ମାର୍ଚ୍ଚ ୨୨ ” ଚୈତ୍ର ବୁଧବାର ” କେବଳ କରି ଦିଅନ୍ତୁ ଏହି ବିଶେଷ ଉପାୟ । ଯାହା ଚାହିଁବେ ତାହା ହେବ ।

ପ୍ରତ୍ୟେକ ପୂଜା ପୂର୍ବରୁ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରାଯାଏ । କାରଣ ଭଗବାନ ଗଣେଶ ହେଉଛନ୍ତି ବିଘ୍ନ ହରତା । ଯାହାଦ୍ୱାରା କୌଣସି ପୂଜାରେ କୌଣସି ସମସ୍ୟା ଆସିବ ନାହିଁ । ଭଗବାନ ଗଣେଶଙ୍କୁ ବୁଧବାର ଦିନ ବିଶେଷ ଭାବରେ ପୂଜା କଲେ ଜୀବନରେ କୌଣସି ସମସ୍ୟା ତାହା ବିବାହ , ସନ୍ତାନ , ଚାକିରୀ , ଶିକ୍ଷା ସମ୍ବନ୍ଧୀୟ କୌଣସି ସମସ୍ୟା ଆସିବ ନାହିଁ ।

ବୁଧବାର ଦିନ ଯଦି ଆପଣ ଗଣେଶ ଗାୟତ୍ରୀ ମନ୍ତ୍ରର ୧୦୮ ଥର ଜପ କରନ୍ତି ତେବେ ଆପଣଙ୍କ ଜୀବନରେ କେବେବି କୌଣସି ସମସ୍ୟା ଆସିବ ନାହିଁ । ଥରେ ମାଳା ଜପ କରି ଯଦି ଆପଣ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଯିବ । ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟଦେବଙ୍କୁ ତର୍ପଣ କରିବା ପରେ ଘରର ମନ୍ଦିରରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା ଉଚିତ । ପଞ୍ଚଦେବଙ୍କ ମଧ୍ୟରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରାଯାଏ ।

ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କର କିଭଳି ବିଧି ବିଧାନର ସହିତ ପୂଜା କରାଯାଇ ପାରିବ , ସେହି ବିଷୟରେ କହିବୁ । ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପିତ ଅଟେ । ଭଗବାନ ଗଣେଶଙ୍କୁ ଯଦି ଆପଣ ବିଧି ବିଧାନର ସହିତ ଲଗାତାର ୭ ଟି ବୁଧବାର ସେହିଭଳି ପୂଜା କରନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ ।

ଏପରି କରିବା ଦ୍ୱାରା ଭଗବାନ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଉଚିତ ପଥ ଦେଖାଇବେ ଏବଂ ଆପଣଙ୍କ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ । ପ୍ରଥମତଃ ସକାଳୁ ଉଠି ସର୍ବପ୍ରଥମେ ହାତ ପାପୁଲିର ଦର୍ଶନ କରି ଭଗବାନ ଗଣେଶଙ୍କୁ ସ୍ମରଣ କରି ନିଜ ସମସ୍ୟା ବିଷୟରେ ପ୍ରାର୍ଥନା କରି ଜଣାନ୍ତୁ ।

ସକାଳୁ ଉଠି ସର୍ବପ୍ରଥମେ ଯଦି ଆପଣଙ୍କର ଅର୍ଥ କାମନା , ବିବାହ ସମ୍ବନ୍ଧୀୟ କିମ୍ବା ସନ୍ତାନ ଓ ଶିକ୍ଷା ସମ୍ବନ୍ଧୀୟ କିଛି କାମନା ଅଛି ତେବେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ଏହାପରେ ନିତ୍ୟକର୍ମ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଆଖପାଖରେ କୌଣସି ଗଣେଶ ମନ୍ଦିର ଥିଲେ ସେଠାକୁ ଯାଇ ବିଧି ବିଧାନର ସହିତ ପୂଜା କରି ପାରିବେ କିମ୍ବା ଘରେ କୌଣସି ମୂର୍ତ୍ତି କିମ୍ବା ବିଗ୍ରହ ସ୍ଥାପିତ ହୋଇଥିଲେ ମଧ୍ୟ ଆପଣ ପୂଜା କରି ପାରିବେ ।

ଭଗବାନଙ୍କ ସୁଲଭ ବିଗ୍ରହର ଅଧିକ ମହତ୍ତ୍ୱ ରହିଛି । ବିଗ୍ରହ ଥିଲେ ପ୍ରଥମେ ଅଭିଷେକ କରାଇ ପୂଜା କରନ୍ତୁ । ମାତ୍ର ଆପଣ ଚାହିଁଲେ ଭଗବାନ ଗଣେଶଙ୍କ ଫୋଟକୁ ମଧ୍ୟ ପୂଜା କରି ପାରିବେ । ଆପଣ ପଞ୍ଚାମୃତ କିମ୍ବା ଗଙ୍ଗା ଜଳରେ ଅଭିଷେକ କରାଇ ପାରିବେ । ଏହାପରେ ଭଗବାନଙ୍କୁ ହଳଦିଆ ବସ୍ତ୍ର , ଅତର ଅର୍ପିତ କରନ୍ତୁ । ପୂଜା ପାଇଁ ସବୁ ବସ୍ତୁ ଉପଲବ୍ଧ କରିବାକୁ ଚେଷ୍ଟା କରନ୍ତୁ ।

ଭଗବାନଙ୍କ ସମ୍ମୁଖରେ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ । ଭଗବାନ ଗଣେଶଙ୍କୁ ହଳଦିଆ ଫୁଲ ମାଳା ଅର୍ପିତ କରନ୍ତୁ । ଭଗବାନ ଗଣେଶଙ୍କୁ ଦୁବ ଘାସ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ନିଜ ଉପଲବ୍ଧତା ଅନୁଯାୟୀ ଦୁବ ଘାସ ଅର୍ପିତ କରନ୍ତୁ । ଭଗବାନ ଗଣେଶଙ୍କୁ ହଳଦୀ ସିନ୍ଦୁର ଏବଂ ଅକ୍ଷତର ତିଳକ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ଦୂର ହୋଇଯିବ । ଏହାଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଏହିଦିନ ଭଗବାନ ଗଣେଶଙ୍କୁ ହଳଦିଆ ମୋଦକ ଅର୍ପିତ କରନ୍ତୁ । ଭଗବାନ ଗଣେଶଙ୍କୁ ଗୋଟା ମୁଗ ଅର୍ପିତ କରନ୍ତୁ । ଏହାବ୍ୟତୀତ ବିଶେଷ ଧଣିଆ ଚୁରମା ପ୍ରସାଦ ବନାଇ ଅର୍ପିତ କରନ୍ତୁ । ଏହି ଭୋଗ ଦ୍ୱାରା ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ପ୍ରତ୍ୟେକ ବୁଧବାର ଏହି ଚୁରମା ଏବଂ ମୋଦକ ଅର୍ପିତ କରନ୍ତୁ । ନଚେତ ଆପଣ ମୁଗ ଡାଲି ଲଡୁ କିମ୍ବା ବୁନ୍ଦୀ ଲଡୁ ମଧ୍ୟ ଅର୍ପିତ କରି ପାରିବେ ।

Leave a Reply

Your email address will not be published. Required fields are marked *