ଚୈତ୍ର ଅମାବାସ୍ୟାରେ କରନ୍ତୁ ଏହି ଖାସ ରାମବାଣ ଉପାୟ, ୨୪ ଘଣ୍ଟା ମଧ୍ୟରେ ଆପଣଙ୍କର ମନସ୍କାମନା ହେବ ପୂରଣ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବର୍ଷର ପ୍ରଥମ ଭୋମବତୀ ଅମାବାସ୍ୟା ମାର୍ଚ୍ଚ ୨୧ ତାରିଖ ଦିନ ପାଳନ କରାଯିବ। ଏହିଦିନ ଦାନ କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହିଦିନ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାଦ୍ଧ ତର୍ପଣ କରାଯାଇଥାଏ। ଏହିଦିନ କଳା ତିଳର ପ୍ରୟୋଗ କରାଯାଇଥାଏ। ପିତୃ ଦୋଷ ଲାଗିଲେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ଏବଂ ବ୍ୟକ୍ତିକୁ ଅନେକ କଷ୍ଟ ଭୋଗିବା ପଡ଼ିଥାଏ।

ଏହି ଅମାବାସ୍ୟାକୁ ପକ୍ଷ୍ୟା ଶ୍ରାଦ୍ଧ କୁହାଯାଏ। ଏହିଦିନ ଆପଣ ସକାଳୁ ଉଠି ସ୍ନାନ ସାରି ପ୍ରଥମେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।ଏହିଦିନ ବ୍ରତ ଉପବାସ କରିବା ନିହାତି ଆବଶ୍ୟକ ଅଟେ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଜଳରେ ଅଳ୍ପ ତିଳ ମିଶାଇ ଅର୍ଘ୍ୟ ଦିଅନ୍ତୁ। ଏହି ଅମାବାସ୍ୟା ଦିନ ଅଶ୍ୱତ୍ଥ ଗଛ ମୂଳରେ ଅଳ୍ପ କ୍ଷୀର, ଚାଉଳ, ସିନ୍ଦୂର, କଳା ତିଳ ଆଦି ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ।

ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କୁ ଅଧିକ କଷ୍ଟ ଦେଉଛି ଏବଂ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହେଲେ ଭଗବାନ ଶିବଲିଙ୍ଗ ଉପରେ ତିଳ ମିଶା ଜଳ ଅର୍ପଣ କରନ୍ତୁ। ଶନି ଦଶାରୁ ଯଦି ଆପଣ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ କଳା ତିଳ ଦାନ କରନ୍ତୁ ଏବଂ ଶନି ମନ୍ଦିର ଯାଇ ସୋରିଷ ତେଲର ଦୀପ ଜଳାନ୍ତୁ।

ପାରିବାରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟେ କଳା କପଡ଼ାରେ ଅଳ୍ପ କଳା ତିଳ ଓ ଗୋଟେ ମୁଦ୍ରା ରଖି ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ଅଶ୍ୱତ୍ଥ ଗଛ ମୂଳରେ ଟାଙ୍ଗି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ୟା ପାରିବାରିକ ସମସ୍ୟା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *