ଗୋମାତାଙ୍କ ଅନୁଯାୟୀ , ମଣିଷକୁ ଏହି ଚାରୋଟି କାମ ଏକୁଟିଆ କରିବା ଉଚିତ । ନଚେତ ଦୂର ହେବନାହିଁ ଦାରିଦ୍ର୍ୟତା ।

ଗୋମାତା ସମୟ ସମୟରେ ମନୁଷ୍ୟକୁ ଏଭଳି ସଙ୍କେତ ଦେଇଥାନ୍ତି ଯାହାକୁ ମନୁଷ୍ୟ ବୁଝିନେବା ଉଚିତ । ଗୋମାତାଙ୍କ ଠାରେ ତେତିଶ କୋଟି ଦେବଦେବୀ ବାସ କରନ୍ତି ଏବଂ ଗୋମାତାଙ୍କର ସେହି ସଙ୍କେତ ଜାଣି ପାରିଲେ ମନୁଷ୍ୟର ଜୀବନ ମଧ୍ୟ ବଦଳି ଯାଏ । ଆଜିକାର ଏହି ଲେଖାରେ ଆମେ ଗୋମାତା କହିଥିବା ଚାରୋଟି କଥା ବିଷୟରେ କହିବୁ ଯାହାକି ମନୁଷ୍ୟ ଜୀବନରେ ନିହାତି ଘଟିତ ହୋଇଥାଏ । ତେଣୁ ମନୁଷ୍ୟ ଏହି ଚାରୋଟି କଥା ଜାଣିନେବା ଉଚିତ । ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତେବେ ସେସବୁ ବିଷୟରେ ଆମେ ଏକ କାହାଣୀ ମାଧ୍ୟମରେ କହିବୁ । ଅନେକ ଦିନର କଥା । ଗୋଟିଏ ଗାଁରେ ଭୋଳା ନାମକ ଜଣେ ବ୍ୟକ୍ତି ରହୁଥିଲେ । ଭୋଳା ଜମିଦାର ଏବଂ କିଛି ପ୍ରଖ୍ୟାତ ଲୋକଙ୍କ ଗାଈକୁ ପାହାଡ଼କୁ ଚରାଇବାକୁ ନେଇ ଯାଉଥିଲା ଆଉ ସେହି ଟଙ୍କାରେ ଚଳି ଯାଉଥିଲା । ଭୋଳା ଯେଉଁ ପାହାଡ଼କୁ ଯାଉଥିଲା ସେଠାକାର ଏକ ଗୁମ୍ଫାରେ ଜଣେ ସାଧୁ ରହୁଥିଲେ ଯାହାଙ୍କ ପାଖରେ ଏକ ଚମତ୍କାରୀ ଗାଈ ଥିଲା । ସେହି ଗାଈଟି ଭୋଳାର ଗାଈଙ୍କ ସହିତ ସାମିଲ ହୋଇ ଚରୁଥିଲା ଏବଂ ଫେରିବା ସମୟ ହେଲେ ଗାଈଟି ଅନ୍ୟ ରାସ୍ତା ଧରି ଗୁମ୍ଫାକୁ ଚାଲି ଯାଉଥିଲା । ଥରେ ଭୋଳା ସବୁ ଗାଈକୁ ଗଣିବା ପରେ ଦେଖିଲା ଗୋଠରେ ୧୦୦ ଗାଈ ଚରୁଛନ୍ତି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ।

ଗାଁକୁ ଫେରି ସବୁ ଲୋକଙ୍କୁ ଏହି ବିଷୟରେ କହିଲା ଯେ ୧୦୦ ଗାଈ କେଉଁଠାରୁ ଆସୁଛି । ସବୁ ଲୋକେ ମାନିଲେ ନାହିଁ । ଆଗାମୀ ଦିନ ଯେତେବେଳେ ଭୋଳା ଗାଈ ଚରାଇବା ବେଳେ ଗଣିଲା ତାକୁ ୧୦୦ ମିଳିଲା ମାତ୍ର ଘରକୁ ଆସିଲେ ୯୯ । ଆଗାମୀ ଦିନ ଭୋଳା ନିଜର ଏକ ବନ୍ଧୁକୁ ସାଥିରେ ନେଇଗଲା ଏବଂ ତାକୁ କହିଲା ଯେ ସନ୍ଧ୍ୟାରେ ଗାଈକୁ ନେଇ ସେ ଘରକୁ ପଳାଇ ଆସିବ । କାରଣ ତାର ଅନ୍ୟତ୍ର କିଛି କାମ ଅଛି । ଆଗାମୀ ଦିନ ଭୋଳାର ସାଙ୍ଗ ସବୁ ଗାଈକୁ ନେଇ ଘରକୁ ଆସିଲା ମାତ୍ର ଭୋଳା ସେହି ଅନ୍ୟ ଗାଈକୁ ପିଛା କରି ଏକ ଗୁମ୍ଫାରେ ପହଞ୍ଚି ଗଲା ।

ସେଠାରେ ଯାଇ ଭୋଳା ଦେଖିଲା ଯେ ଜଣେ ସାଧୁ ଧ୍ୟାନରେ ବସିଛନ୍ତି । ଗାଈ ତାଙ୍କ ସମ୍ମୁଖକୁ ଯିବା ମାତ୍ରେ ସେ ଜାଗ୍ରତ ହୋଇ ଗାଈକୁ ବାନ୍ଧିଦେଲେ । ଏହାପରେ ସାଧୁ ଭୋଜନ ପ୍ରସ୍ତୁତିରେ ଲାଗିଗଲେ । କିଛି ସମୟ ପରେ ଗାଈ ଗୋବର କଲେ ଯାହାକି ପୁରା ସୁନାର ଥିଲା । ତାହାକୁ ସାଧୁ ଜଣକ ଉଠାଇ ନିଜ ଧନ ଭଣ୍ଡାରରେ ରଖିଦେଲେ । ଏସବୁକୁ ଭୋଳା ଲୁଚି ଲୁଚି ଦେଖୁଥିଲା । ସାଧୁ ପୁଣିଥରେ ଧ୍ୟାନରେ ବସିବା ପରେ ଭୋଳା ଗୋମାତାଙ୍କ ପାଖକୁ ଯାଇ ସବୁକିଛି କହିଲା । ଗୋମାତା ମଧ୍ୟ ଭୋଳାକୁ ଭଲ ମଣିଷ ଭାବିଲେ ଏବଂ କହିଲେ ଯେ ସେ ଏକ ଚମତକାରୀ ଗାଈ ଯାହାର ଗୋବର ସାଧାରଣ ନୁହେଁ ବରଂ ସୁନାର ଅଟେ ।

ଏହାପରେ ଗାଈ ଗୋବର କରିବା ପରେ ଭୋଳା ଗୋବରକୁ ନେଇ ଆସିଲା ଯାହାକି ସୁନାର ଥିଲା । ଏମିତି କିଛି ଦିନ ଗାଈ ଗୋଠରେ ସେହି ଚମତ୍କାରୀ ଗାଈ ଚରିବା ପରେ ଗୋବର କରୁଥିଲା ଯାହାକୁ ଭୋଳା ନିଜ ଘରକୁ ନେଇ ଯାଉଥିଲା । କିନ୍ତୁ ଗୋମାତା ତାଙ୍କୁ ଏ ବିଷୟରେ କାହାକୁ ବି କହିବାକୁ ମନା କରିଥିଲେ । ଧୀରେ ଧୀରେ ଭୋଳା ଧନୀ ହୋଇଗଲା ଏବଂ ଗାଈ ଚରାଇବାକୁ ଗଲା ନାହିଁ । ଗୋମାତା ପ୍ରତ୍ୟେକ ଦିନ ତା ଘରକୁ ଯାଇ ଗୋବର କରି ଆସୁଥିଲେ । କିନ୍ତୁ ଭୋଳା ଏହି ରହସ୍ୟକୁ ନିଜ ସ୍ତ୍ରୀ ଠାରୁ ଲୁଚାଇ ପାରିଲା ନାହିଁ । ଆଖପାଖ ପଡ଼ୋଶୀ ଭାବିବାରେ ଲାଗିଲେ ଯେ ଭୋଳା ଏତେ ଜଲଦି ଧନୀ କିପରି ହୋଇଗଲା । ମାତ୍ର ଗୋମାତା ଭୋଳାର ଏପରି ଭୁଲ ପାଇଁ ଆଉ ଆସିବା ବନ୍ଦ କରିଦେଲେ ।

ଯାହାଦ୍ୱାରା ଧୀରେ ଧୀରେ ଭୋଳା ପାଖରେ ସବୁ ଧନ ଶେଷ ହୋଇଗଲା ଏବଂ ସେ ପୂର୍ବ ଠାରୁ ଆହୁରି ଗରିବ ହୋଇଗଲା । ଯାହାଦ୍ୱାରା ଭୋଳା ପୁଣିଥରେ ସେହି ଗୋମାତାଙ୍କ ପାଖକୁ ଗଲା । ଏହା ଶୁଣି ଗୋମାତା କହିଲେ ଯେ ଏହା ଭୋଳାର କର୍ମ ଫଳ । ଏହାବ୍ୟତୀତ ଗୋମାତା ଚାରୋଟି କଥା କହିଥିଲେ ଯାହାକୁ ଯଦି ମନୁଷ୍ୟ ନିଜ ଜୀବନରେ ପାଳନ କରେ ତେବେ ତାକୁ କୌଣସି କଥାରେ ଅବଶୋସ କରିବାକୁ ପଡ଼ିବ ନାହିଁ ।

୧ . ମନୁଷ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଏକୁଟିଆ କରିବା ଉଚିତ । ସବୁ ଲୋକଙ୍କ ସାମ୍ନାରେ କଲେ ପ୍ରାର୍ଥନାର ଫଳ ମିଳି ନଥାଏ ।

୨ . ଭୋଜନ ସବୁବେଳେ ଏକୁଟିଆ ନିସଙ୍ଗରେ କରିବା ଉଚିତ ଏବଂ କାହାରି ସହିତ କିମ୍ବା କାହାରି ସାଙ୍ଗରେ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ ।

୩ . ରାତିରେ ଏକୁଟିଆ ବିଶ୍ରାମ କରିବା ଉଚିତ । କିମ୍ବା ସ୍ୱାମୀ ସ୍ତ୍ରୀ ହିଁ କେବଳ ବିଶ୍ରାମ କରିବା ଉଚିତ । ନଚେତ ଅକାଳ ମୃତ୍ୟୁ ହୋଇଥାଏ ।

୪ .ନିଜ ରୋଜଗାରର ଜରିଆ କାହାକୁ କହିବା ଉଚିତ ନୁହେଁ । ଏହାବ୍ୟତୀତ ନିଜ ଆମଦାନୀର ସ୍ରୋତ ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଉନ୍ନତି ବନ୍ଦ ହୋଇଯାଏ ।

Leave a Reply

Your email address will not be published. Required fields are marked *