ମାର୍ଚ୍ଚ ୨୧ ଅମାବାସ୍ୟା , ଯାହାବି ଦୁଃଖ ଦାରିଦ୍ର୍ୟତା ଦୂର ହୋଇଯିବ । କେବଳ କିଛି ଶୁଖିଲା ନାଲି ଲଙ୍କା ମଞ୍ଜିକୁ ନେଇ କରନ୍ତୁ ଏହି ଗୋଟିଏ ଉପାୟ ।

ଚନ୍ଦ୍ରମାସ ଶୁକ୍ଳପକ୍ଷର ଅମାବାସ୍ୟା ତିଥି ଏଥର ଏଥର ମାର୍ଚ୍ଚ ୨୧ ମଙ୍ଗଳବାର ଦିନ ପାଳିତ ହେବ । ତେଣୁ ଏହି ଚୈତ୍ର ଅମାବାସ୍ୟାରେ ଶୁଭ ଯୋଗ ବନୁଛି । ଏହିଦିନ ସ୍ନାନ ଦାନ କଲେ ପୂର୍ବଜଙ୍କୁ ଶାନ୍ତି ମିଳିଥାଏ । ଯାହାଦ୍ୱାରା ଘରକୁ ସୁଖ ଶାନ୍ତି ସମୃଦ୍ଧି ଆସିଥାଏ । ଏହିଦିନ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ । ଏହାକୁ ଭୌମବତୀ ଅମାବାସ୍ୟା ମଧ୍ୟ କୁହାଯାଏ । ତେଣୁ ଶୁଭ ଯୋଗ ଏବଂ ସର୍ବାସିଦ୍ଧି ଯୋଗର ମିଳନ କାରଣରୁ ଶୁଭ ଅବସର ସୃଷ୍ଟି ହେବାକୁ ଯାଉଛି । ଏହିଦିନ ଦାନ ଧର୍ମ କଲେ ଚାକିରୀରେ ଆସୁଥିବା ବାଧା ଦୂର ହୋଇଥାଏ । ଏହିଦିନ ହନୁମାନ ଚାଳିଶା ପାଠ କଲେ ମାଙ୍ଗଳିକ ଦୋଷ ଦୂର ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଶୁଖିଲା ନାଲି ଲଙ୍କାକୁ ପ୍ରୟୋଗ କରି କରାଯାଉଥିବା ପାଞ୍ଚଟି ମହାପ୍ରୟୋଗ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନର ତମାମ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କ ଜୀବନରେ ଅଧିକ ସମସ୍ୟା ଦେଖା ଦେଉଛି ଏବଂ ତମାମ ପରିଶ୍ରମ କରିବା ସତ୍ତ୍ୱେବି ଫଳ ମିଳୁନାହିଁ ତେବେ କୌଣସି ଶନିବାର ଦିନ ରାତିରେ ଶୋଇବା ପୂର୍ବରୁ ଏକ ପାତ୍ରରେ ପାଣି ନେଇ ସେଥିରେ ୨୧ ଟି ଶୁଖିଲା ନାଲି ଲଙ୍କା ମଞ୍ଜି ପକାଇ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ସକାଳୁ ଉଠି ସେ ପାତ୍ରକୁ ବାମ ହାତରେ ଧରି ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ନିଅନ୍ତୁ ଏବଂ ବାହାରକୁ ଫିଙ୍ଗି ଦିଅନ୍ତୁ । ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଆପଣଙ୍କ ଜୀବନରେ ସବୁ ସମସ୍ୟା ଏବଂ ବାଧା ଦୂର ହୋଇଯିବ ।

ଯଦି ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରୁଥାନ୍ତି ତେବେ ଶନିବାର ଦିନ ସନ୍ଧ୍ୟାରେ ପାଞ୍ଚଟି ଶୁଖିଲା ନାଲି ଲଙ୍କା , କିଛି ହଳଦିଆ ସୋରିଷ ଦାନା ନେଇ ଏବଂ ଲୁଣ ନେଇ ନିଜ ଉପରେ ଏବଂ ଘରର ଛୋଟ ପିଲା ଏବଂ ସଦସ୍ୟଙ୍କ ମୁଣ୍ଡ ଉପର ଦେଇ ତିନି ଥର କିମ୍ବା ସାତ ଥର ବୁଲାଇ ବାହାରେ ଫିଙ୍ଗି ଦିଅନ୍ତୁ । ଏହି ପ୍ରୟୋଗ କରିବା ଦ୍ୱାରା ଶତ୍ରୁ ଶାନ୍ତ ହୋଇଯିବ । ଯଦି ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ର ହୋଇଥାଏ ତେବେ ପାଞ୍ଚଟି ନାଲି ଶୁଖିଲା ଲଙ୍କା ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ବାହାରେ ଗାତ ଖୋଳି ପୋତି ଦିଅନ୍ତୁ । ମାତ୍ର ଏହି ଉପାୟ କରି ସାରିବା ପରେ ପଛକୁ ବୁଲି ଦେଖନ୍ତୁ ନାହିଁ । ଏହି ଉପାୟ କରିବା ଦ୍ୱାରା ଶତ୍ରୁ ସମସ୍ୟା ଏବଂ ତନ୍ତ୍ର ମନ୍ତ୍ରର ପ୍ରଭାବ ଆଉ ରହିବ ନାହିଁ । ଯଦି ଆପଣଙ୍କ ଟଙ୍କା କେଉଁଠି ଫସି ରହିଛି ତେବେ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ ଏକ ଲୋଟା ପାଣିରେ କିଛି ଶୁଖିଲା ନାଲି ଲଙ୍କା ମଞ୍ଜି ମିଶାଇ ଅର୍ପିତ କରନ୍ତୁ । ଫସି ରହିଥିବା ଧନ ପ୍ରାପ୍ତ ହେବ ।

ଯଦି ବ୍ୟବସାୟରେ କ୍ଷତି ହେଉଛି ତେବେ ତିନୋଟି ମାଟିର ଦୀପ ଦିଅନ୍ତୁ । ଗୋଟିଏ ଦୀପରେ କିଛି ସୋରିଷ ଦାନା , ଦ୍ଵିତୀୟରେ କଳା ତିଳ ଏବଂ ଲୁଣ ଏବଂ ଅନ୍ୟଟିରେ ଧଣିଆ ରଖନ୍ତୁ । ତିନୋଟି ଦୀପରେ ଅଳ୍ପ ନାଲି ଲଙ୍କା ମଞ୍ଜି ଦେଇ ଦିଅନ୍ତୁ । ବର୍ତ୍ତମାନ ତାହାକୁ ନିଜ ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ବ୍ୟାପାରରେ ଆସୁଥିବା ବାଧା ଦୂର ହୋଇଯିବ । କାମରେ ଆସୁଥିବା ବାଧାକୁ ଦୂର କରିବା ପାଇଁ ଏକ ପାତ୍ରରେ ୨୧ ଟି ନାଲି ଲଙ୍କାର ମଞ୍ଜି ନେଇ ପାଣି ରଖନ୍ତୁ ଏବଂ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ରାସ୍ତାରେ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କାମରେ ଆସୁଥିବା ବାଧା ଦୂର ହୋଇଯିବ । ଲଙ୍କା ମଞ୍ଜିର ଏହି ପ୍ରୟୋଗର ଫଳ ଖୁବ ଶୀଘ୍ର ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *