ମାର୍ଚ୍ଚ ୨୦ ଚୈତ୍ର ସୋମବାର : ଶିବଲିଙ୍ଗ ପାଖରୁ ଏହି ଗୋଟେ ଜିନିଷ ନେଇ ଆସନ୍ତୁ, ଆପଣଙ୍କର ସମସ୍ତ ମନସ୍କାମନା ହେବ ପୂରଣ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରୁଥିବା ବ୍ୟକ୍ତିଙ୍କୁ କେବେବି କୌଣସି ଗ୍ରହ ବାଧା ଓ ଦୁଃଖକଷ୍ଟ ଭୋଗିବାକୁ ପଡେ ନାହିଁ। ଭଗବାନ ଶିବଙ୍କୁ ଅନେକ ବସ୍ତୁ ଅର୍ପଣ କରାଯାଇଥାଏ। ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷ ଭଗବାନ ଶିବ ପିଇ ଥିଲେ। ଯାହାଦ୍ଵାରା ତାଙ୍କର କଣ୍ଠ ନୀଳ ହୋଇ ଯାଇଥିଲା ଏବଂ ଶରୀରରେ ଜ୍ଵଳନ ଆରମ୍ଭ ହୋଇ ଗଲା।

ଏହାପରେ ଦେବୀ ଓ ଦେବତା ମାନେ ଭଗବାନ ଶିବଙ୍କୁ ଥଣ୍ଡା କରିବା ପାଇଁ କ୍ଷୀର, ଦହି ଆଦି ଅର୍ପଣ କଲେ। ବିଷ ମୁଣ୍ଡକୁ ଚରିଯିବା ପରେ ଦେବତା ମାନେ ଭଗବାନ ଶିବଙ୍କ ମୁଣ୍ଡ ଥଣ୍ଡା କରିବା ପାଇଁ ଚନ୍ଦ୍ର ଦେବଙ୍କୁ ଆବାହନ କଲେ। ତାପରେ ଭଗବାନ ଶିବଙ୍କ ଜଟାରେ ଚନ୍ଦ୍ରଦେବ ଆସି ବିରାଜମାନ କଲେ। ସୋମବାର ଦିନ ଆପଣ କିଛି ବିଶେଷ ଉପାୟ କରନ୍ତୁ, ଏହାଦ୍ବାରା ଆପଣଙ୍କ ଜୀବନରେ ଦୁଃଖକଷ୍ଟ ଦୂର ହୋଇଯିବ ଏବଂ ଆପଣ ସୁଖରେ ଜୀବନଯାପନ କରିବେ।

ଯଦି ଆପଣ ଋଣ ଭାରରେ ବୁଡି ରହିଛନ୍ତି ଏବଂ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ନିଜ ଘରର ଆଖପାଖରେ ଥିବା ବରଗଛ ପାଖକୁ ଯାଆନ୍ତୁ। ଗୋଟେ ଲୋଟରେ ଅଳ୍ପ ପେଶିଥିବା ଚାଉଳ ଗୁଣ୍ଡ ଓ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ବରଗଛ ମୂଳରେ ଅର୍ପଣ କରି ଦିଅନ୍ତୁ।ବେଳେବେଳେ ଶତ୍ରୁ ଆମ ଗହଣରେ ରହି ଆମକୁ ବହୁତ ହଇରାଣ କରିଥାନ୍ତି। ବେଳେବେଳେ ବୁଝି ହୁଏ ନାହିଁ କି କିଏ ନିଜର ଓ କିଏ ପର।

ଏଭଳି ପରିସ୍ଥିତିରେ ଆପଣ ଗୋଟେ ବିଶେଷ ଉପାୟ କରନ୍ତୁ। ଏହି ଉପାୟ ଆପଣ ସୋମବାର ଦିନ କରନ୍ତୁ। କିଛି କଳା ତିଳ ଗୋଟେ ଲୋଟା କ୍ଷୀରରେ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରି ଦିଅନ୍ତୁ। ଘରେ ସର୍ବଦା ଅଶାନ୍ତି ଓ କଳି ଝଗଡା ଲାଗି ରହୁଥିଲେ, ଭଗବାନ ଶିବ ମନ୍ଦିର ଯାଇ ଉଡ଼ଦ ଡାଲି, ମୁଗ ଡାଲି ଆଦି ଅର୍ପଣ କରନ୍ତୁ। ଏହାସହିତ ଅସହାୟ ଲୋକଙ୍କୁ ନିଶ୍ଚିତ ଭାବରେ ଦାନ ଦିଅନ୍ତୁ। ଏହାସହିତ ଶିବଲିଙ୍ଗ ଉପରେ ବେଲପତ୍ର, ଅରଖ ଫୁଲ, ଦହି, କ୍ଷୀର ଆଦି ଅର୍ପଣ କରିବା ଉଚିତ, ଏହାଦ୍ବାରା ଭଗବାନ ଶିବଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *