୍ଷ୍ମୀଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧ ଆସିଥାଏ ।

ଶୁକ୍ର ଗ୍ରହଙ୍କୁ ପ୍ରସନ୍ନ କରିବା ଉପାୟ ସହିତ ସମାନ ଅଟେ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସକାଳୁ ଉଠି ସର୍ବପ୍ରଥମେ ଘରକୁ ଭଲଭାବରେ ଝାଡୁ କରି ପରିଷ୍କାର କରନ୍ତୁ । ଏହାପରେ ସ୍ନାନ କରି ଏକ ଲୋଟା ଜଳରେ ଅଳ୍ପ ପେଶା ହଳଦୀ ମିଶାଇ ଦିଅନ୍ତୁ ଏବଂ ବ୍ୟବହାର କରି ଘରର ମନ୍ଦିରକୁ ସଫାସୁତୁରା କରି ମନ୍ଦିରରେ ଥିବା ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ଅଭିଷେକ କରନ୍ତୁ । ହଳଦୀ ମିଶା ଜଳ ଲୋଟାକୁ ଠାକୁର ଘରେ ରଖି ଗୋଟିଏ ଘିଅ ଦୀପ ଏବଂ ଗୋଟିଏ ଧୂପ ଜଳାଇ ଦିଅନ୍ତୁ ।

ଯଦି ଆପଣ ଦୀପକୁ ସିଧାସଳଖ ଭୂଇଁରେ ରଖନ୍ତି ତେବେ ତାହା ଅପୂର୍ଣ୍ଣ ହୋଇଥାଏ । ଦୀପ ତଳେ ଚାଉଳ କିମ୍ବା କପଡ଼ା ବିଛାଇ ପାରିବେ । ଏହାଦ୍ବାରା ପୂଜା ପୂର୍ଣ୍ଣ ହୋଇଥାଏ । ସର୍ବପ୍ରଥମେ ଭଗବାନ ଗଣେଶ ଏବଂ ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରି ପୂଜା କରନ୍ତୁ । ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କୁ ‘ ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ‘ ମନ୍ତ୍ରକୁ ୨୧ ଥର ଜପ କରି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହାପରେ ଇଷ୍ଟ ଦେବତାଙ୍କୁ ପୂଜା କରିବା ପରେ ହଳଦୀ ଲୋଟା ଜଳରୁ ଅଳ୍ପ ନେଇ ନିଜର ଦୁଇ ଆଖିରେ ଲଗାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ ଏବଂ ଘରେ ସ୍ଥାୟୀ ବାସ କରିବାକୁ ପ୍ରାର୍ଥନା କରନ୍ତୁ ।

ଏହି ଉପାୟ କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ ଏବଂ ଘର ଧନ ଧାନ୍ୟରେ ଭରିଯାଏ ଏବଂ ଘରେ କୌଣସି ପ୍ରକାରର ଅଭାବ ହୁଏନାହିଁ । ଏହି ଉପାୟ କରିବା ଦ୍ୱାରା ଘରେ କେବେ କୌଣସି ଜିନିଷର ଅଭାବ ହୁଏନାହିଁ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦୈବ ରହିଥାଏ । ବଳକା ହଳଦୀ ପାଣକୁ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ଏବଂ ଘରେ ଧନ ମଧ୍ୟ ସ୍ଥାୟୀ ଭାବରେ ରହିଥାଏ । ଏହା ଦ୍ୱାରା ଶୁକ୍ର ଗ୍ରହ ମଜବୁତ ହେବା ସହିତ ଘରୁ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ ।

ସେହି ଜଳକୁ ଶେଷରେ ଆପଣ ନିଜେ ପ୍ରସାଦ ଆକାରରେ ଗ୍ରହଣ ମଧ୍ୟ କରି ପାରିବେ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଶେଷରେ ବଳକା ଜଳକୁ କୌଣସି ପରିଷ୍କାର ଗଛର ମୂଳରେ ଢ଼ାଳି ଦିଅନ୍ତୁ । ଯଦି ପ୍ରତ୍ୟେକ ଦିନ କରିବା ସମ୍ଭବ ନୁହେଁ ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ ଏହି ଉପାୟ ନିଶ୍ଚୟ କରନ୍ତୁ । ଏହି ଉପାୟ ଦ୍ୱାରା ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବଦା ମାତାଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ ଏବଂ ଘିଅ ରଖନ୍ତୁ ଯାହାର ବାସ୍ନା ଦ୍ୱାରା ମାତା ଲକ୍ଷ୍ମୀ ଆକର୍ଷିତ ହୁଅନ୍ତି । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳ ନେଇ ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ପ୍ରତ୍ୟେକ ଶୁକ୍ରବାର ଏହି ଉପାୟ କରିବା ଦ୍ୱାରା ଘର ପରିବାର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହେ ।

ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରି ମାତାଙ୍କୁ ଘିଅ ଦୀପ ଅର୍ପିତ କରି କୋମଳ ବୀଜ ମାଳା ଧରି ୧୦୮ ଥର ମାତା ଲକ୍ଷ୍ମୀଙ୍କ ନାମ ଜପ କରିବା ଉଚିତ । ମନ୍ତ୍ରଟି ହେଉଛି ” ଓଁ ଶ୍ରୀଂ ଶ୍ରୀଂ ମହାଲକ୍ଷ୍ମୈ , ଓଁ ଶ୍ରୀଂ ଶ୍ରୀଂ ନମଃ ” । ଏହି ମନ୍ତ୍ର ପ୍ରତ୍ୟେକ ଦିନ ଜପ କଲେ ଧନର ଦେବୀ ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ଧନର ଅଭାବ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *