ମାର୍ଚ୍ଚ ୨୧ ” ଚୈତ୍ର ମଙ୍ଗଳବାର ” ଦିନ କରି ଦିଅନ୍ତୁ ଏହି ୫ଟି ମହାଉପାୟ । ଯାହା ଚାହିଁବେ ତାହା ମିଳିବ ଏବଂ ପ୍ରାପ୍ତ ହେବ ଧନ ।

ମନୁଷ୍ୟ ଜୀବନର ସବୁଠାରୁ ବଡ଼ ସମସ୍ୟା ହେଉଛି କରଜ । ଯାହାଦ୍ଵାରା ମନୁଷ୍ୟ ଅନେକ ସମସ୍ୟାରେ ପଡ଼ିଯାଏ । ସାଧରଣତଃ ଭୁଲ ଦିନରେ କରଜ ନେବା କାରଣରୁ ଏଭଳି ସମସ୍ୟା ଦେଖିବାକୁ ପଡ଼ିଥାଏ । ତେଣୁ ଧ୍ୟାନ ରଖନ୍ତୁ ଯେପରି ମଙ୍ଗଳବାର ଏବଂ ଶନିବାର ଦିନ କରଜ ନନିଅନ୍ତି । କାରଣ ଏହି ଦିନ ନେଇଥିବା କରଜ ସୁଝିବାକୁ ଅନେକ ସମସ୍ୟା ହୋଇଥାଏ । ଶନିବାର ନିଆଯାଇଥିବା କରଜ କେବେ ସମାପ୍ତ ହିଁ ହୋଇ ନଥାଏ । ଆଠ ଅଙ୍କ ଶନିଙ୍କର ମାନା ଯାଇଥାଏ । ତେଣୁ ୮ , ୧୮ ଏବଂ ୨୬ ତାରିଖରେ କେବେ କରଜ ନିଅନ୍ତୁ ନାହିଁ ।

ଏହିଦିନ ନିଆଯାଇଥିବା କରଜ ଆପଣଙ୍କ ଜୀବନରେ ସମସ୍ୟା ଭରିଦେବ । ଯଦି କରଜ ନେବାର ଅଛି ତେବେ ସୋମବାର , ବୁଧବାର ଏବଂ ଗୁରୁବାର ନିଅନ୍ତୁ । ଏହାକୁ ସୁଝିବାରେ କୌଣସି ବଡ଼ ସମସ୍ୟା ଆସେ ନାହିଁ । କରଜରେ ଆବେଦନ କରିବା ସମୟରେ ଏବଂ ହସ୍ତାକ୍ଷର କରିବା ସମୟରେ ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । କରଜରୁ ମୁକ୍ତ ହେବା ସହଜ ନୁହେଁ କିନ୍ତୁ କଠିନ ମଧ୍ୟ ନୁହେଁ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ କରଜରୁ ମୁକ୍ତ ହେବାରେ ସହାୟତା କରିବ ।

୧ . ଏଥିପାଇଁ ଏକ ଭଲ ପାନ ପତ୍ର ନିଅନ୍ତୁ । ବର୍ତ୍ତମାନ ଏହି ପତ୍ର ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖନ୍ତୁ । ତାପରେ ଏହି ପାନ ପତ୍ରକୁ ମୋଡି ନିଅନ୍ତୁ ଏବଂ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଏହି ପାନ ପୁଡ଼ିଆ ଅର୍ପିତ କରିଦିଅନ୍ତୁ । ଏହି ଉପାୟ ଲଗାତାର ୩ ମାସ ପର୍ଯ୍ୟନ୍ତ କରନ୍ତୁ । ପ୍ରତ୍ୟେକ ମଙ୍ଗଳବାର ଏହି ଉପାୟ କରନ୍ତୁ ।

ଯଦି କୌଣସି ମଙ୍ଗଳବାର ଆପଣ ସ୍ୱୟଂ ଯାଇପାରୁ ନାହାଁନ୍ତି ତେବେ ଆପଣଙ୍କ ପରିବର୍ତ୍ତେ ଅନ୍ୟ କେହି ମଧ୍ୟ ଯାଇ ପାରିବେ । ଏହିଦିନ ତାମସିକ ପଦାର୍ଥର ସେବନ କରନ୍ତୁ ନାହିଁ । ସାତ୍ଵିକତା ବଜାୟ ରଖନ୍ତୁ । ଖୁବଶୀଘ୍ର କରଜ ସୁଝିବାର ରାସ୍ତା ନଜର ଆସିବ । ସହଜରେ ଆପଣ ଋଣମୁକ୍ତ ହୋଇଯିବେ । ମନେ ରଖନ୍ତୁ ଯିଏ ହନୁମାନଙ୍କ ଶରଣକୁ ଆସିଯିବ ତା ଉପରେ ହନୁମାନଙ୍କ କୃପା ସର୍ବଦା ବଜାୟ ରହିବ ।

୨ . ଅନେକ ସମୟରେ ଏପରି ହୋଇଥାଏ ଯେ କରଜ ନେବା ପରେ ସମସ୍ୟା ବହୁତ ଅଧିକ ବଢ଼ିଯାଏ । ଆମଦାନୀ କରଜ ଠାରୁ ଖୁବ କମ ହୋଇଯାଏ । ଏହାବ୍ୟତୀତ ଅନ୍ୟାନ୍ୟ କାମରେ ମଧ୍ୟ ସମସ୍ୟା ଦେଖାଦିଏ । ଶୁଭ କାର୍ଯ୍ୟରେ ବାଧା ଆସିଥାଏ । ବ୍ୟବସାୟ ହଠାତ ବନ୍ଦ ହୋଇଯାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ଗୋଟା ପାନ ପତ୍ର ନିଅନ୍ତୁ । ଏହାର ଚିକ୍କଣ ଭାଗକୁ ତଳକୁ ରଖନ୍ତୁ ଏବଂ ଖଦଡିଆ ଅଂଶକୁ ଉପରକୁ ରଖନ୍ତୁ ।

ଏହାପରେ ସେହି ପାନ ପତ୍ର ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ସାବଧାନତାର ସହିତ ପାନ ପତ୍ରକୁ ଉଠାଇ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ । ହାତ ଯୋଡ଼ି ଈଶ୍ୱରଙ୍କୁ ନିଜର ସବୁ ସମସ୍ୟା ବାଧା ବିଷୟରେ କୁହନ୍ତୁ । ସେହି ପତ୍ର ଆପଣଙ୍କ ସମସ୍ୟାକୁ ନିଜ ସହିତ ପ୍ରବାହିତ କରି ନେଇଯିବ । ତାପରେ ଆପଣ ଆଉ ପଛକୁ ନବୁଲି ସିଧା ଘରକୁ ପଳାଇ ଆସନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

୩ . ଯଦି ଆପଣଙ୍କ ଜୀବନରେ ଅନବରତ କରଜ ବଢ଼ି ବଢ଼ି ଚାଲିଛି ତେବେ ନବରାତ୍ରୀ ସମୟରେ ପାନ ପତ୍ରରେ ପ୍ରତ୍ୟେକ ଦିନ ମାତା ଦୁର୍ଗାଙ୍କୁ ରିମ ଲେଖି ଅର୍ପିତ କରନ୍ତୁ । ନବମ ଦିନ ସେହି ପାନ ପତ୍ରକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କରଜ ଜନିତ ସମସ୍ୟା ଦୂର ହୋଇଯିବ ।

୪ . ମଙ୍ଗଳବାର ଦିନ ଆଉ ଏକ ଖାସ ଉପାୟ ଅନୁଯାୟୀ ରାତି 11 ରୁ 1 ମଧ୍ୟରେ ଏକ ଉପାୟ କରି ନିଅନ୍ତୁ । ଏହି ସମୟରେ ଭଗବାନଙ୍କ ସହିତ ମନୁଷ୍ୟର ସଂଯୋଗ ବହୁତ ଜଲଦି ଏବଂ ଭଲ ଭାବରେ ବନିଥାଏ । ରାତିରେ ସ୍ନାନ କରି ପରିଷ୍କାର ପୋଷାକ ଧାରଣ କରନ୍ତୁ । ଏହାପରେ ଶ୍ରୀହନୁମାନଙ୍କ ସାମ୍ନାରେ ବସି ଯାଆନ୍ତୁ । ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ନାଲି ଫୁଲ ଅର୍ପଣ କରନ୍ତୁ । ଏବଂ ୧୧ ଥର ହନୁମାନ ଚାଲିଶା ପାଠ କରନ୍ତୁ ।

ଏହି ଉପାୟକୁ ନିୟମିତ ଭାବରେ ଆପଣଙ୍କୁ ୧୧ ଟି ମଙ୍ଗଳବାର କରିବାକୁ ପଡ଼ିବ । ପ୍ରତ୍ୟେକ ମଙ୍ଗଳବାର ରାତି ୧୧ ରୁ ୧୨ ମଧ୍ୟରେ ହିଁ ଏହି ଉପାୟକୁ କରନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ସବୁ ସମସ୍ୟା ଦୂରେଇ ଯିବ । କରଜ ସମସ୍ୟା ହୋଇଥିଲେ ତାହା ମଧ୍ୟ ଠିକ ହୋଇଯିବ । ମାତ୍ର ଏହି ଉପାୟ କରିବା ସମୟରେ ମନେ ରଖିବେ ଯେ ଏହିଦିନ ଲୁଣ ଖାଇବା ବର୍ଜିତ ଅଟେ ।

Leave a Reply

Your email address will not be published. Required fields are marked *