ନବରାତ୍ରୀରେ ସକାଳ ୮ ଘଟିକା ପରେ ସ୍ନାନ କରୁଥିବା ମହିଳାମାନେ ଏହାକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସ୍ନାନ କରିବାର ଦୈନନ୍ଦିନ କାର୍ଯ୍ୟ। ସ୍ନାନ କରିବା ଦ୍ୱାରା ଶରୀର ଓ ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ। ଯେପରି ପ୍ରତ୍ୟେକ କାର୍ଯ୍ୟ ଗୋଟେ ନିର୍ଦ୍ଧିଷ୍ଟ ସମୟରେ କରାଯାଇଥାଏ, ସେହିପରି ସ୍ନାନ କରିବାର ମଧ୍ୟ ଏକ ସମୟ ଓ ନିୟମ ରହିଛି। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜ ସୁବିଧା ଅନୁସାରେ ସ୍ନାନ କରୁଛନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ।

ଧର୍ମ ଶାସ୍ତ୍ରରେ ବ୍ୟକ୍ତିର ଦୈନନ୍ଦିନ ଜୀବନ ଚର୍ଯ୍ୟାକୁ ନେଇ ଅନେକ କଥା ବର୍ଣ୍ଣିତ ରହିଛି। ସଂସ୍କାର , ବିଚାର ଆଦି ବିଷୟରେ ମଧ୍ୟ ବହୁତ କିଛି ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣ ଅନୁସାରେ, ସ୍ନାନ କରିବାର ସଠିକ ବିଧି ବିଷୟରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। ଡେରିରେ ସ୍ନାନ କରିବା ଦ୍ୱାରା କଣ ଲାଭ ବା ହାନୀ ହୋଇଥାଏ, ସେହି ବିଷୟରେ ମଧ୍ୟ ଜାଣିବା।

ଗରୁଡ଼ ପୂରଣ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବାକୁ ଅତ୍ୟନ୍ତ ଶୁଭ ମାନା ଯାଇଛି। ଏହି ସମୟରେ ସ୍ନାନ କରୁଥିବା ବ୍ୟକ୍ତିଙ୍କ ମନରେ ସର୍ବଦା ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ବ୍ରହ୍ମ ମୁହୂର୍ତ୍ତରେ କରାଯାଉଥିବା ସ୍ନାନକୁ ବ୍ରହ୍ମ ସ୍ନାନ କୁହାଯାଏ। ସ୍ନାନ କରିବା ସମୟରେ ଯଦି ଆପଣ ପବିତ୍ର ନଦୀ ଗୁଡ଼ିକ ବିଷୟରେ ଚିନ୍ତା କରି ସ୍ନାନ କରିବେ, ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ।

ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ ପରେ ୮ ଘଟିକା ମଧ୍ୟରେ ସ୍ନାନ କରିଥାଏ, ତାଙ୍କୁ ସାରା ଦିନ ଅଳସୁଆ ଲାଗିଥାଏ। ଏହାସହିତ ମାନସିକ ଅଶାନ୍ତି ଅନୁଭବ ହୋଇଥାଏ। ଗାଧୋଇବା ପରେ କିଛି ଖାସ କାର୍ଯ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନଚେତ ଏହାର ଅଶୁଭ ପରିଣାମ ଭୋଗିବାକୁ ପଡିପାରେ। ସ୍ନାନ କରିବା ପରେ ବାଲଟିରେ ପାଣି ରଖି ଆସନ୍ତୁ ନାହିଁ। ଏହାକୁ ଫିଙ୍ଗି ଦିଅନ୍ତୁ। କାରଣ ଗାଧୁଆ ପାଣି ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ।

ଯଦି ଆପଣଙ୍କ ଜୀବନରେ ସମସ୍ୟା ଲାଗି ରହୁଛି ଏବଂ ଆପଣ ସେଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ସ୍ନାନ କରିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ। ଗାଧୋଇ ସାରିବା ପରେ ନିଜର ଲୁଗା ମାଆ ବା ଭଉଣୀ ବା ପତ୍ନୀଙ୍କ ଦ୍ଵାରା ଧୋଇବା ଉଚିତ ନୁହେଁ। ଆପଣ ନିଜ ଲୁଗା ନିଜେ ସଫା କରିବା ଆବଶ୍ୟକ। ଶାସ୍ତ୍ରରେ କୁହାଯାଇଛି ଯଦି ଆପଣ କୌଣସି ନଦୀରେ ସ୍ନାନ କରିବାକୁ ଯାଉଛନ୍ତି, ତାହେଲେ ପ୍ରଥମେ ନଦୀକୁ ପ୍ରଣାମ କରି ସ୍ନାନ କରନ୍ତୁ। ବିବାହିତ ନାରୀ ସ୍ନାନ କରିବା ପରେ ତୁରନ୍ତ ସିନ୍ଦୂର ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଅତ୍ୟନ୍ତ ଅଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *