ମାର୍ଚ୍ଚ ୨୧ ଚୈତ୍ର ଅମାବାସ୍ୟା ଦିନ ଭୁଲରେ ବି କିଣନ୍ତୁ ନାହିଁ ଏହି ଗୋଟିଏ ଜିନିଷ । ନଚେତ ଆସିଥାଏ ଦାରିଦ୍ର୍ୟତା ।

ଚୈତ୍ର ଅମାବାସ୍ୟାରେ ବ୍ୟକ୍ତିକୁ ନିଜର ପୂର୍ବ ପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଦାନ ଧର୍ମ ତର୍ପଣ ଆଦି କରାଯାଇ ଥାଏ । ନଚେତ ପିତୃ ଦୋଷ ଲାଗିଥାଏ । ଚୈତ୍ର ଅମାବାସ୍ୟାକୁ ଜାତକ ଦୋଷ ଶାନ୍ତି ଦିବସ ଆକାରରେ ପାଳନ କରାଯାଏ । ଏଥର ଚୈତ୍ର ଅମାବାସ୍ୟାର ଆରମ୍ଭ ମାର୍ଚ୍ଚ ୨୦ ରୁ ୨୧ ପର୍ଯ୍ୟନ୍ତ ହେବ । ତେଣୁ ଏହି ସମୟରେ ମନୁଷ୍ୟକୁ ଶାସ୍ତ୍ରୀୟ ନିୟମର ପାଳନ କରିବା ଉଚିତ ।

କାରଣ ଏହିଦିନ ସବୁ ଅତୃପ୍ତ ଆତ୍ମା ଏଣେତେଣେ ଘୁରି ବୁଲିଥାଏ । ତେଣୁ ଯେକୌଣସି ପ୍ରକାରେ ଏହି ଆତ୍ମା ଗୁଡ଼ିକୁ ଘରକୁ ଆସିବାକୁ ଦେବା ଉଚିତ ନୁହେଁ । ନଚେତ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଚୈତ୍ର ଅମାବାସ୍ୟା ଦିନ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟ କରିବା ଦ୍ୱାରା ଦୁଃଖ ଦାରିଦ୍ର୍ୟତାର ସମାପ୍ତି ହୋଇଥାଏ ।

ଶାସ୍ତ୍ରରେ ଅମାବାସ୍ୟା ଦିନ କିଛି ଜିନିଷ କିଣିବାକୁ ମନା କରାଯାଇଛି । ଚୈତ୍ର ଅମାବାସ୍ୟା ଦିନ ଜଲଦି ଉଠି ସ୍ନାନ କରିବା ଉଚିତ । ଏହିଦିନ ନଦୀରେ ସ୍ନାନ କରିବାର ମହତ୍ତ୍ୱ ରହିଛି । ମାତ୍ର ସମ୍ଭବ ନଥିଲେ ପବିତ୍ର ନଦୀର କାମନା କରି ଘରେ ସ୍ନାନ କରି ନିଅନ୍ତୁ । ଏହି ଦିନ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଙ୍କୁ ତର୍ପଣ ଦେବା ଉଚିତ । ଏହାଦ୍ବାରା ସୂର୍ଯ୍ୟଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହିଦିନ ଭୋଜନ ଏବଂ ବସ୍ତ୍ର ଦାନ କରିବାର ବିଧାନ ରହିଛି ।

ଏହାବ୍ୟତୀତ ପିତୃଙ୍କ ନାମରେ ମଧ୍ୟ ଦାନ ଧର୍ମ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଶ୍ୱତ୍ଥ ଗଛର ପୂଜା କରି ନୈବେଦ୍ୟ ଅର୍ପଣ କରିବା ଉଚିତ । ଏହାଦ୍ବାରା ପିତୃ ଦେବ ତୃପ୍ତ ହୋଇଥାନ୍ତି । ଅଶ୍ୱତ୍ଥ ବୃକ୍ଷରେ ଭଗବାନ ବିଷ୍ଣୁ ବାସ କରନ୍ତି । ଅମାବାସ୍ୟା ଦିନ ଅଶ୍ୱତ୍ଥ ବୃକ୍ଷକୁ ଜଳ ଦେଇ ତାହାର ପରିକ୍ରମା କରିବା ଉଚିତ । ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ ମଧ୍ୟ କରିବା ଉଚିତ ।

ଏପରି କରିବା ଦ୍ୱାରା ଜୀବନରୁ ଦୁଃଖ ଦାରିଦ୍ର୍ୟତା ଦୂର ହୋଇଥାଏ । ଏହିଦିନ କୁକୁର , ଗାଈ ଏବଂ କାଉକୁ ଭୋଜନ କରାଇଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଏହିଦିନ ମଣିଷ କୌଣସି ସ୍ମଶାନ କିମ୍ବା ନକରାତ୍ମକ ସ୍ଥାନରେ ବୁଲିବା ଉଚିତ ନୁହେଁ । କାରଣ ଏହିଦିନ ନକରାତ୍ମକତା ଅଧିକ ଥାଏ । ଏହା ମନୁଷ୍ୟ ଉପରେ ମାନସିକ ପ୍ରଭାବ ବିସ୍ତାର କରିଥାଏ । ମହିଳା ମାନେ ଏହିଦିନ ନିଜ କେଶ ଖୋଲା ରଖି ବାହାରକୁ ଯିବା ଉଚିତ ନୁହେଁ ।

ଅମାବାସ୍ୟା ଦିନ ମନୁଷ୍ୟ ବିନା ସ୍ନାନରେ ରହିବା ଉଚିତ ନୁହେଁ । ଏହିଦିନ ନଦୀ ସ୍ନାନ କରିବାର ବିଧାନ ରହିଛି ମାତ୍ର ବିଳମ୍ବିତ ସମୟ ପର୍ଯ୍ୟନ୍ତ ସ୍ନାନ ନକରି ରୁହନ୍ତୁ ନାହିଁ । ଏହିଦିନ ବିନା ସ୍ନାନରେ ଭୋଜନ କରିବା ଉଚିତ ନୁହେଁ କିମ୍ବା କାହାକୁ ଅପଶବ୍ଦ କହିବା ଉଚିତ ନୁହେଁ । ଏହିଦିନ ମୌନ ବ୍ରତ କରିବା ସବୁଠାରୁ ଉତ୍ତମ ଅଟେ । ଯାହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ଏହିଦିନ ସ୍ୱାମୀ ସ୍ତ୍ରୀ ସଂଯମତା ରକ୍ଷା କରିବା ଉଚିତ ଏବଂ ଏହିଦିନ କାହା ପ୍ରତି ଅନ୍ୟାନ୍ୟ ଅତ୍ୟାଚାର କରିବା ଉଚିତ ନୁହେଁ । ଏହିଦିନ ବୟସ୍କ କିମ୍ବା ଗୁରୁଜନ ମାନଙ୍କୁ ଅନାଦର କରିବା ଉଚିତ ନୁହେଁ । ଚୈତ୍ର ଅମାବାସ୍ୟା ଦିନ ସ୍ତ୍ରୀ ଲୋକେ ଶୃଙ୍ଗାର କରିବା ଉଚିତ ନୁହେଁ । ଏହିଦିନ ସବୁ ମନୁଷ୍ୟ ତାମସିକ ଭୋଜନ ନକରି ଶୁଦ୍ଧ ସାତ୍ଵିକ ଭୋଜନ କରିବା ଉଚିତ । କାରଣ ଏହିଦିନ କୌଣସିବି ପ୍ରାଣୀର ଜୀବନ ନେବା ମହାପାପ ହୋଇଥାଏ । ଅମାବାସ୍ୟା ଦିନ ଘରକୁ ପରିଷ୍କାର ରଖିବା ଉଚିତ । ଏହିଦିନ ଘରକୁ ଲୁଣ ମିଶା ପାଣିରେ ନିହାତି ପୋଛା ଲଗାଇବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ।

ଏହିଦିନ ଘରର ମୁଖ୍ୟଦ୍ୱାର କିମ୍ବା ଘର ଭିତରେ ଛେପ ପକାଇବା ଉଚିତ ନୁହେଁ । ନଚେତ ଘରକୁ ନକରାତ୍ମକତା ଆସିଥାଏ । ଅମାବାସ୍ୟା ଦିନ କେଶ କିମ୍ବା ନଖ କାଟିବା ମଧ୍ୟ ଅଶୁଭ ହୋଇଥାଏ । ଅମାବାସ୍ୟା ଦିନ ଝାଡୁ କିଣିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘରକୁ ଦୁଃଖ ଦାରିଦ୍ର୍ୟତା ଆସିଥାଏ । ସ୍ତ୍ରୀଙ୍କ ସୌଭଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ଏହିଦିନ ନିଜ ପାଇଁ ଅଟା କିମ୍ବା ଗହମ କିଣନ୍ତୁ ନାହିଁ । ଆପଣ କେବଳ ପିତୃଙ୍କୁ ନୈବେଦ୍ୟ ଦେବା ପାଇଁ ତାହା କିଣି ପାରିବେ ।

Leave a Reply

Your email address will not be published. Required fields are marked *