ନବରାତ୍ରୀର କୌଣସି ବି ଦିନ ଏହି ସ୍ଥାନରେ ବନାଇ ଦିଅନ୍ତୁ ସ୍ୱସ୍ତିକ ଚିହ୍ନ । ଘରକୁ ଆସିବ ଅସରନ୍ତି ଧନ ।

ପୁରାଣରେ ସ୍ୱସ୍ତିକକୁ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପ୍ରତୀକ ମାନା ଯାଇଛି । ସ୍ୱସ୍ତିକ ଚିହ୍ନ ଆପଣଙ୍କ ସବୁ ମନସ୍କାମନାକୁ ପୂରଣ କରିଥାଏ । ଘରର ମନ୍ଦିରରେ ଯଦି ଆପଣ ପାଞ୍ଚ ପ୍ରକାରର ଭିନ୍ନ ଭିନ୍ନ ଶସ୍ୟ ରଖି ଦୀପ ଜାଳନ୍ତି ତେବେ ମନସ୍କାମନା ବହୁତ ଜଲଦି ପୂରଣ ହୋଇଥାଏ । ମାତ୍ର ସର୍ବଦା ସିଧା ସ୍ୱସ୍ତିକ ବନାଇବା ଉଚିତ । ଯଦି ଆପଣ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ତର୍ଜନୀ ଆଙ୍ଗୁଠିରେ ସ୍ୱସ୍ତିକ ଚିହ୍ନ ବନାଇ ଦିଅନ୍ତୁ ।

ଘରର ମୁଖ୍ୟଦ୍ୱାରରେ ଯଦି ହଳଦୀ ସିନ୍ଦୁର ଦ୍ୱାରା ସ୍ୱସ୍ତିକ ବନାଯାଏ ତେବେ ଭଗବାନ ଖୁସି ହୁଅନ୍ତି । ନବରାତ୍ରୀର ନଅ ଦିନ ମାତାଙ୍କ ପୂଜା କରାଯାଏ ମାତ୍ର ଆଜି ଆମେ ଏହି ଅବସରରେ କରାଯାଉଥିବା କିଛି ବିଶେଷ ପ୍ରୟୋଗ ବିଷୟରେ କହିବୁ ।ନବରାତ୍ରୀ ଦିନ ସାଧରଣତଃ ଲୋକେ ସିଦ୍ଧି ପ୍ରାପ୍ତ କରଥାନ୍ତି । ତେଣୁ ବିଭିନ୍ନ ସମସ୍ୟା ଏବଂ ତାନ୍ତ୍ରିକ କ୍ରିୟାରୁ ବର୍ତ୍ତିବା ପାଇଁ ସକାଳୁ ଉଠି ଘରର ମୁଖ୍ୟଦ୍ୱାର ପାଖରେ ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ ଏବଂ ତାସହିତ ପାଣି ଢ଼ାଳି ଝାଡୁ କରନ୍ତୁ । ଏହାବ୍ୟତୀତ ପାଣିରେ ଲୁଣ କିମ୍ବା ଫିଟିକିରି ଲଗାଇ ଘରର ପୋଛା ଲଗାନ୍ତୁ ।

ତେଣୁ ନବରାତ୍ରୀରେ ବିଶେଷ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ ଏବଂ ଘରର ସବୁ ଜିନିଷ ଠିକ ସ୍ଥାନରେ ରଖନ୍ତୁ । ଏହିଦିନ ମାନଙ୍କରେ ନାଲି ବସ୍ତ୍ର କମ ଧାରଣ କରନ୍ତୁ । ଏହାବ୍ୟତୀତ ନୀଳ ଏବଂ କଳା ରଙ୍ଗର ପୋଷାକ ମଧ୍ୟ ଧାରଣ କରନ୍ତୁ ନାହିଁ । ବିଶେଷ କରି ଅଷ୍ଟମୀ ଏବଂ ନବମୀ ଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ । ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ ଚିହ୍ନ ନିଶ୍ଚିତ ବନାନ୍ତୁ । ଏପରି ପ୍ରତ୍ୟେକ ଦିନ କରନ୍ତୁ ଏବଂ ତାସହିତ ଆମ୍ବ ପତ୍ର ଏବଂ ଅଶୋକ ପତ୍ରର ବନ୍ଦନ ବାର ଲଗାନ୍ତୁ ।

ଏହାଦ୍ବାରା ଜୀବନର ସବୁ ଦୁଃଖ ସମସ୍ୟା ଦୂର ହୋଇଥାଏ । ଘରକୁ ପ୍ରବେଶ କରିବା ମାତ୍ରେ ଡାହାଣ ପାର୍ଶ୍ଵରେ କୌଣସିବି ପାତ୍ରରେ ଜଳ ଭରି ରଖି ଦିଅନ୍ତୁ । ସେଥିରେ କିଛି ଫୁଲ ପାଖୁଡ଼ା ପକାଇ ଦିଅନ୍ତୁ । ଆଗାମୀ ଦିନ ପାଣି ବଦଳାଇ ଦିଅନ୍ତୁ । ଏହା ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ । ଏହାଦ୍ବାରା ଜୀବନରେ ନକରାତ୍ମକତା ରହେନାହିଁ । ସେଥିରେ ଦେଇଥିବା ଫୁଲ ପାଖୁଡ଼ା କାରଣରୁ ମାତା ଦୁର୍ଗା ମଧ୍ୟ ପ୍ରସନ୍ନ ହୋଇଥାନ୍ତି ।

ସ୍ନାନ କରିବା ସମୟରେ ପାଣିରେ ତୁଳସୀ ପତ୍ର ପକାଇ ସ୍ନାନ କରନ୍ତୁ । ଗୁରୁଗ୍ରହ ଦୁର୍ବଳ ଥିଲେ ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଥାଏ । ଭଗବାନ ସୂର୍ଯ୍ୟଙ୍କୁ ଜଳ ନିଶ୍ଚିତ ଅର୍ପିତ କରନ୍ତୁ । ପ୍ରତ୍ୟେକ ଦିନ ଅର୍ପିତ କରି ନପାରିଲେ ଗାୟତ୍ରୀ ମନ୍ତ୍ର ୨୭ ଜପ କରି ଦିଅନ୍ତୁ ।

ନବରାତ୍ରୀର ନଅ ଦିନରେ କୌଣସି ଦିନ ନାଲି ମୋୖଲି ସୂତା ନେଇ ମାତା ଦୁର୍ଗାଙ୍କ ମନ୍ଦିରକୁ ଯାଆନ୍ତୁ । ସେଠାରେ କୌଣସି ଗ୍ରୀଲରେ ସେହି ସୂତାକୁ ନିଜ ମନସ୍କାମନା କହି ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ । ଏହାଦ୍ବାରା ଆପଣଙ୍କ ଜୀବନର ସମସ୍ୟା ମଧ୍ୟ ଦୂର ହୋଇଯିବ । ଆପଣ କୌଣସିବି ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ତାହା ଉପରେ ଦେବଦେବୀଙ୍କ ମୂର୍ତ୍ତି କିମ୍ବା ଫୋଟ ରଖି ଦିଅନ୍ତୁ । ପୂଜା ଘରେ ଭଗବାନଙ୍କ ସ୍ଥାନରେ ମଧ୍ୟ ଆପଣ ସ୍ୱସ୍ତିକ ଚିହ୍ନ ବନାଇ ପାରିବେ । ଆପଣ ଚାହିଁଲେ ରୂପାର ସ୍ୱସ୍ତିକ ମାର୍କେଟରୁ ଆଣି ଘର ମନ୍ଦିରରେ ରଖି ପାରିବେ । ଏପରି କରିବା ଦ୍ୱାରା ଜୀବନରେ ଧନର ଅଭାବ କେବେ ହେବ ନାହିଁ ।

Leave a Reply

Your email address will not be published. Required fields are marked *