ଯେଉଁ ଘରେ ବିରାଡ଼ି ଛୁଆ ଜନ୍ମ ହୋଇଥାଏ , ସେହି ଘରେ କଣ ହୋଇଥାଏ ………

ଆଜିକାଲି ଘରେ କୁକୁର ବିରାଡ଼ି ପାଳିବା ଏକ ଫ୍ୟାଶନ ହୋଇ ଗଲାଣି । ଏହାବ୍ୟତୀତ ଲୋକେ କୁକୁର ବିରାଡ଼ି ପ୍ରତି ଥିବା ପ୍ରେମ କାରଣରୁ ମଧ୍ୟ ସେମାନଙ୍କୁ ପାଳି ଥାଆନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଘରେ କୁକୁର ବିରାଡ଼ି ପାଳିବା ଭଲ ହୋଇଥାଏ ନା ଖରାପ ସେହି ବିଷୟରେ କହିବୁ । ପ୍ରଥମତଃ ବିରାଡ଼ି ଏକ ପାଳିତ ପଶୁ ଅଟେ ଯାହାକି ସମସ୍ତଙ୍କ ଘରକୁ ଯାଇଥାଏ ।

ଏଭଳି ମାନ୍ୟତା ରହିଛି ଯେ ଯେଉଁ ଘରେ ବିରାଡ଼ି ଛୁଆ ଜନ୍ମ ଦେଇଥାଏ ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଯାହାକୁ ଆମେ ଏକ କାହାଣୀ ମାଧ୍ୟମରେ କହିବୁ । କାହାଣୀ ଅନୁଯାୟୀ ଏକ ନଗରରେ ଜଣେ ମହିଳା ବାସ କରୁଥିଲା । ସେହି ମହିଳାଙ୍କର ଏକ ପୁତ୍ର ରତ୍ନ ପ୍ରାପ୍ତ ହେଲା ।

ସେ ଖୁବ ଖୁସି ଥିଲା । କିନ୍ତୁ କିଛି ଦିନ ପରେ ସେ ଜାଣିବାକୁ ପାଇଲା ଯେ ତାର ପୁତ୍ର ବିକଳାଙ୍ଗ । ତେଣୁ ମହିଳା ଜଣକ ଖୁବ ଚିନ୍ତିତ ରହୁଥିଲେ । ଆଗାମୀ ବର୍ଷ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ । ଦ୍ଵିତୀୟ ପୁତ୍ର ମଧ୍ୟ ବିକଳାଙ୍ଗ ଥିଲା । ଦୁଇ ପୁତ୍ର ବିଛଣାରୁ ଉଠି ପାରୁ ନଥିଲେ କିମ୍ବା ଚଲାବୁଲା କରିପାରୁ ନଥିଲେ । ମହିଳା ଜଣକ ଦୁଇ ପୁତ୍ରଙ୍କ ଭବିଷ୍ୟତ କଥା ଭାବି ଚିନ୍ତିତ ରହୁଥିଲେ ।

ଆଗାମୀ ବର୍ଷ ମହିଳା ଜଣକ ଆଉ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଦୁର୍ଭାଗ୍ୟ ବଶତଃ ତୃତୀୟ ପୁତ୍ର ମଧ୍ୟ ବିକଳାଙ୍ଗ ଥିଲା । ପିତା ମାତା ଦିନ ରାତି ସେହି ଚିନ୍ତାରେ ରହୁଥିଲେ ଯେ ତିନି ପୁଅ ଦୁନିଆରେ ବଞ୍ଚିବେ କିପରି । ଏମିତିକି ଚତୁର୍ଥ ପୁତ୍ର ମଧ୍ୟ ବିକଳାଙ୍ଗ ହୋଇ ଜନ୍ମ ନେଲା । ଏହାପରେ ମହିଳା ଜଣକ ଏହା ଭାବିବାକୁ ଲାଗିଲେ ଯେ ତାଙ୍କ ଗର୍ଭରେ ହିଁ କିଛି ସମସ୍ୟା ଥିବା କାରଣରୁ ଏଭଳି ବିକଳାଙ୍ଗ ପୁତ୍ର ଜନ୍ମ ନେଉଛନ୍ତି ।

ଏମିତିକି ପଞ୍ଚମ ପତ୍ର ବିକଳାଙ୍ଗ ହେବା ପରେ ମହିଳା ଜଣକ ନିରାଶ ହୋଇଗଲେ । ଜଣେ ପୁତ୍ର ପରେ ଜଣେ ସୁସ୍ଥ ହୋଇ ଜଣ ହେବା ଆଶାରେ ପାଞ୍ଚଟି ପାଞ୍ଚଟି ପୁତ୍ର ବିକଳାଙ୍ଗ ହୋଇ ଜନ୍ମ ହେଲେ । ତେଣୁ ସେ ନିଜ ଭାଗ୍ୟକୁ ନିନ୍ଦି ଏବଂ ଭାଗ୍ୟ ଖରାପ ଭାବି ନିଜର ପାଞ୍ଚ ଜଣ ବିକଳାଙ୍ଗ ପୁତ୍ରର ଭବିଷ୍ୟତ କଥା ଭାବି ମହିଳା ଜଣକ ଖୁବ ଦୁଃଖରେ ରହିବାକୁ ଲାଗିଲେ । ସେ ନିଜେ ଦୁଃଖରେ ରହୁଥିଲା କିନ୍ତୁ ନିଜ ପୁତ୍ର ମାନଙ୍କର ଭଲ ଭାବରେ ଲାଳନ ପାଳନ କରୁଥିଲା ।

କିଛିଦିନ ପରେ ତାଙ୍କ ଘରକୁ ଏକ ଧଳା ବିରାଡ଼ିର ଆଗମନ ହେଲା ଏବଂ ସେହି ବିରାଡ଼ିଟି ମଧ୍ୟ ସେହି ଘରେ ରହିବାକୁ ଲାଗିଲା । କିଛିଦିନ ସେଠାରେ ବିରାଡ଼ିଟି ରହିବା ପରେ ଚାରୋଟି ସୁନ୍ଦର ଶାବକ ଜନ୍ମ ଦେଲା । ସେତେବେଳେ ଏକ ଚମତ୍କାର ହେଲା । ସେହି ମହିଳାଙ୍କ ପ୍ରଥମ ପୁତ୍ର ସମ୍ପୂର୍ଣ୍ଣ ଠିକ ହୋଇଗଲା । ମହିଳା ଜଣକ ଖୁବ ଖୁସି ହୋଇଗଲେ ଏବଂ ଭଗବାନଙ୍କୁ ଧନ୍ୟବାଦ ଦେଲେ ।

ତେଣୁ ମହିଳା ଜଣକ ସେହି ବିରାଡ଼ି ଛୁଆ ମାନଙ୍କୁ ମଧ୍ୟ ଘରେ ରଖି ସେମାନଙ୍କ ଲାଳନ ପାଳନ କରିବାରେ ଲାଗିଲେ । କିଛିଦିନ ପରେ ବିରାଡ଼ିର ଆଉଥରେ ପ୍ରସବ ହେଲା ଏବଂ ସେ ପୁଣିଥରେ ଚାରି ବିରାଡ଼ିକୁ ଜନ୍ମ ଦେଲା । ଏଥର ପୁଣି ଏକ ଚମତ୍କାର ହେଲା । ମହିଳାଙ୍କର ଦ୍ୱିତୀୟ ପୁତ୍ର ସମ୍ପୂର୍ଣ୍ଣ ଠିକ ହୋଇଗଲା । ଏହିଭଳି ବିରାଡ଼ିର ପ୍ରସବ ସହିତ ମହିଳାଙ୍କ ପିଲା ମାନେ ମଧ୍ୟ ଠିକ ହେବାରେ ଲାଗିଲେ ।

ତାପରେ ସେହି ମହିଳାଙ୍କ ଘରେ କେବେ ଧନର ଅଭାବ ହେଲା ନାହିଁ । ଶାସ୍ତ୍ରରେ ଏହା ବର୍ଣ୍ଣିତ ହୋଇଛି ଯେ , ଯେଉଁ ଘରେ ବିରାଡ଼ି ଛୁଆ ଜନ୍ମ ଦେଇଥାଏ ସେହି ଘରକୁ ମାତା ଲକ୍ଷ୍ମୀଙ୍କର ତୀବ୍ର ଗତିରେ ଆଗମନ ହୋଇଥାଏ । ସେହି ଘରକୁ ସୁଖ ସମୃଦ୍ଧି ଆସିଯାଏ । କିନ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଘରେ ବିରାଡ଼ି ପାଳିବା ଅଶୁଭ ହୋଇଥାଏ ।

ଯେଉଁ ଘରେ ବିରାଡ଼ି କାନ୍ଦି ଥାଏ ତାହା ଅଶୁଭ ହୋଇଥାଏ । ତେଣୁ ଶାସ୍ତ୍ର ଅନୁଯାୟୀ ଏହାକୁ ଅଶୁଭ ମାନା ଯାଇଛି । ଶାସ୍ତ୍ର ଅନୁଯାୟୀ ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ନିମନ୍ତେ କୁଆଡ଼େ ବାହାରକୁ ଯାଉଛନ୍ତି ଏବଂ ସେହି ସମୟରେ ହଠାତ ବିରାଡ଼ି ରାସ୍ତା କାଟୁଛି ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ସେହି କାର୍ଯ୍ୟ ସଫଳ ହୁଏନାହିଁ । ତେଣୁ ଏହା କୁହାଯାଇଛି ଯେ ଯଦି ବିରାଡ଼ି ରାସ୍ତା କାଟୁଛି ତେବେ ଆଗକୁ ଯିବା ଉଚିତ ନୁହେଁ ।

ଶାସ୍ତ୍ର ଅନୁଯାୟୀ ଏହା କୁହାଯାଇଛି ଯେ ଯେଉଁ ଘରେ ବିରାଡ଼ି ଆସି କାନ୍ଦି ଥାଏ , ସେହି ଘରେ କାହାରି ନା କାହାରି ଅକାଳ ମୃତ୍ୟୁ ହୋଇଥାଏ । ଯେଉଁମାନେ ନିଜ ସଉକ କାରଣରୁ ବିରାଡ଼ି ପାଳିଥାନ୍ତି ତାହା ଖୁହ ଅନିଷ୍ଠ ହୋଇଥାଏ । ଯେଉଁଠାରେ ବିରାଡ଼ି ରହିଥାଏ ସେଠାରେ ନକରାତ୍ମକ ଶକ୍ତି ରହିଥାଏ । ଯଦି ଆପଣଙ୍କୁ ଅଧା ରାତିରେ ବିରାଡ଼ି ଦେଖା ଦିଏ ତେବେ ଏହା ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *