ଏହାକୁ ପାଉଛନ୍ତି ତ,ଜମାରୁ ବି ଛାଡ଼ନ୍ତୁ ନାହିଁ,ଘରକୁ ନେଇ ଆସନ୍ତୁ,ଦେଖିବେ ଆପଣଙ୍କ ଚୁଟିଟେ ବି କେହି ବଙ୍କା କରି ପାରିବେନି

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭାରତୀୟ ସଂସ୍କୃତିରେ ଅନେକ ଚମତ୍କାରୀ ବୃକ୍ଷଲତା ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। କିଛି ଗଛ ମନୁଷ୍ୟର ଉପଯୋଗୀ ହୋଇଥାଏ ଏବଂ ଶୁଭ ହୋଇଥାଏ। ଆଉକିଛି ଗଛ ମନୁଷ୍ୟ ପାଇଁ ଅଶୁଭ ହୋଇଥାଏ। କିଛି ଗଛ ଶତ୍ରୁ ନାଶ କରିବାରେ ସହାୟକ ହୋଇଥାଏ। ଆଉକିଛି ଗଛ ଧନ ଆକର୍ଷିତ କରିବାରେ ସହାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଧୁତୁରା ଗଛ ବିଷୟରେ କିଛି ଖାସ ଟିପ୍ପଣୀ କହିବାକୁ ଯାଉଛୁ।

ଯଦି ଆପଣ ଘରେ ଧୂତୁରା ଗଛ ଲଗାଇବାକୁ ଚାହୁଁଛନ୍ତି, ତାହେଲେ ଆଶ୍ଲେଶା ନକ୍ଷତ୍ର ବା କୌଣସି ଶୁଭ ତିଥି ଯେପରି ପୂର୍ଣ୍ଣିମା, ଏକାଦଶୀ ଆଦିରେ ଘରକୁ ଆଣି ପାରିବେ। ମାନ୍ୟତା ରହିଛି କି, ଘରେ ଧୁତୁରା ଗଛ ରହିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଧୁତୁରା ଗଛକୁ ପ୍ରଥମେ ନିମନ୍ତ୍ରଣ ଦିଅନ୍ତୁ ତାପରେ ଘରେ ସ୍ଥାପିତ କରନ୍ତୁ। ଯେଉଁ ଦିନ ଆପଣ ଧୁତୁରା ଗଛ ଘରକୁ ଆଣୁଛନ୍ତି, ସେହିଦିନ ଗୋଟେ ପାତ୍ରରେ ପାଣି ନେଇ ସେଥିରେ ଗୋଟେ ଏକ ଟଙ୍କା ମୁଦ୍ରା ପକାନ୍ତୁ।

ତାପରେ ଧୁତୁରା ଗଛ ମୂଳରେ ଜଳ ଅର୍ପଣ କରି ସେହି ମୁଦ୍ରାକୁ ମାଟିରେ ରଖନ୍ତୁ ଏବଂ ପ୍ରାର୍ଥନା କରନ୍ତୁ। ମାନ୍ୟତା ରହିଛି କି ଅଶ୍ଳେଷା ନକ୍ଷତ୍ରରେ ଧୁତୁରା ଗଛର ଚେର ଆଣି ଘରେ ରଖିଲେ, ସର୍ପ ଘରକୁ ପ୍ରବେଶ କରନ୍ତି ନାହିଁ। ଏହାସହିତ ଶତ୍ରୁ ଆପଣଙ୍କ ଘରୁ ଦୂରେଇ ରହିବେ। ଘରେ ଶାନ୍ତି ବଜାୟ ରହିବ। ଯଦି ଆପଣ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି ଏବଂ ଘରେ ଅଭାବ ଦେଖା ଦେଉଛି, ତାହେଲେ ସୋମବାର ଦିନ ଭଗବାନ ଶିବଙ୍କ ମନ୍ଦିର ଯାଇ ଧୁତୁରା ଗଛର ଚେର ଅର୍ପଣ କରନ୍ତୁ। ଏହାକୁ ପୂଜାର୍ଚ୍ଚନା କରିବା ପରେ ତାବିଜ କରି ନିଜ ହାତରେ ବାନ୍ଧି ନିଅନ୍ତୁ। ଏହାକୁ ନିଜ ପର୍ସରେ ରଖି ପାରିବେ।

ଭଗବାନ ଶିବଙ୍କୁ ଧୁତୁରା ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ଭଗବାନ ଶିବଙ୍କ ପାଖରେ ଅର୍ପଣ କରାଯାଇଥିବା ଧୁତୁରା ଫୁଲକୁ ଯଦି ଆପଣ ଧନଭଣ୍ଡାର ଘରେ ରଖିବେ, ତାହେଲେ ନିଶ୍ଚିତ ଭାବରେ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ। କେବେବି ଧୁତୁରା ଗଛ ଓ ତୁଳସୀ ଗଛ ପାଖାପାଖି ଲଗାଇବା ଉଚିତ ନୁହେଁ। ଏହାର ଅଶୁଭ ପରିଣାମ ପରିବାର ଉପରେ ପଡ଼ିଥାଏ। ଘରେ ବାରମ୍ବାର କଳି ଝଗଡା ଲାଗି ରହୁଥିଲେ, ଭଗବାନ ଶିବଙ୍କ ପାଖରେ ଧୁତୁରା ଫୁଲ ଅର୍ପଣ କରି ପ୍ରାର୍ଥନା କରନ୍ତୁ।

Leave a Reply

Your email address will not be published. Required fields are marked *