ଶାଶୁ ଘରେ ରାଜତ୍ୱ କରିବା ପାଇଁ ହିଁ ଜନ୍ମ ନେଇଥାନ୍ତି ଏହି ଚାରୋଟି ନାମର ଝିଅ । ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଚାରୋଟି ନାମର ଝିଅ ବିଷୟରେ କହିବୁ ଯେଉଁମାନେ ନିଜ ଶାଶୁ ଘରେ ରାଜତ୍ୱ କରିଥାନ୍ତି । ସେମାନଙ୍କ ଭାଗ୍ୟରେ ରାଜପାଠ , ସୁଖ ସମ୍ପତ୍ତି , ଧନ ଐଶ୍ୱର୍ଯ୍ୟ ରହିଥାଏ । ଏହା ପୂର୍ବରୁ ଆମେ କିଛି ବାସ୍ତୁ ନିୟମ ବିଷୟରେ କହିବୁ ଯାହାକୁ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଏବଂ ତାହାକୁ ଯଦି ଘରର ମହିଳା ମାନନ୍ତି ସେହି ଘରେ ସଦା ସର୍ବଦା ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏଭଳି ଘରେ ସର୍ବଦା ସୁଖ ଶାନ୍ତି ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ସକାରାତ୍ମକ ଶକ୍ତି ରହିବା ଉଚିତ । ଯାହାଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ବଜାୟ ରହିଥାଏ ଏବଂ ଧନର ଆଗମନ ହୋଇଥାଏ ।

ମାତ୍ର ଯେଉଁ ଘରେ ବାସ୍ତୁ ଦୋଷ ଥାଏ ସେହି ଘରେ ସବୁବେଳେ ସୁଖ ଶାନ୍ତି ଏବଂ ଧନର ଅଭାବ ଦେଖା ଦେଇଥାଏ । ତେଣୁ ବାସ୍ତୁ ଦୋଷକୁ ଦୂର କରିବା ପାଇଁ ବାସ୍ତୁ ଅନୁଯାୟୀ କିଛି ନିୟମକୁ ପାଳନ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ତେଣୁ ମହିଳାଙ୍କୁ ସର୍ବଦା ସମ୍ମାନ କରିବା ଉଚିତ । ଯେଉଁ ଘରେ ମହିଳାଙ୍କ ସମ୍ମାନ ହୁଏନାହିଁ ସେହି ଘରକୁ ସୁଖ ସମୃଦ୍ଧି ଆସି ନଥାଏ । ସେହି କୂଳର ବିନାଶ ହୋଇଥାଏ ଏବଂ ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । କାରଣ ଏଭଳି ଘରେ ଦେବୀ ଲକ୍ଷ୍ମୀ ରହନ୍ତି ନାହିଁ ।

1 . ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ପ୍ରତ୍ୟେକ ଘରେ ଏହି ପାଞ୍ଚଟି ଜିନିଷ କ୍ଷୀର , ଦହି , ଘିଅ , ମହୁ ଏବଂ ଗଙ୍ଗା ଜଳ ରହିବା ଉଚିତ । ଯାହାଦ୍ୱାରା ଘରେ ସୁଖ ସମୃଦ୍ଧି ବଜାୟ ରହେ । ସେହି ଘରକୁ କେବେବି ଦାରିଦ୍ର୍ୟତା ଆସି ନଥାଏ । ଏହି ପାଞ୍ଚଟି ଜିନିଷକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି ।

2 . ଘରର ବଡ଼ ଲୋକ ମାନେ ଏକାଦଶୀ ବ୍ରତର ପାଳନ ନିଶ୍ଚିତ ଭାବରେ କରିବା ଉଚିତ । ଏକାଦଶୀ ଦିନ ଘରେ କୌଣସି ପ୍ରକାରର ଅନିଷ୍ଠ କାର୍ଯ୍ୟ କରନ୍ତୁ ନାହିଁ । ଏକାଦଶୀ ବ୍ରତ ସବୁ କାର୍ଯ୍ୟରେ ଶ୍ରେଷ୍ଠ ଅଟେ । ତେଣୁ ଏହିଦିନ ଘରର ଶୁଦ୍ଧତା ବଜାୟ ରହିବା ଉଚିତ । ଯେଉଁ ଘରର ମହିଳା ମନେ ନିତ୍ୟ ଏକାଦଶୀ ବ୍ରତ ପାଳନ କରନ୍ତି ସେହି ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି ।

3 . ସନ୍ଧ୍ୟା ସମୟରେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେଣୁ ଏହି ସମୟରେ କିଛି କ୍ଷଣ ପାଇଁ ଘରର ସବୁ କବାଟ ଝରକା ଖୋଲା ରଖିବା ଉଚିତ । ସନ୍ଧ୍ୟା ସମୟରେ ଘରର ଦ୍ୱାରରେ ଘିଅ ଦୀପ ନିଶ୍ଚୟ ଜାଳିବା ଉଚିତ । ଦୀପ ତଳେ ଅଳ୍ପ ଅକ୍ଷତ ନିଶ୍ଚୟ ରଖନ୍ତୁ । ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ପାଣି ସିଞ୍ଚିବା ଉଚିତ । ରଙ୍ଗୋଲି ବନାଇ ମାତା ଲକ୍ଷ୍ମୀଙ୍କ ଆହ୍ୱାନ କଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଗୃହକୁ ପ୍ରବେଶ କରନ୍ତି । ତେଣୁ ସକାଳ ଏବଂ ସନ୍ଧ୍ୟାରେ ଘରର ମୁଖ୍ୟଦ୍ୱାରରେ ରଙ୍ଗୋଲି ବନାଇବା ଉଚିତ ।

4 . ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାଇବା ଉଚିତ । କାରଣ ଏହା ଅତ୍ୟନ୍ତ ଶୁଭ ଚିହ୍ନ ଅଟେ । ଏହା ଘରକୁ ଖରାପ ନଜରରୁ ବଞ୍ଚାଇ ଥାଏ । ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ।

5 . ସପ୍ତାହରେ ଥରେ ଘରେ ଲୁଣ ମିଶା ପାଣିରେ ପୋଛା ଲଗାଇବା ଉଚିତ । କାରଣ ଲୁଣ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ ଏବଂ ଘରକୁ ପବିତ୍ର କରିଥାଏ । ସ୍ନାନ ସମୟରେ ମଧ୍ୟ ଜଳରେ ଅଳ୍ପ ଲୁଣ ମିଶାଇ ସ୍ନାନ କରିବା ଉଚିତ । ଏହାଦ୍ବାରା ଶରୀର ପବିତ୍ର ହୋଇଥାଏ ।

6 . ପ୍ରତ୍ୟେକ ଦିନ ପିମ୍ପୁଡ଼ିକୁ ଚିନି ମିଶା ଅଟା ଦେବା ଉଚିତ । ଏହାଦ୍ବାରା ବ୍ୟକ୍ତିର ଜାତକ ଦୋଷ ଦୂର ହୋଇଥାଏ ।

7 . ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଦ୍ୱାରକୁ ଆସିଥିବା କୁକୁର ଏବଂ ଗୋମତାଙ୍କୁ ଭୋଜନ ନିଶ୍ଚୟ ଅର୍ପିତ କରନ୍ତୁ । ପଶୁ ପକ୍ଷୀଙ୍କ ପାଇଁ ଘରର ଛାତ କିମ୍ବା ବାଲକନିରେ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ନିଶ୍ଚୟ କରନ୍ତୁ ।

8 . ଘରର ରୋଷେଇ ଘରେ ପ୍ରତ୍ୟେକ ଦିନ ଏକ ଲୋଟା ଜଳ ଭରି ରଖନ୍ତୁ ଏବଂ ଆଗାମୀ ଦିନ ତାହାକୁ ଗଛ ମୂଳରେ ଦିଅନ୍ତୁ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।

9 . ଘର ବାହାରେ ଐଶାନ୍ୟ କୋଣରେ ଜଳ ପୂର୍ଣ୍ଣ କଳସି ରଖିବା ଉଚିତ । ଯାହାଦ୍ୱାରା କୌଣସି ଅତିଥି ତୃଷ୍ଣାରେ ଫେରିବ ନାହିଁ ।

ବିବାହ ପରେ ଜଣେ ଝିଅ ଯେତେବେଳେ ନିଜ ଶାଶୁ ଘରକୁ ଯାଇଥାଏ ତାକୁ ଅନେକ ନିୟମର ପାଳନ କରିବାକୁ ପଡ଼ିଥାଏ । ଏହାବ୍ୟତୀତ ପ୍ରତ୍ୟକ ଘରର ରହଣି ସହଣି ଅନୁଯାୟୀ ହିଁ ତାକୁ ଚଳିବାକୁ ପଡ଼ିଥାଏ । କିନ୍ତୁ କିଛି ଝିଅ ଏମିତି ଅଛନ୍ତି ଯେଉଁମାନେ ଶାଶୁ ଘରର ନିୟମ ମଧ୍ୟ ବଦଳାଇ ଦିଅନ୍ତି ।

1 . A ନାମର ଝିଅ:-

ଏହି ନାମର ଝିଅ ଖୁବ ଚାଲାକ ହୋଇଥାନ୍ତି । ଅନ୍ୟର ହୃଦୟ ଜିତିବାର କଳା ଏମାନଙ୍କୁ ଜଣା ଥାଏ । ଶାଶୁ ଘରେ ନିଜର ମିଠା ମିଠା କଥାରେ ସମସ୍ତଙ୍କୁ ନିଜର କରି ନିଅନ୍ତି । ଯେଉଁ କାରଣରୁ ସମସ୍ତେ ସେମାନଙ୍କ ପ୍ରଶଂସା କରନ୍ତି । ତେଣୁ ଏମାନେ ଶାଶୁ ଘରେ ରାଜ କରନ୍ତି ।

2 . H ନାମର ଝିଅ:-

ଏହି ନାମର ଝିଅ ମାନେ ଖୁବ ପ୍ରତିଭାଶାଳୀ ହୋଇଥାନ୍ତି । ଯାହାଦ୍ୱାରା ଏମାନେ ଶାଶୁ ଘରର ଲୋକଙ୍କୁ ଖୁସି କରି ଦିଅନ୍ତି । ସମସ୍ତେ ଏମାନଙ୍କ ପ୍ରଶଂସା କରନ୍ତି । ଶାଶୁ ଘରର ଲୋକେ ଏମାନଙ୍କ ଉପରେ ଗର୍ବିତ ହୁଅନ୍ତି । ତେଣୁ ଏମାନେ ମଧ୍ୟ ନିଜ ଶାଶୁ ଘରେ ରାଜତ୍ୱ କରିଥାନ୍ତି ।

3 . M ନାମର ଝିଅ:-

M ନାମର ଝିଅମାନେ ମଧ୍ୟ ଅନ୍ୟ ଲୋକର ମନକୁ ବଦଳାଇବା ଜାଣନ୍ତି । ଏମାନେ ନିଜ କଥା ଦ୍ୱାରା ଅନ୍ୟର ଚିନ୍ତାଧାରାକୁ ମଧ୍ୟ ବଦଳାଇ ପାରନ୍ତି ।ଏମାନଙ୍କୁ ଜୀବନରେ ପରିବର୍ତ୍ତନ ପସନ୍ଦ ଥାଏ । ତେଣୁ ଏମାନେ ଶାଶୁଘରେ ରାଜ କରନ୍ତି ।

4 . S ନାମର ଝିଅ:-

S ନାମର ଝିଅ ଟିକିଏ ଭିନ୍ନ ହୋଇଥାନ୍ତି । ଏମାନଙ୍କୁ କ୍ରୋଧ ବହୁତ ଜଲଦି ଆସିଥାଏ । ଏମାନେ ଶାଶୁ ଘରେ ନିଜ ଇଚ୍ଛା ଏବଂ ନିଜ ହକ ଅନୁସାରେ ରହନ୍ତି । ଏମାନେ ଶାଶୁ ଘରେ ସମସ୍ତଙ୍କୁ ନିଜର ବଶ କରି ରଖନ୍ତି । କିଛି ଲୋକ ଏମାନଙ୍କୁ ଭୟ ମଧ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *