ନବରାତ୍ରୀରେ ଏହିଭଳି କରନ୍ତୁ ମାତାଙ୍କ ନଅ ରୂପର ପୂଜା । ଜାଣି ନିଅନ୍ତୁ କିଛି ଖାସ ମନ୍ତ୍ର ।

ନବରାତ୍ରୀରେ ନଅ ଦିନରେ ଦେବୀଙ୍କର ଭିନ୍ନ ଭିନ୍ନ ରୂପର ପୂଜା କରାଯାଏ । ସବୁ ରୂପକୁ ପୂଜା କରିବାର ବିଧି ଅଲଗା ଏବଂ ସବୁ ଦେବୀଙ୍କୁ ଭୋଗ ମଧ୍ୟ ଭିନ୍ନ ଭିନ୍ନ ଲାଗିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ନବରାତ୍ରୀରେ ନଅ ଦେବୀଙ୍କୁ କେଉଁ ଭୋଗ ଅର୍ପିତ କରିବା ଉଚିତ ଏବଂ କେଉଁ ମନ୍ତ୍ର ଜପ କରିବା ଉଚିତ । ସେହି ବିଷୟରେ କହିବୁ । ନବରାତ୍ରୀରେ ଦେବୀ ଦୁର୍ଗା ପୃଥିବୀ ପୃଷ୍ଠକୁ ଆସିଥାନ୍ତି ଏବଂ ନିଜ ଭକ୍ତଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି । ଏହାବ୍ୟତୀତ ସବୁ ପ୍ରକାରର ସମସ୍ୟାରୁ ମଧ୍ୟ ମୁକ୍ତ କରନ୍ତି । ତେବେ ମାତାଙ୍କର ପ୍ରଥମ ସ୍ୱରୂପ ହେଉଛି ମାତା ଶୈଳପୁତ୍ରୀ ।

ମାତା ଶୈଳପୁତ୍ରୀଙ୍କୁ ଶୁଦ୍ଧ ଗାଈ ଘିଅ ଭୋଗ ଲଗାଯାଏ । ଯାହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବ ନାହିଁ । ଏହାଦ୍ବାରା ମାତା ଶୈଳପୁତ୍ରୀ ପ୍ରସନ୍ନ ମଧ୍ୟ ହୁଅନ୍ତି । ମାତାଙ୍କୁ ପ୍ରସନ୍ନ କରିବାର ମନ୍ତ୍ରଟି ହେଉଛି ” ଓଁ ହିଂ କ୍ଲିଙ୍ଗ ଶୈଳପୁତ୍ରୀ ନମଃ ” । ମାତାଙ୍କ ଦ୍ୱିତୀୟ ରୂପ ହେଉଛି ବ୍ରହ୍ମଚାରିଣୀ । ମାତା ବ୍ରହ୍ମଚାରିଣୀ ନିଜ ଭକ୍ତ ଏବଂ ସାଧକଙ୍କୁ ଅନନ୍ତ କୋଟିର ଫଳ ପ୍ରଦାନ କରିଥାନ୍ତି । ମାତାଙ୍କ ଆରାଧନା ଦ୍ୱାରା ତ୍ୟାଗ , ସଦାଚାର ଏବଂ ସଂଯମତାର ଭାଗ ଜାଗ୍ରତ ହୋଇଥାଏ । ଓଁ ଏଂ ହ୍ଲୀଂ କ୍ଲୀଂ ବ୍ରହ୍ମଚାରିନୈ ନମଃ । ମାତାଙ୍କୁ ଆପଣ ଯଦି ଚିନି ଭୋଗ ଲଗାନ୍ତି ତେବେ ମାତା ପ୍ରସନ୍ନ ହେବେ । ମିଶ୍ରୀ ଭୋଗ ମଧ୍ୟ ଲଗାଇ ପାରିବେ । ଏହାଦ୍ବାରା ମାତା ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଜୀବନରେ ସୁଖ ଆସିଥାଏ ।

ମାତାଙ୍କ ତୃତୀୟ ରୂପ ହେଉଛି ମାତା ଚନ୍ଦ୍ରଘଣ୍ଟା । ଏହିଦିନ ମାତାଙ୍କୁ ଘଣ୍ଟା ଦାନ କରାଯାଏ । ଏହିଦିନ ମାତାଙ୍କୁ କ୍ଷୀର କିମ୍ବା କ୍ଷୀରରେ ତିଆରି ଜିନିଷ ଅର୍ପିତ କରିବାର ବିଧାନ ରହିଛି । ଏହାଦ୍ବାରା ଜୀବନରେ ଖୁସି ଆସିଥାଏ , ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ । ମାତା ଚନ୍ଦ୍ରଘଣ୍ଟାଙ୍କୁ ପ୍ରସନ୍ନ କରିବାର ମନ୍ତ୍ର ହେଉଛି ଓଁ ଏଂ ହ୍ଲୀଂ କ୍ଲୀଂ ଚନ୍ଦ୍ରଘଣ୍ଟାୟ ନମଃ । ମାତାଙ୍କୁ କ୍ଷୀର ନିର୍ମିତ ଭୋଗ ଲଗାଇଲେ ସବୁ ପାପରୁ ମଧ୍ୟ ମୁକ୍ତି ମିଳିବ ।

ମା’ ଙ୍କ ଚତୁର୍ଥ ରୂପ ହେଉଛି ମାତା କୁଷ୍ମାଣ୍ଡା । ମାତାଙ୍କ ଆରାଧନା କାରଣରୁ ସିଦ୍ଧି ଏବଂ ନିଧି ପ୍ରାପ୍ତ ହୋଇଥାଏ , ରୋଗ ଶୋକ ଦୂର ହୋଇଥାଏ , ଆୟୁଷ ଏବଂ ଯଶ ବଢ଼ିଥାଏ , ଜୀବନରେ ସ୍ଥିରତା ଆସିଥାଏ ଏବଂ ସୁଖ ପ୍ରାପ୍ତ ହୋଇଥାଏ । ମାତାଙ୍କୁ ଏହିଦିନ ମାଲପୁଆ ଭୋଗ ଲଗାଇବାର ବିଧାନ ରହିଛି । ନଚେତ ଆପଣ ଗୁଡ଼ ଭୋଗ ମଧ୍ୟ ଲଗାଇ ପାରିବେ ।

ମାତାଙ୍କ ପଞ୍ଚମ ରୂପ ହେଉଛି ମାତା ସ୍କନ୍ଧମାତା । ମାତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ । ନବରାତ୍ରୀର ପଞ୍ଚମ ଦିନ କଦଳୀ ଭୋଗ ଲଗାଇବା ଉଚିତ । କଦଳୀ ଭୋଗ ଲଗାଇଲେ ଏବଂ ତାହାକୁ ପ୍ରସାଦ ଆକାରରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହାଦ୍ବାରା ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୋଇଥାଏ । ମାତାଙ୍କ ମନ୍ତ୍ର ହେଉଛି ” ଓଁ ଏଂ ହ୍ଲୀଂ କ୍ଲୀଂ ସ୍କନ୍ଧମାତାୟ ନମଃ ” । ମାତାଙ୍କ ଷଷ୍ଠ ରୂପ ହେଉଛି ମାତା କାତ୍ୟାୟନି । ମତାଙ୍କର ଏହି ରୂପର ପୂଜା କରିବା ଦ୍ୱାରା ଅଦ୍ଭୁତ ଶକ୍ତିର ସଞ୍ଚାର ହୋଇଥାଏ । ଶତ୍ରୁଙ୍କୁ ପରାସ୍ତ କରିବାକୁ ମତାଙ୍କ କୃପା ପ୍ରାପ୍ତ ହୋଇଥାଏ । ମାତାଙ୍କ ମନ୍ତ୍ର ହେଉଛି ” ଓଁ ଏଂ ହ୍ଲୀଂ କ୍ଲୀଂ କାତ୍ୟାୟନି ନମଃ ” । ମାତାଙ୍କୁ ମହୁ ଭୋଗ ଲଗାନ୍ତୁ । ଏହାଦ୍ବାରା ଜୀବନରେ ଅର୍ଥ ପ୍ରାପ୍ତି ହୋଇଥାଏ । ମାତାଙ୍କ ସପ୍ତମ ରୂପ ହେଉଛି ମାତା କାଳରାତ୍ରି।

ମାତା କାଳରାତ୍ରୀଙ୍କ ଉପାସନା କରିବା ଦ୍ୱାରା ସବୁ ଦୁଃଖ ଦୂର ହୋଇଥାଏ । ଏହିଦିନ ମାତାଙ୍କୁ ଗୁଡ଼ ଲଡୁ ଭୋଗ ଅର୍ପିତ କରିବା ଉଚିତ । ତାହାକୁ ପରିବାର ସହିତ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ । ସେଥିରୁ ଅଧା ଗୁଡ଼ ଦାନ କରି ଦିଅନ୍ତୁ । ଏହାଦ୍ବାରା ପାପରୁ ମୁକ୍ତି ମିଳିଥାଏ ଏବଂ ଶତ୍ରୁଙ୍କ ନାଶ ହୋଇଥାଏ । ମାତାଙ୍କ ମନ୍ତ୍ର ହେଉଛି ” ଓଁ ଏଂ ହ୍ଲୀଂ କ୍ଲୀଂ କାଳରାତ୍ରି ନମଃ ” । ମାତାଙ୍କ ଅଷ୍ଟମ ରୂପ ହେଉଛି ମାତା ମହାଗୌରୀ । ଅଷ୍ଟମୀ ଦିନ ମାତା ଗୌରୀଙ୍କ ପୂଜା କରାଯାଏ । ଏହାଦ୍ବାରା ସୁଖ ଶାନ୍ତି ବଢ଼ିଥାଏ ଏବଂ ଶତ୍ରୁର ନାଶ ହୋଇଥାଏ । ମାତାଙ୍କ ମନ୍ତ୍ର ହେଉଛି ” ଓଁ ଏଂ ହ୍ଲୀଂ କ୍ଲୀଂ ମହାଗୌରୀ ନମଃ ” । ମାତା ମହାଗୌରୀଙ୍କୁ ନଡ଼ିଆ ଭୋଗ ଲାଗିଥାଏ । ଏହାଦ୍ବାରା ସନ୍ତାନ ସୁଖ ଏବଂ ଘରେ ସମୃଦ୍ଧି ଆସିଥାଏ । ମାତାଙ୍କ ନବମ ରୂପ ମାତା ସିଦ୍ଧିଦାତ୍ରୀ ଅଟେ । ମାତାଙ୍କୁ ତିଳ ଭୋଗ ଲଗା ଯାଇଥାଏ ।

Leave a Reply

Your email address will not be published. Required fields are marked *