୨୨ ରୁ ୩୦ ମାର୍ଚ୍ଚ ୨୦୨୨ ଚୈତ୍ର ନବରାତ୍ରୀ । ଏହି ଚାରୋଟି ରାଶିର ବ୍ୟକ୍ତି ହେବେ ମାଲାମାଲ , ବଦଳିବ ଭାଗ୍ୟ ।

ଚୈତ୍ର ନବରାତ୍ରୀ ଚଳିତ ବର୍ଷ ଅନେକ ଶୁଭ ସଂଯୋଗ ନେଇ ଆସୁଛି , ଯେଉଁ କାରଣରୁ ଚାରୋଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ବଦଳିଯିବ । ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଚୈତ୍ର ନବରାତ୍ରୀର ପ୍ରାରମ୍ଭ ହେବ । ଏହିଦିନ ଠାରୁ ହିନ୍ଦୁ ନବବର୍ଷର ପ୍ରାରମ୍ଭ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ଏହିଦିନ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ । ଏଥର ଚୈତ୍ର ନବରାତ୍ରୀର ରାଜା ବୁଧ ଏବଂ ମନ୍ତ୍ରୀ ଶୁକ୍ର ବୋଲି କୁହାଯାଉଛି । ନବରାତ୍ରୀରେ ରାତ୍ରି ଶବ୍ଦ ସିଦ୍ଧି ଅଟେ । କାରଣ ପ୍ରାଚୀନ କାଳରେ ଋଷି ମୁନି ମାନେ ସିଦ୍ଧି ପ୍ରାପ୍ତ କରିବାକୁ ଏହି ରାତିକୁ ଅଧିକ ଗୁରୁତ୍ଵ ଦେଉଥିଲେ ।

ଏହି ନଅ ରାତ୍ରିରେ ଦେବୀଙ୍କ ନଅ ଭିନ୍ନ ଭିନ୍ନ ରୂପର ଆରାଧନା ଦ୍ୱାରା ସିଦ୍ଧି ପ୍ରାପ୍ତ ହୋଇଥାଏ । ୨୯ ତାରିଖ ରାମନବମୀ ଦିନ ଏହା ଶେଷ ହେବ । ଏଥର ଚୈତ୍ର ନବରାତ୍ରୀ ପୁରା ନଅ ଦିନର ହେବ । ପ୍ରତିପଦ ତିଥି ଏଥର ୨୧ ତାରିଖ ରାତି ୪ ରେ ଆରମ୍ଭ ହେଉଛି । ତେଣୁ ମାର୍ଚ୍ଚ ୨୨ ରେ ହିଁ କଳସ ସ୍ଥାପନା ହେବ । ଏଥର ମାତା ପୃଥିବୀ ପୃଷ୍ଠକୁ ନୌକାରେ ଆଗମନ କରିବେ । ଯାହାକୁ ସୁଖ ସମୃଦ୍ଧିର କାରକ ମାନା ଯାଏ । ଏଥର ନବରାତ୍ରୀର ସମାପନ ଗୁରୁବାର ଦିନ ହେବ । ମାତା ହାତୀରେ ପ୍ରସ୍ଥାନ କରିବେ । ହାତୀରେ ପ୍ରସ୍ଥାନ ହେବାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହାର ଅର୍ଥ ଭଲ ବର୍ଷା ହେବାର ସଙ୍କେତ ଅଟେ । ତେଣୁ ଚୈତ୍ର ନବରାତ୍ରୀ ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏଥର ଗ୍ରହ ମାନଙ୍କର ମଧ୍ୟ ବିଶେଷ ସଙ୍ଗମ ଦେଖିବାକୁ ମିଳିବ ।

ଏହିଦିନ ମାନଙ୍କରେ ସୂର୍ଯ୍ୟ ମୀନ ରାଶିରେ , ମଙ୍ଗଳ ମିଥୁନ ରାଶିରେ , ବୁଧ ମୀନ ରାଶିରେ , ଶୁକ୍ର ମେଷ ରାଶିରେ , ଶନି କୁମ୍ଭ ରାଶିରେ ଏବଂ ଗୁରୁ ମୀନ ରାଶିରେ ରହିବେ । ତେବେ ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ମେଷ ରାଶି । ଏହି ବ୍ୟକ୍ତି ବିଶେଷଙ୍କୁ କୌଣସି ବ୍ୟକ୍ତି ସହିତ ସାକ୍ଷାତରେ ଖାସ ଅବସର ପ୍ରାପ୍ତ ହେବାକୁ ଯାଉଛି ।

ପୁରୁଣା ସମସ୍ୟାରୁ ମୁକ୍ତି ମମିଳିବ । ଚାକିରୀରେ ଲାଭ ମିଳିବ ଏବଂ ରୋଜଗାର ବୃଦ୍ଧି ହେବ । ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ । ଜବରଦସ୍ତ ଧନ ପ୍ରାପ୍ତିର ଯୋଗ ହେଉଛି । କିନ୍ତୁ ଆମଦାନୀ ବଢ଼ିବା କାରଣରୁ ଖର୍ଚ୍ଚ ମଧ୍ୟ ବଢ଼ିବ । ମେଷ ରାଶିର ସ୍ୱାମୀ ମଙ୍ଗଳ ତେଣୁ କନ୍ୟା ପୂଜନ ସମୟରେ ନାଲି ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ।

ନାଲି ରଙ୍ଗର ଅଧିକ ମହତ୍ତ୍ୱ ରହିଛି । କନ୍ୟାଙ୍କୁ ନାଲି ଅଳତା , ନାଲି ଅବିର ଏବଂ ଜିନିଷ ଦିଅନ୍ତୁ । ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି ବୃଷଭ ରାଶି । ଏହି ବ୍ୟକ୍ତିଙ୍କ ଉପରେ ବିଶେଷ କୃପାଦୃଷ୍ଟି ରହିବ । ଏହା ବୃଷଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ । ଭଲ ସଫଳତା ମିଳିବାର ଯୋଗ ବନୁଛି । ସବୁ କାର୍ଯ୍ୟରେ ସଫଳତା ମିଳିବ ଏବଂ ସବୁ ଇଚ୍ଛା ପୂରଣ ହେବ । ଏହାବ୍ୟତୀତ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ ଏବଂ ବିଦ୍ୟାର୍ଥୀଙ୍କୁ ଲାଭ ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପ୍ରମୋସନ ମିଳିବ । ଆଗାମୀ ରାଶି ହେଉଛି ତୁଳା ରାଶି । ଏମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ଏଥର ନବରାତ୍ରୀରେ ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ । ଏହି ନଅ ଦିନ ମଧ୍ୟରେ କୌଣସି ଶୁଭ ସମାଚାର ମିଳିପାରେ । ବ୍ୟାପାର କରୁଥିବା ଜାତକଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଆମଦାନୀରେ ବୃଦ୍ଧି ହେବ ଏବଂ ଆର୍ଥିକ ଲାଭ ପ୍ରାପ୍ତ ହେବ । ବ୍ୟାପାରରେ ଲାଭ ମିଳିବ । ପରିବାର ଲୋକଙ୍କ ସହଯୋଗ ମିଳିବ । ଋତୁ ପରିବର୍ତ୍ତନ କାରଣରୁ ଶରୀର ଉପରେ ପ୍ରଭାବ ପଡ଼ିପାରେ । ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି କୁମ୍ଭ ରାଶି । ଚୈତ୍ର ନବରାତ୍ରୀ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅନୁକୂଳ ରହିବ । ଚାକିରୀରେ ଆସୁଥିବା ବାଧା ଦୂର ହେବ । ବ୍ୟାପାରରେ ଆସୁଥିବା ଆର୍ଥିକ ସଙ୍କଟ ଦୂର ହେବ । ଧନର ଆଗମନ ହେବ । ନିର୍ଣ୍ଣୟ ବୁଝି ବିଚାରି ନିଅନ୍ତୁ । ଆପଣଙ୍କ ବନ୍ଧୁ ବାନ୍ଧବ ସମସ୍ୟା ବଢ଼ାଇ ପାରନ୍ତି । ତେଣୁ ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *