ମାର୍ଚ୍ଚ ୨୨ ନବରାତ୍ରୀ ” ମାତା ଶୈଳପୁତ୍ରୀ ” ଙ୍କୁ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଚାକିରୀ ଏବଂ ବ୍ୟବସାୟରେ ହେବ ଉନ୍ନତି ।

ମାତା ଶୈଳପୁତ୍ରୀଙ୍କ ପୂଜା ନବରାତ୍ରୀର ପ୍ରଥମ ଦିନରେ ହୋଇଥାଏ । ତାଙ୍କୁ ପ୍ରଥମ ଦେବୀ କୁହାଯାଏ ଏବଂ ପର୍ବତରାଜଙ୍କ ଠାରେ ଜନ୍ମ ହୋଇ ଥିବାରୁ ତାଙ୍କୁ ମାତା ଶୈଳପୁତ୍ରୀ ବୋଲି କୁହାଯାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କିପରି ମାତା ଶୈଳପୁତ୍ରୀଙ୍କ ପୂଜା କରାଯାଇ ପାରିବ । ମାତାଙ୍କ ମନ୍ତ୍ର ହେଉଛି ” ଓଁ ଦୁଂ ଦୁର୍ଗାୟେ ନମଃ ” । ମାତାଙ୍କୁ ନିଷ୍ଠାର ସହିତ ପୂଜା କଲେ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ।

ମାତା ଶୈଳପୁତ୍ରୀଙ୍କ ମଥାରେ ଅର୍ଦ୍ଧଚନ୍ଦ୍ର ଏବଂ ଡାହାଣ ହାତରେ ତ୍ରିଶୁଳ ଓ ବାମ ହାତରେ ପଦ୍ମ ରହିଥାଏ । ମାତାଙ୍କ ସବାରି ନନ୍ଦୀ ଅଟେ । ମାତା ଶୈଳପୁତ୍ରୀଙ୍କ ପୂଜା କରିବା ଦ୍ୱାରା ଚଦ୍ର ଦୋଷରୁ ମୁକ୍ତି ମିଳିଥାଏ । ତେଣୁ ମାତା ଶୈଳପୁତ୍ରୀଙ୍କ ପୂଜାରେ ପ୍ରଥମ ଦିନ ସବୁ ନଦୀ , ତୀର୍ଥ ସ୍ଥାନ ମାନଙ୍କର ଆହ୍ୱାନ କରାଯାଏ । ନବରାତ୍ରୀର ଶେଷ ଦିନ ପର୍ଯ୍ୟନ୍ତ ପୂଜାରେ କର୍ପୂରର ପ୍ରୟୋଗ କରନ୍ତୁ । ଏହାଦ୍ବାରା ମାତା ଶୈଳପୁତ୍ରୀଙ୍କ କୃପା ପ୍ରାପ୍ତ ହେବ ।

ମାତା ଶୈଳପୁତ୍ରୀଙ୍କୁ ଗାଈ ଘିଅର ଭୋଗ ଲଗାଇବାର ବିଧାନ ରହିଛି । ଭୋଗ ଲାଗି ସାରିବା ପରେ ତାହାକୁ ପ୍ରସାଦ ଆକାରରେ ଘରର ସବୁ ସଦସ୍ୟଙ୍କ ସହିତ ମିଶି ସେବନ କରନ୍ତୁ । ଏହାଦ୍ବାରା ଚାକିରୀ ବ୍ୟବସାୟରେ ଉନ୍ନତି ମିଳିବ ଏବଂ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ । ମାତାଙ୍କୁ ନାଲି ମନ୍ଦାର ସବୁଠାରୁ ଅଧିକ ପସନ୍ଦ ଅଟେ । ମାତାଙ୍କୁ ନାଲି ଫଳ ମଧ୍ୟ ଭୋଗ ଆକାରରେ ଅର୍ପଣ କରନ୍ତୁ । ଏହିଦିନ ଏକ ଛୋଟ ଉପାୟ କରିବାର ମଧ୍ୟ ବିଧାନ ରହିଛି ।

କୌଣସି ବିଶେଷ ମନସ୍କାମନା ଥିଲେ ସ୍ନାନ ସାରି ମାତାଙ୍କ ସମ୍ମୁଖରେ ଏକ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ । ସେଥିରେ ଏକ ଲବଙ୍ଗ ପକାଇ ଦିଅନ୍ତୁ , ନାଲି ବତିର ପ୍ରୟୋଗ କରନ୍ତୁ ଏବଂ ଦୀପ ତଳେ କିଛି ନାଲି ଫୁଲ ପାଖୁଡ଼ା ରଖି ଦିଅନ୍ତୁ । ମାତାଙ୍କୁ ତୁଳସୀ କିମ୍ବା ଦୁବ ଘାସ ଅର୍ପିତ କରନ୍ତୁ ନାହିଁ । ବେଲ ପତ୍ର କିମ୍ବା ପଦ୍ମ ଫୁଲ ଅର୍ପିତ କରି ପାରିବେ । କୌଣସି ମନସ୍କାମନା ପୂରଣ କରିବାକୁ ଚାହୁଁଥିଲେ ୨୭ ଟି ଗୋଟା ଲବଙ୍ଗ ନିଅନ୍ତୁ ।

ତାହାକୁ ନାଲି ସୂତାରେ ବାନ୍ଧି ଏକ ମାଳା ତିଆରି କରନ୍ତୁ । ମହିଳା ହୋଇଥିଲେ ମାତାଙ୍କୁ ପିନ୍ଧାଇ ଦିଅନ୍ତୁ । ପୁରୁଷ ହୋଇଥିଲେ ମତାଣ୍କ ଚରଣରେ ରଖି ଦିଅନ୍ତୁ । ନବରାତ୍ରୀ ଶେଷ ହେବା ପରେ ସେହି ମାଳାକୁ ସବୁଦିନ ପାଇଁ ନିଜ ପାଖରେ ରଖନ୍ତୁ । ତାହା ରକ୍ଷା କବଚ ଭଳି କାମ କରିବ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଜୀବନରେ ଲଢ଼େଇ ଝଗଡ଼ା ବିବାଦ ଦେଖା ଦେଉଥିଲେ ଏକ ହଳଦିଆ କାଗଜ ନିଅନ୍ତୁ ।

ସେଥିରେ ନାଲି ପେନରେ ମାତାଙ୍କ ୩୨ ନାମକୁ ଲେଖି ଦିଅନ୍ତୁ ଏବଂ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ପେପରରେ ଏହା ଲେଖି ମାତାଙ୍କ ପାଖରେ ପୂଜା କରି ସମସ୍ତଙ୍କ ପାଖରେ ରଖିବାକୁ ଦିଅନ୍ତୁ । ଏହା ରକ୍ଷା କବଚ ଭଳି କାମ କରିବ । ଏହାଦ୍ବାରା ଘରର ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ମାତାଙ୍କ ପୂଜା ସମୟରେ ଏକ ଲୋଟା ଜଳ ସାମ୍ନାରେ ରଖି ମାତାଙ୍କ ୩୨ ନାମକୁ ଜପ କରନ୍ତୁ ।

ତାପରେ ସେହି ପାଣିକୁ ସମ୍ପୂର୍ଣ୍ଣ ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘରର ନକରାତ୍ମକତା ଦୂରେଇ ଯିବ । ଆପଣ ଚାହିଁଲେ ମାତାଙ୍କ ସ୍ତୋତ୍ର ମଧ୍ୟ ପଢ଼ି ପାରିବେ । ଯଦି ଆପଣ ଏହି ଜପ ଲଗାତାର ୪୦ ଦିନ ପର୍ଯ୍ୟନ୍ତ କରନ୍ତି ତେବେ ଜୀବନରେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ , ଦୁଃଖ ଦାରିଦ୍ର୍ୟତା ଏବଂ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ । ଯଦି କୋର୍ଟ କଚେରୀ ବାଦ ବିବାଦ ମକଦ୍ଦମା ରହିଛି ତେବେ ନାଲି ମନ୍ଦାର ମାଳା ପ୍ରସ୍ତୁତ କରି ମାତାଙ୍କୁ ପିନ୍ଧାଇ ଦିଅନ୍ତୁ ।

ଏହିସବୁ ମକଦ୍ଦମା ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଯଦି ଆପଣଙ୍କ ବ୍ୟାପାରରେ ଉନ୍ନତି ହେଉନାହିଁ ଏବଂ କ୍ଷତି ହେଉଛି ତେବେ ଏକ ପାଣି ଥିବା ନଡ଼ିଆକୁ ନାଲି ଚୁନିରେ ଘୋଡ଼ାଇ ଧନ ରଖା ଯାଉଥିବା ସ୍ଥାନ କିମ୍ବା ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ । ସବୁ ସମସ୍ୟା ଦୂର ହୋଇଯିବ । ଏହାଦ୍ୱାରା ଆପଣଙ୍କର ଚାକିରୀ ନପାଇ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *