ସ୍ୱୟଂ ମାତା ଦୁର୍ଗା ନିଜେ କହିଛନ୍ତି : ଯେଉଁ ସ୍ତ୍ରୀ ନବରାତ୍ରୀରେ ଏହି ଦୁଇଟି କାମ ଚୁପଚାପ କରିଥାଏ,ମୁଁ ତାଙ୍କ ଘର ଟଙ୍କା ପଇସାରେ ଭରିଦିଏ !

ନବରାତ୍ରୀରେ ଛୋଟ ଛୋଟ ପ୍ରୟୋଗ କରାଯାଏ । ଏହାଦ୍ବାରା ଘରୁ ନକରାତ୍ମକତା ଦୂର ହେବ ଏବଂ ବାସ୍ତୁ ଦୋଷ ମଧ୍ୟ ଦୂର ହେବ । ତାସହିତ ଶତ୍ରୁ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ସକାଳୁ ସର୍ବପ୍ରଥମେ ଉଠି ଘରର ମୁଖ୍ୟଦ୍ୱାରରେ ପାଣି ଢ଼ାଳି ଦିଅନ୍ତୁ । ଘରର ବାସ୍ତୁ ଠିକ ଥିଲେ ସବୁବେଳେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିଥାଏ । ଲୋକେ ଘରର ମୁଖ୍ୟଦ୍ୱାରର କବାଟରେ ଶୁଭ ମଙ୍ଗଳ ପ୍ରତୀକ ଚିହ୍ନ ଦେଇଥାନ୍ତି ।

ଘରର ମୁଖ୍ୟଦ୍ୱାରର କବାଟ ଅନ୍ୟ କବାଟ ଅପେକ୍ଷା ସବୁଠାରୁ ବଡ଼ ଏବଂ ସୁନ୍ଦର ହେବା ଆବଶ୍ୟକ । ଯେଉଁ ଘରର ମୁଖ୍ୟଦ୍ୱାର ସର୍ବଦା ସୁସଜ୍ଜିତ ଏବଂ ସୁନ୍ଦର ହୋଇଥାଏ , ସେହି ଘରକୁ ସର୍ବଦା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେବେ ସକାଳୁ ସର୍ବପ୍ରଥମେ ଉଠି ନିଜ ନିଶ୍ୱାସ ଚେକ କରନ୍ତୁ ଯେ କେଉଁ ପାର୍ଶ୍ଵ ନାକରେ ନିଶ୍ୱାସ ପ୍ରଶ୍ୱାସ ଚାଲିଛି ।

ସେହି ପାର୍ଶ୍ଵର ଗୋଡ଼କୁ ପ୍ରଥମେ ଭୂଇଁରେ ରଖନ୍ତୁ । ରାତିରେ ଶୋଇବା ସମୟରେ ଘରର ମୁଖ୍ୟଦ୍ୱାର ପାଖରେ ଏକ ଧାତୁ ଲୋଟାରେ ରଖିଥିବା ଜଳକୁ ସକାଳୁ ମୁଖ୍ୟଦ୍ୱାର ପାଖରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ରାତିରେ ବିଚରଣ କରୁଥିବା ଅତୃପ୍ତ ଆତ୍ମା ତୃପ୍ତ ହୋଇ ଚାଲିଯିବ । ଏହାପରେ ଯଦି ଘରେ ପୋଛା ଲଗାଉଛନ୍ତି ତେବେ ପୋଛା ଜଳରେ ଲୁଣ ମିଶାଇ ପୋଛା ଲଗାନ୍ତୁ । ସେଥିରେ ଆପଣ ଫିଟିକିରି ମଧ୍ୟ ମିଶାଇ ପାରିବେ ।

ଏହାଦ୍ବାରା ନକରାତ୍ମକ ଶକ୍ତି ଦୂରେଇ ଯିବ । ମାତ୍ର ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ ।ନଚେତ ମାତା ଲକ୍ଷ୍ମୀ ଘରୁ ଚାଲିଯିବେ । ଜରୁରୀ ଥିଲେ ଏକ ଚିମୁଟା ହଳଦୀ ମିଶାଇ ପୋଛା ଲଗାନ୍ତୁ । କରଜ ବାରମ୍ବାର ନେବା କିମ୍ବା ଦେବା ଖରାପ ଅଭ୍ୟାସ ହୋଇଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି । ସକାଳ ସନ୍ଧ୍ୟା ଘରେ ପୂଜା ପାଠ ଏବଂ ଶଙ୍ଖ ବଜାଇବା ଉଚିତ । ଯାହାଦ୍ୱାରା ଘରର ନକରାତ୍ମକତା ଦୂରେଇ ଯାଏ ।

ତିନି ତିନିଥର ଶଙ୍ଖ ବଜାଇ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ନିୟମିତ ରୂପରେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଜୀବନର ସବୁ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଯାଏ । ଏହାବ୍ୟତୀତ ପ୍ରତ୍ୟେକ ଦିନ ତୁଳସୀରେ ଜଳ ଅର୍ପିତ କରନ୍ତୁ । ଏକାଦଶୀ ଦିନ ଜଳରେ କ୍ଷୀର ମିଶାଇ ତୁଳସୀରେ ଅର୍ପିତ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଆପଣ ଅତର ମଧ୍ୟ ଅର୍ପିତ କରି ପାରିବେ । କାରଣ ପବିତ୍ରତା ଏବଂ ସ୍ୱଚ୍ଛତା ମାତାଙ୍କର ଅଧିକ ପ୍ରିୟ ଅଟେ ।

ଯଦି ଘରେ ଅଧିକ ସମସ୍ୟା ଥାଏ ତେବେ ଏକ ଗ୍ଲାସ ପାଣିରେ ଲୁଣ ମିଶାଇ ଘରର ପଶ୍ଚିମ ଦିଗ କୋଣରେ ରଖି ଦିଅନ୍ତୁ । ସେହି ଗ୍ଲାସରେ ନାଲି ରଙ୍ଗର ପେଣ୍ଟିଙ୍ଗ ଲଗାଇ ଦିଅନ୍ତୁ । ପ୍ରତ୍ୟେକ ମାସ ପାଣି ବଦଳାଇ ଦିଅନ୍ତୁ । ସିନ୍ଦୁର ଏବଂ ଅକ୍ଷତ ସହିତ ହଳଦୀ ମିଶାଇ ଘରର ମୁଖ୍ୟଦ୍ୱାର ବାହାରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ଏହାଦ୍ୱାରା ଘରକୁ ନକରାତ୍ମକତା ଆସି ନଥାଏ ଏବଂ ମାତା ଲକ୍ଷ୍ମୀଙ୍କର ଆଗମନ ମଧ୍ୟ ହୋଇଥାଏ ।

ଘରର ମୁଖ୍ୟଦ୍ୱାରର ଭିତର ପଟକୁ ଏକ ପାଣି ପୂର୍ଣ୍ଣ କଳସି ରଖି ଦିଅନ୍ତୁ ଏବଂ ଚଉକାଠର ଠିକ ଉପରେ ଓଁ ଆଙ୍କି ଦିଅନ୍ତୁ । ତେଣୁ ହଳଦୀ ଏବଂ ଚାଉଳର ପେଷ୍ଟ ବନାଇ ଆପଣ ଓଁ ଆଙ୍କି ପାରିବେ । ଘରର ମୁଖ୍ୟଦ୍ୱାରରେ ବନ୍ଦନବାର ଲଗାଇ ରଖନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି । ପୂଜା କରିବା ସମୟରେ ତିଳକ ନିଶ୍ଚୟ କରନ୍ତୁ । ଏହାଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଘରକୁ ପ୍ରବେଶ କରିବା ସମୟରେ ଡାହାଣ ପାର୍ଶ୍ଵରେ ଏକ କାଚ ପାତ୍ରରେ ପାଣି ଭରି ରଖନ୍ତୁ । ସେଥିରେ ଫୁଲ ପାଖୁଡ଼ା ପକାଇ ରଖିଲେ ଅଧିକ ଉତ୍ତମ । ସେହି ପାଣି ସୁରକ୍ଷା କବଚ ଆକାରରେ କାମ କରିଥାଏ । ଆଗାମୀ ଦିନ ତାହାକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତି । ସେଥିରେ ଆପଣ ସ୍ୱସ୍ତିକ ଚିହ୍ନ ମଧ୍ୟ ବନାଇ ପାରିବେ ।

Leave a Reply

Your email address will not be published. Required fields are marked *