ଏହି ଦୁଇଟି ଜିନିଷ ଆପଣଙ୍କ ପାଖରେ ଥିଲେ ଶତ୍ରୁ କିମ୍ବା ତାନ୍ତ୍ରିକ କେହିବି ଆପଣଙ୍କର କିଛି କରି ପାରିବେ ନାହିଁ ।

ଆଜି ଆମେ ଏପରି ଦୁଇଟି ଜିନିଷ ବିଷୟରେ କହିବୁ ଯାହାକୁ ଯଦି ଆପଣ ପାଖରେ ରଖନ୍ତି ତେବେ କୌଣସି ପ୍ରକାରର ଯାଦୁ ତନ୍ତ୍ର ମନ୍ତ୍ର ଶତ୍ରୁ କେହି କିଛିବି କ୍ଷତି କରି ପାରିବେ ନାହିଁ । ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଦିନ ମାତା ଦୁର୍ଗାଙ୍କୁ ଦୁଇଟି ଲେଖାଏଁ ଲବଙ୍ଗ ଅର୍ପିତ କରନ୍ତୁ ଏବଂ ଆଗାମୀ ଦିନ ତାହାକୁ ଉଠାଇ ଗୋଟିଏ ସେବନ କରି ଅନ୍ୟଟି ପାଖରେ ରଖନ୍ତୁ । ପରେ ଅନ୍ୟଟିକୁ ମଧ୍ୟ ସେବନ କରନ୍ତୁ । ଏଭଳି ପ୍ରତ୍ୟେକ ଦିନ ଲବଙ୍ଗ ସେବନ କରି ବାହାରକୁ ଗଲେ ଆପଣଙ୍କ ଉପରେ କୌଣସି ପ୍ରକାରର ନକରାତ୍ମକ ପ୍ରଭାବ ପଡ଼ିବ ନାହିଁ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଶାସ୍ତ୍ର ଅନୁଯାୟୀ ଅରଖ ଗଛର ଅନେକ ମହତ୍ତ୍ୱ ରହିଛି । ଏହାକୁ ସାଧରଣତଃ ଧନ ପ୍ରାପ୍ତି ପାଇଁ ଏବଂ ସଫଳତା ପାଇଁ ଏହାର ଅନେକ ପ୍ରୟୋଗ କରାଯାଇ ଥାଏ ।

ଏହାଦ୍ବାରା ଅନେକ ରୋଗକୁ ମଧ୍ୟ ଭଲ କରାଯାଇ ପରେ । ଅରଖ ଫୁଲ ଗଛର ପତ୍ରକୁ ମାଳା ବନାଇ ଯଦି ଘରର ଦ୍ୱାରର ଉପରେ ଟଙ୍ଗାଯାଏ ତେବେ ଘରର ସଦସ୍ୟଙ୍କ ଉପରୁ ସବୁ ନଜର ଦୋଷ ଦୂର ହୋଇଥାଏ । ଏହାବ୍ୟତୀତ ଧଳା ଅରଖ ଫୁଲ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହାବ୍ୟତୀତ ଧଳା ରଙ୍ଗ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଅନେକ ସମୟରେ ଧନ ଯେତେ ଅର୍ଜନ କଲେ ବି ତାହା ପାଖରେ ତିଷ୍ଠି ନଥାଏ । ତେବେ ଏହା ସାଧାରଣତଃ ବିଭିନ୍ନ କାରଣରୁ ହୋଇଥାଏ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଘରର ମୁଖ୍ୟଦ୍ୱାର ବାହାରେ ଅରଖ ଗଛର ମୂଳକୁ ଟାଙ୍ଗି ଦିଅନ୍ତୁ । ମାତ୍ର ଏହି ଉପାୟ କରିବା ପାଇଁ ପୂର୍ବ ଦିନ ଅରଖ ଗଛକୁ ନିମନ୍ତ୍ରଣ ଦେବା ଉଚିତ ।

ପୂର୍ବ ଦିନ ଏକ ମୁଦ୍ରା , ସୁପାରି ଏବଂ ଏକ ଲୋଟା ଜଳ ନେଇ ତାହାକୁ ଅରଖ ଗଛ ମୂଳରେ ରଖି ଲୋଟା ପାଣି ଢ଼ାଳି ଦିଅନ୍ତୁ ଏବଂ ପ୍ରାର୍ଥନା କରି ନିମନ୍ତ୍ରଣ ଦେଇ ଆସନ୍ତୁ । ଆଗାମୀ ଦିନ ସକାଳୁ ଯାଇ ଅରଖ ଗଛର ମୂଳରୁ ସାମାନ୍ୟ ଛିଡ଼ାଇ ଆଣନ୍ତୁ । ଏହାକୁ ଏକ ନୀଳ କପଡ଼ାରେ ବାନ୍ଧି ଘରର ମୁଖ୍ୟଦ୍ୱାରରେ ଝୁଲାଇ ଦିଅନ୍ତୁ । ଆପଣ ଚାହିଁଲେ ନୀଳ ସୂତା ଦ୍ୱାରା ମଧ୍ୟ ବାନ୍ଧି ପାରିବେ । ଏହାଦ୍ବାରା ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ ।

ଯଦି ଘରେ ଅନେକ ଦିନ ହେବ ସନ୍ତାନ ପ୍ରାପ୍ତି ହେଉନାହିଁ ତେବେ ରବି ପୁଷ୍ୟ ନକ୍ଷତ୍ର ଏବଂ ଗୁରୁ ପୁଷ୍ୟ ନକ୍ଷତ୍ର ଦିନ ଏକ ଅରଖ ଗଛର ମୂଳ ଆଣି ପ୍ରଥମେ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ । ଏହାପରେ ତାହାକୁ ଏକ ଲୋଟା ଜଳରେ ଧୋଇ ମହା ଦେବଙ୍କ ଉପରେ ଅର୍ପିତ କରି ଦିଅନ୍ତୁ । ତାହାକୁ ଉଠାଇ ଅଙ୍କନ ନାଲି ସୂତାରେ ବାନ୍ଧି ନିଜ କମରରେ ବାନ୍ଧି ଦିଅନ୍ତୁ । ବହୁତ ଜଲଦି ଶୁଭ ଖବର ମିଳିବ ।

ଅନେକ ସମୟରେ ସବୁ କାମ ବିଗିଡ଼ିଯାଏ । ସେହି ସମୟରେ ଏକ ଅରଖ ଗଛର ମୂଳ ଆଣି ଭଗବାନ ଗଣେଶଙ୍କ ନିକଟରେ ରଖି ଦିଅନ୍ତୁ । କିଛି ସମୟ ପରେ ତାହାକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ । ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଅରଖ ଗଛର ଶାଖାରୁ ବାହାରୁଥିବା କ୍ଷୀର ଅନେକ ସମସ୍ୟାକୁ ଦୂର କରିଥାଏ । ଯଦି ଜୀବନରେ ଅଧିକ ସମସ୍ୟା ଦେଖା ଦେଉଛି ତେବେ ପ୍ରତ୍ୟେକ ସୋମବାର ମହାଦେବ ମନ୍ଦିରକୁ ଯାଇ ଅରଖ ଫୁଲ ମାଳା ବନାଇ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ରବି ପୁଷ୍ୟ ନକ୍ଷତ୍ରରେ ନାଲି କପଡ଼ାରେ ଅରଖ ଫୁଲ ଗୁଡ଼ାଇ ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖନ୍ତି ତେବେ ଘରେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିବ ।

ଯଦି ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ଧଳା ଅରଖ ଫୁଲ ଗଛ ନିକଟକୁ ଯାଇ ପତ୍ରକୁ ଛିଡ଼ାଇ ସେଥିରେ କ୍ଷୀରରେ ଶତ୍ରୁର ନାମ ଲେଖି ସେହି ଗଛ ମୂଳରେ ମାଟିରେ ଦବାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଶତ୍ରୁ ଶାନ୍ତ ହୋଇଯିବ । ଆପଣ ଚାହିଁଲେ ତାହାକୁ ଜଳରେ ମଧ୍ୟ ପ୍ରବାହିତ କରି ପାରିବେ । ଏକାଧିକ ଶତ୍ରୁ ଥିଲେ ଭିନ୍ନ ଭିନ୍ନ ପତ୍ରରେ ନାମ ଲେଖନ୍ତୁ । ଏହି ଉପାୟ ଆପଣ କୌଣସି ଶନିବାର , ରବିବାର କିମ୍ବା ମଙ୍ଗଳବାର ଦିନ କରି ପାରିବେ । ଯଦି ଘରେ ଛୋଟ ପିଲାଙ୍କୁ ନଜର ଦୋଷ ଲାଗିଛି ତେବେ ଏହାରଟି ଧଳା ଅରଖ ଫୁଲର ମାଳା ବନାଇ ପିଲାକୁ ପିନ୍ଧାଇ ଦିଅନ୍ତୁ । ଦେଖିବେ ନଜର ଦୋଷ ଦୂର ହୋଇଯିବ । ୨୧ ବର୍ଷର ପୁରୁଣା ଅରଖ ଗଛ ମୂଳରେ ଭଗବାନ ଗଣେଶଙ୍କ ଆକୃତିର ଏକ ମୂଳ ବାହାରି ଥାଏ , ଯାହାକୁ ଯଦି ଆପଣ ଆଣି ପୂଜା କରନ୍ତି ତେବେ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିଥାଏ ।

Leave a Reply

Your email address will not be published. Required fields are marked *