ବୁଧବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ତିନୋଟି କାମ । ନଚେତ ପୁରା ପରିବାର ଉପରେ ଆସିବ ସଙ୍କଟ ।

ସପ୍ତାହର ସାତୋଟି ଦିନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବାର ଭଗବାନଙ୍କର ଭିନ୍ନ ଭିନ୍ନ ରୂପକୁ ସମର୍ପିତ ଅଟେ । ଆଜି ଆମେ ବୁଧବାର ବିଷୟରେ କହିବୁ ଯାହାକି ବୁଦ୍ଧି ଦାତା ଭଗବାନ ଗଣେଶଙ୍କୁ ସମର୍ପିତ ଅଟେ । ବୁଧବାର ଦିନ ଲୋକେ ମନ୍ଦିରକୁ ଯାଇ କିମ୍ବା ଘରେ ହିଁ ଭଗବାନ ଗଣେଶଙ୍କୁ ଲଡୁ ଭୋଗ ଆକାରରେ ଅର୍ପିତ କରିଥାନ୍ତି । ଏହାବ୍ୟତୀତ ମୋଦକ ମଧ୍ୟ ଭଗବାନ ଗଣେଶଙ୍କୁ ଅତି ପ୍ରିୟ ଅଟେ ।

ମାନ୍ୟତା ରହିଛି ଯେ ବୁଧବାର ଦିନ କିଛି ଏଭଳି କାମ ଅଛି ଯାହାକୁ କରିବା ଉଚିତ ନୁହେଁ । ନଚେତ ଜୀବନରେ ସମସ୍ୟା ବଢ଼ିଥାଏ । ଏହି ଦିନ ଐଶାନ୍ୟ , ଉତ୍ତର ଏବଂ ପଶ୍ଚିମ ଦିଗକୁ ଯାତ୍ରା କରିବା ଉଚିତ ନୁହେଁ । ଅତି ଜରୁରୀ ଥିଲେ କିଛି ଉପାୟ କରି ଘରୁ ଯାଆନ୍ତୁ । ଏହି ଦିନ କାହାକୁ ଧାର କରଜ ଦିଅନ୍ତୁ ନାହିଁ । କାରଣ ତାହା ଜଲଦି ଫେରି ପାଇବେ ନାହିଁ ।

ଯେଉଁ ମହିଳାଙ୍କର ଝିଅ ସନ୍ତାନ ଅଛି ସେମାନେ ବୁଧବାର ଦିନ କେଶ ଧୋଇବା ଉଚିତ ନୁହେଁ । ଏହାଦ୍ବାରା ଝିଅର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯେଉଁ କାମରେ କ୍ଷୀର ଜଳି ଯିବାର ସମ୍ଭାବନା ଥିବ ସେହି କାମ କରନ୍ତୁ ନାହିଁ । ଝିଅ , ଭଉଣୀ , ସ୍ତ୍ରୀ , ପିଉସୀ , ମାଉସୀ ଏ ସମସ୍ତଙ୍କର ଅପମାନ କରନ୍ତୁ ନାହିଁ । ଏହାଦ୍ବାରା ଜ୍ୟୋତିଷ ଅନୁଯାୟୀ ବୁଧ ଗ୍ରହ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ ।

ବୁଧବାର ଦିନ ପାନ ଖାଆନ୍ତୁ ନାହିଁ ନଚେତ ଏହା ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ବୁଧବାର କିନ୍ନର ମାନଙ୍କ ଦିନ ହୋଇଥାଏ ତେଣୁ ଏହିଦିନ କୌଣସି କିନ୍ନରଙ୍କ ଅପମାନ କରନ୍ତୁ ନାହିଁ । ଏହିଦିନ ସେମାନଙ୍କୁ କିଛି ନା କିଛି ଦାନ ନିଶ୍ଚୟ କରନ୍ତୁ । ଏହାଦ୍ବାରା ଖୁସି ଏବଂ ଧନ ପ୍ରାପ୍ତି ହେବ । ଏହିଦିନ ଅପଶବ୍ଦ କୁହନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହେବେ ଏବଂ ଘରେ ଧନ ସମ୍ବନ୍ଧୀୟ ସମସ୍ୟା ହେବ ।

ବୁଧବାର ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । କଳା ବିନ୍ଦି କିମ୍ବା ଚୁଡ଼ି ମଧ୍ୟ ଧାରଣ କରନ୍ତୁ ନାହିଁ । ନଚେତ ନିଜ ସିନ୍ଦୁର ଉପରେ ବିପଦ ଆସିଥାଏ । ଏହିଦିନ ବିଶେଷ କରି ନାଲି କିମ୍ବା ହଳଦିଆ ପୋଷାକ ପିନ୍ଧିବା ଶୁଭ ହୋଇଥାଏ । କୌଣସି ଦେବଦେବୀଙ୍କ ପୂଜା ପୂର୍ବରୁ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ । ଏହାଦ୍ବାରା ଜୀବନର ପ୍ରତିଟି ସମସ୍ୟା ଦୂର ହୋଇଥାଏ ।

ପ୍ରତ୍ୟେକ ଦିନ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ । ଏହାପରେ ଭଗବାନ ଗଣେଶଙ୍କ ମନ୍ତ୍ର ଜପ କରି ସାରିବା ପରେ ଅନ୍ୟ ଦେବଦେବୀଙ୍କ ପୂଜା ଆରାଧନା କରନ୍ତୁ । ଯଦି ଆପଣ ସକାଳୁ ଉଠିବା ମାତ୍ରେ ବିଛଣାରେ ବସି ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତି ତେବେ ଆପଣଙ୍କ ଜୀବନରେ ଆସୁଥିବା କୌଣସିବି ବାଧା ଦୂରେଇ ଯିବ ।

ବୁଧବାର ଦିନ ବିଶେଷ ଭାବରେ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ । ଲଗାତାର ସାତୋଟି ବୁଧବାର ଯଦି ଆପଣ ସମ୍ପୂର୍ଣ୍ଣ ବିଧି ବିଧାନରେ ଗଣେଶଙ୍କ ପୂଜା କରନ୍ତି ତେବେ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ସକାଳୁ ଉଠି ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରି ନିଜର ମନସ୍କାମନା କୁହନ୍ତୁ ।

ଏହାପରେ ସ୍ନାନ କରି ପରିଷ୍କାର ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଆପଣ ମନ୍ଦିର ଯାଇ ପାରିବେ କିମ୍ବା ଘରେ ମଧ୍ୟ ପୂଜା ବିଧି କରି ପାରିବେ । ଭଗବାନ ଗଣେଶଙ୍କ ବିଗ୍ରହ ଥିଲେ ତାହାର ଅଭିଷେକ କରି ପୂଜା କରନ୍ତୁ । ନଚେତ ଆପଣ ଫୋଟକୁ ମଧ୍ୟ ପୂଜା କରି ପାରିବେ । ଅଭିଷେକ କରି ସାରିବା ପରେ ଭଗବାନ ଗଣେଶଙ୍କୁ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ ।

ଏହାପରେ ଭଗବାନ ଗଣେଶଙ୍କୁ ଅତର ଅର୍ପିତ କରନ୍ତୁ । ଏହାପରେ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ , ସୁଗନ୍ଧିତ ଧୂପ , ହଳଦିଆ ଫୁଲ ମାଳା , ଦୁବ ଘାସ ( ୫ , ୧୧ , ୨୧ ସଂଖ୍ୟକ ) ଅର୍ପିତ କରନ୍ତୁ । ଭଗବାନ ଗଣେଶଙ୍କୁ ହଳଦୀ ଏବଂ ସିନ୍ଦୁର ଦ୍ୱାରା ତିଳକ କରନ୍ତୁ । ଅକ୍ଷତରେ ମଧ୍ୟ ତିଳକ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର କୌଣସିବି ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ । ଏହିଦିନ ହଳଦିଆ ରଙ୍ଗର ମୋଦକ ମଧ୍ୟ ଭଗବାନ ଗଣେଶଙ୍କୁ ଅର୍ପିତ କରନ୍ତୁ ।

ଏହିଦିନ ଭଗବାନ ଗଣେଶଙ୍କୁ ଗୋଟା ମୁଗ ମଧ୍ୟ ଅର୍ପିତ କରି ପାରିବେ । ଧଣିଆ ଚୁରମା ପ୍ରସାଦ ଆକାରରେ ପ୍ରସ୍ତୁତ କରନ୍ତୁ । ଏହି ଭୋଗ ଦ୍ୱାରା ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଆପଣ ମୁଗ ଡାଲି ଲଡୁ କିମ୍ବା ମୁଗ ଡାଲି ହାଲୁଆ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ଭଗବାନ ଗଣେଶ ବହୁତ ଜଲଦି ପ୍ରସନ୍ନ ହେବା ସହିତ ଆପଣଙ୍କର ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂରଣ କରିବେ ।

Leave a Reply

Your email address will not be published. Required fields are marked *