ଆପଣ ବି ଟଙ୍କା ଚାହୁଁଛନ୍ତି କି , ତେବେ ଛୁଇଁ ଦିଅନ୍ତୁ ଏହି ଫୁଲ , ଅଳ୍ପ ସମୟ ମଧ୍ୟରେ ଦେଖିବେ ଚମତ୍କାର ।

ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ଜ୍ଞାନୀ ବ୍ୟକ୍ତିକୁ କେବେ କେହି ହରାଇ ପାରିବ ନାହିଁ । ପୁଣି ଭାରତ ଭୂମି ଏଭଳି ଏକ ଦେବଭୂମି ଅଟେ ଯେଉଁଠି ଅନେକ ପ୍ରକାରର ଚାମତ୍କାରୀ ଗଛ ଆଜିବି ଦେଖାଯାଏ । ଏହିସବୁ ଗଛ ସାହାଯ୍ୟରେ ଆମେ ଅନେକ ଗମ୍ଭୀର ରୋଗରୁ ମଧ୍ୟ ମୁକ୍ତି ପାଇ ପାରିବା । ଏହି ସବୁ ଗଛ ଦ୍ୱାରା ଆମେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ପାରିବା । ଏଭଳି ମାନା ଯାଇଥାଏ ଯେ ଗଛରେ ଦିବ୍ୟଶକ୍ତି ଥାଆନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଚମତ୍କାରୀ ପଳାସ ବୃକ୍ଷ ବିଷୟରେ କହିବାକୁ ଯାଉଛୁ । ଏଭଳି କୁହାଯାଉଛି ଯେ ଏହି ଗଛ ଲୁପ୍ତ ହେବା ଉପରେ ଅଛି ।

ଏଭଳି ମାନ୍ୟତା ରହିଛି ଯେ ପ୍ରାଚୀନ ସମୟରେ ପଳାସ ଗଛରୁ ସୁନା ନିର୍ମାଣ ହେଉଥିଲା । ପଳାସ ବୃକ୍ଷ ଦ୍ୱାରା ଅତି ବଡ଼ ବଡ଼ ରୋଗ ମଧ୍ୟ ସମାପ୍ତ ହୋଇଯାଏ । ଆୟୁର୍ବେଦରେ ପଳାସ ଗଛକୁ ଅମୃତ କୁହାଯାଇଛି । କାରଣ ଏହା ଅନେକ ପ୍ରକାରର ଅସାଧ୍ୟ ରୋଗକୁ ମଧ୍ୟ ଠିକ କରିପାରେ । ଯଦି ଏହାର ପତ୍ରକୁ ବାଟି ମହିଳାଙ୍କୁ ପିଆଇ ଦିଆଯାଏ ତେବେ ଗର୍ଭ ନିରୋଧ ହୋଇଥାଏ । ଏଭଳି କୁହାଯାଏ ଯେ ପଳାସ କନ୍ଦକୁ ଯଦି କାହାକୁ ବାଟି ଖୁଆଇ ଦିଆଯାଏ ତେବେ ଜନ୍ମ ଜନ୍ମାନ୍ତରର ଦୁର୍ବଳତା ଦୂର ହୋଇଯିବ । ତେଣୁ ଏଭଳି ଦୁର୍ବଳତା ସମ୍ବନ୍ଧୀୟ ସମସ୍ୟା ଥିଲେ ପଳାସ କନ୍ଦକୁ ସାତ ଦିନ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ଖାଇବା ଆରମ୍ଭ କରି ଦିଅନ୍ତୁ । ଆୟୁର୍ବେଦ ଅନୁସାରେ ପଳାସ ମଞ୍ଜିର ପେଷ୍ଟ ଚର୍ମରେ ଲଗାଇଲେ ସବୁ ସମସ୍ୟା ଦୂର ହୋଇଥାଏ ।

ଭୁଲ ଖାଦ୍ୟ ପାନୀୟ କାରଣରୁ ଆପଣଙ୍କ ରକ୍ତ ଦୂଷିତ ହୋଇଗଲେ ତାହାକୁ ପରିଷ୍କାର କରିବା ପାଇଁ ପଳାସ ଛାଲି ଖୁବ ଲାଭଦାୟକ ହୋଇଥାଏ । ରାତିରେ ଏକ ଗ୍ଲାସ ପାଣିରେ ଚାରି ଗ୍ରାମ ପଳାସ ଛାଲି ନେଇ ସେହି ପାଣିରେ ବୁଡ଼ାଇ ଦିଅନ୍ତୁ । ସକାଳୁ ଉଠି ଏକ କପଡ଼ାରେ ଛାଣି ଖାଲି ପେଟରେ ପିଇ ଦିଅନ୍ତୁ । ଏହାଦ୍ବାରା ଦୂଷିତ ରକ୍ତ ସମସ୍ୟା ଦୂରେଇ ଯାଏ । ଯଦି କଷ୍ଠକାଠିନ୍ୟ ସମସ୍ୟା ରହିଛି ତେବେ ୨୧ ପଳାସ ଫୁଲକୁ ଫୁଟାଇ ସେହି ପାଣିକୁ ସକାଳ ସନ୍ଧ୍ୟା ପିଇବା ଆରମ୍ଭ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ତିନି ଦିନ ମଧ୍ୟରେ ହିଁ ଲାଭ ମିଳିବ । ଯଦି ଅନେକ ପରିଶ୍ରମ ସତ୍ତ୍ୱେବି ଆପଣଙ୍କୁ ବ୍ୟାପାର ବାଣିଜ୍ୟରେ ଲାଭ ମିଳୁନାହିଁ ତେବେ ଶୁକ୍ଳପକ୍ଷ ପ୍ରଥମ ଶୁକ୍ରବାର ଦିନ ପଳାସ ମୂଳକୁ ଆଣି ସ୍ୱଚ୍ଛ ଜଳରେ ପରିଷ୍କାର କରି ନିଅନ୍ତୁ ।

ଏହାପରେ ଏକ ରୁମରେ ଏକ ଭଲ ସ୍ଥାନ ଚୟନ କରି ସେଠାରେ ଗଙ୍ଗା ଜଳରେ ଶୁଦ୍ଧ କରି ଏକ ଧଳା କପଡ଼ା ବିଛାଇ ଦିଅନ୍ତୁ । ଏହାପରେ ତାହା ଉପରେ ସାତ ପ୍ରକାରର ଭିନ୍ନ ଭିନ୍ନ ଶସ୍ୟ ରଖି ମିଶାଇ ଦିଅନ୍ତୁ ଏବଂ ତାହା ଉପରେ ପଳାସ ମୂଳକୁ ରଖି ଦୀପ ଜାଳି ଦିଅନ୍ତୁ । ଦୀପ ଜାଳିବା ପରେ ତିନିରୁ ଚାରି ମାଳା ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ଏହାପରେ ସେହି ମୂଳକୁ ଏକ ନାଲି କପଡ଼ାରେ ବାନ୍ଧି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଯିବ । ତାପରେ ସେହି ଶସ୍ୟକୁ ଗୋମତାଙ୍କୁ ଖୁଆଇ ଦିଅନ୍ତୁ । ଯଦି ଆପଣ ଜାତକରେ କୌଣସି ଗ୍ରହ ସମସ୍ୟା ରହିଛି ତେବେ ପଳାସ କାଠ ଦ୍ୱାରା ସେହି ଗ୍ରହର ନାମ ନେଇ ଯଜ୍ଞ କରନ୍ତୁ । ସେହି କାଠକୁ ଆପଣ ଚାନ୍ଦି ତାବିଜରେ ପୂରାଇ ବେକରେ ମଧ୍ୟ ଧାରଣ କରି ପାରିବେ ।

Leave a Reply

Your email address will not be published. Required fields are marked *