ନବରାତ୍ରୀରେ ଏହି ତିନୋଟି ମୂର୍ତ୍ତିକୁ ପୂଜା ଭୁଲରେବି କରନ୍ତୁ ନାହିଁ । ନଚେତ ନଷ୍ଟ ହୋଇଯିବ ପୁରା ପରିବାର । ମାତା ଲକ୍ଷ୍ମୀ ହେବେ କ୍ରୋଧିତ ।

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କି ପୂଜା ଆରାଧନାରେ ନିଜର ପ୍ରଥମ ଅଧିକାଂଶ ସମୟ ବ୍ୟତୀତ କରିବା ସତ୍ତ୍ୱେବି ନିଜର ମନସ୍କାମନା ପୂରଣ ହୋଇପାରେ ନାହିଁ । ଅନେକ ପୂଜା ଅର୍ଚ୍ଚନା କରିବା ସତ୍ତ୍ୱେବି ଜୀବନରେ ଦୁଃଖ ଶେଷ ହୁଏନାହିଁ । ତେବେ ତାହାର ଏଭଳି ମଧ୍ୟ କାରଣ ହୋଇପାରେ ଯେ ପୂଜା ଅର୍ଚ୍ଚନା କରିବାରେ କିଛି ଭୁଲ । କାରଣ ସବୁ ଦେବାଦେବୀଙ୍କ ପୂଜା ଏକ ପ୍ରକାର ବିଧିରେ ହୋଇ ନଥାଏ ।

ମନୁଷ୍ୟର ସାଧାରଣ ଭୁଲ ପାଇଁ ତାର ଆରାଧନା ଈଶ୍ୱରଙ୍କ ନିକଟରେ ପହଞ୍ଚି ପାରେନାହିଁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ପୂଜାଘରେ କିଛି ଏପରି ଜିନିଷ ଅଛି ଯାହାକୁ ନିହାତି ରଖିବା ଉଚିତ ମାତ୍ର ଆଉ କିଛି ଜିନିଷ ଅଛି ଯାହାକୁ ପୂଜାଘର ଆଦୋୖ ରଖିବା ଉଚିତ ନୁହେଁ । ନଚେତ ଜୀବନରେ ଅନେକ ସମସ୍ୟା ଆସିଥାଏ । ପ୍ରଥମତଃ ପୂଜାଘର ନିର୍ମାଣର ଉଚିତ ସ୍ଥାନ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପୂଜାଘର ସର୍ବଦା ଐଶାନ୍ୟ କୋଣରେ ନିର୍ମାଣ କରିବା ଉଚିତ । ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୁଏନାହିଁ । ଏହାବ୍ୟତୀତ ଘରର ପୂଜାଘର ସର୍ବଦା ସ୍ୱଚ୍ଛ ରଖିବା ଉଚିତ ଏବଂ ପୂଜା ସମୟରେ ସ୍ନାନ କରି ହିଁ ମନ୍ଦିରକୁ ପ୍ରବେଶ କରିବା ଉଚିତ । ଘରର ପୂଜା ଘରେ କଳସ ସ୍ଥାପନାର ଅନେକ ମହତ୍ତ୍ୱ ରହିଛି । କଳସ ସ୍ଥାପନା ସମୟରେ ମଧ୍ୟ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବା ଉଚିତ ।

କଳସରେ ଗଙ୍ଗା ଜଳ ମମିଶାଇ ରଖିବା ଉଚିତ ଏବଂ ଏହାପରେ ପାଣି ଥିବା ନଡ଼ିଆ ମଧ୍ୟ ସ୍ଥାପିତ କରିବା ଉଚିତ । ଏହାଦ୍ବାରା ସବୁ ଦେବଦେବୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଘରର ମନ୍ଦିରରେ ପ୍ରତ୍ୟେକ ଦିନ ଦୀପ ଜାଳିବା ଉଚିତ। ଏହାଦ୍ବାରା ଘରୁ ସବୁ ନକରାତ୍ମକତା ଦୂର ହୋଇଥାଏ । ଯଦି ଆପଣ ସନ୍ଧ୍ୟା ସମୟରେ ଘରେ କୌଣସି ଦୀପ ନଜାଳନ୍ତି ତେବେ ଏହାଦ୍ବାରା ଘରର ବାତାବରଣ ନଷ୍ଟ ହୋଇଥାଏ । ଏହାଦ୍ବାରା ଘରର ମୁରବିଙ୍କ ଉପରେ ସମସ୍ୟା ଆସିଥାଏ ।

ଏହାଦ୍ବାରା ପରିବାର ଲୋକେ କୌଣସି କାର୍ଯ୍ୟରେ ସଫଳତା ପାଇ ପାରନ୍ତି ନାହିଁ । ନକରାତ୍ମକତା ଅଧିକ ବଢ଼ିଯାଏ ଯାହାକୁ ଦୂର କରିବା ପାଇଁ ଘିଅ କିମ୍ବା ତିଳରେ ଦୀପ ନିଶ୍ଚୟ ଜାଳିବା ଉଚିତ । ଯେଉଁ କାମ ଘରର କେହିବି କରି ପାରିବେ । ଘରେ କାହାରି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ତାହା ଘରେ ନକରାତ୍ମକ ଶକ୍ତିର ଉପସ୍ଥିତି ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କୁ କୌଣସି ଚାକିରୀ ସମ୍ବନ୍ଧୀୟ ସମସ୍ୟା କିମ୍ବା ଆର୍ଥିକ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ଘରର ଉତ୍ତର ଦିଗରେ ଘିଅ ଦୀପ ନିଶ୍ଚୟ ଜଳାନ୍ତୁ । ଏହାଦ୍ବାରା ସମସ୍ୟାରେ ସୁଧାର ଆସିବ । ଏହାବ୍ୟତୀତ ସମସ୍ୟା ଥିବା ବ୍ୟକ୍ତି ନିଜେ ଦୀପ ଜାଳିଲେ ଏହାର ଫାଇଦା ଦୁଇଗୁଣା ଅଧିକ ମିଳିଥାଏ । ଏହାଦ୍ବାରା ଘରର ସବୁ ନକରାତ୍ମକତା ଘରୁ ବାହାରି ଯାଏ ।

ମାତ୍ର ଆଜି ଆମେ ଆପଣଙ୍କୁ ଆଉ କିଛି ମୂର୍ତ୍ତି ବିଷୟରେ କହିବୁ ଯାହାକୁ ଯଦି ଆପଣ ପୂଜା ଘରେ ରଖନ୍ତି ତେବେ ରାଜଯୋଗ ସୃଷ୍ଟି ହୋଇଥାଏ ଯାହାଦ୍ୱାରା ଆର୍ଥିକ ସମୃଦ୍ଧି ହୋଇଥାଏ । ଏହାସହ ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ଆସିଥାଏ । ଯଦି ଆପଣ ଘରର ପୂଜାଘରେ କୃଷ୍ଣ କିମ୍ବା ବାଳଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ତା ସହିତ ଶ୍ରୀରାଧାଙ୍କ ମୂର୍ତ୍ତି ରଖନ୍ତୁ ।

କାରଣ ଏହି ଦୁଇ ମୂର୍ତ୍ତି କିମ୍ୱା ଫୋଟକୁ ସାଥିରେ ରଖିବା ଦ୍ୱାରା ଖୁବ ଭଲ ଫଳ ପ୍ରାକ୍ତ ହୋଇଥାଏ । ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମ ଏବଂ ଏକତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ଯେଉଁ ଘରେ ଏହି ଦୁଇ ଦେବଦେବୀଙ୍କ ମୂର୍ତ୍ତି ଏକାଠି ଥାଏ ସେହି ଘରେ ଶାନ୍ତି ଏବଂ ପ୍ରେମ ସବୁବେଳେ ବଜାୟ ରହେ ଏବଂ ସେହି ଘରେ କେବେବି କଳହ କ୍ଳେଶ ଦେଖା ଦିଏ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ପ୍ରେମ ବଜାୟ ରହେ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ।

ସେହିଭଳି ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ମିଳିତ ଭାବରେ ରଖୁଛନ୍ତି ତେବେ ମଧ୍ୟ ଏହା ରାଜଯୋଗ ଅଟେ । ସମଗ୍ର ବୁଶ୍ୱରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିଦେବ ମାନା ଯାଏ ଏବଂ ନାରାୟଣଙ୍କୁ ପୂଜା କରାଯାଏ । ଯଦି ଆପଣ ଘରେ ନାରାୟଣଙ୍କ ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତି ତେବେ ଘରେ ଧନ ସମ୍ପତ୍ତିର ଉନ୍ନତି ଏବଂ ଏବଂ ଏହାସହିତ ସମ୍ମାନ ମଧ୍ୟ ବୃଦ୍ଧି ହେବ ।

ଯଦି ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖିବାକୁ ଚାହୁଁଛନ୍ତି , ତାସହିତ ଭଗବାନ ହନୁମାନ ଏବଂ ମାତା ସୀତାଙ୍କ ମୂର୍ତ୍ତି ମଧ୍ୟ ରଖିବାକୁ ଚାହୁଁଛନ୍ତି ତେବେ ଶ୍ରୀରାମଚନ୍ଦ୍ରଙ୍କ ଦରବାରର ମୂର୍ତ୍ତି ରଖିଲେ ଏକା ସାଥିରେ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । କେବଳ ଶ୍ରୀରାମଚନ୍ଦ୍ରଙ୍କୁ ପୂଜା କଲେ ମିଳିତ ଭାବରେ ମାତା ସୀତା ଏବଂ ହନୁମାନଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ତ୍ରିଦେବଙ୍କ ମୂର୍ତ୍ତି ଅର୍ଥାତ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ମୂର୍ତ୍ତି ଏକାଠି ରଖି ପୂଜା କଲେ ଜୀବନରେ କୌଣସି ସମସ୍ୟା ରହେ ନାହିଁ ଏବଂ ଜୀବନରେ କେବେ ଦାରିଦ୍ର୍ୟତା ଆସିନାହିଁ । କାରଣ ଏହି ତ୍ରିଦେବ ହିଁ ପୁରା ସୃଷ୍ଟିକୁ ଚଳାଉଛନ୍ତି ।

Leave a Reply

Your email address will not be published. Required fields are marked *