ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଭୁଲରେ ମଧ୍ୟ ଅର୍ପଣ କରନ୍ତୁ ନାହିଁ ଏହି ତିନୋଟି ଜିନିଷ, ନଚେତ ଦେବୀଙ୍କ କୋପ ସହିବାକୁ ପଡିବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ମହିଳା ମାନେ ରଖନ୍ତୁ ନାହିଁ ଏହି ନବରାତ୍ରି ବ୍ରତ, ଆସନ୍ତୁ ଜାଣିବା। ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଅନେକ ଉପାୟ କରିଥାନ୍ତି। ଏହି ଆମେ ଯେଉଁ ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ, ସେମାନଙ୍କୁ ନବରାତ୍ରି ବ୍ରତ ଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ ଏହାଦ୍ବାରା ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ।

ଶାସ୍ତ୍ର ଅନୁସାରେ ବିବାହିତ ମହିଳା ଓ ପୁରୁଷ ମାନେ ନବରାତ୍ରି ବ୍ରତ ରଖନ୍ତୁ। କିନ୍ତୁ ବିବାହ ବିଚ୍ଛେଦ ହୋଇ ଯାଇଥିବା ଦମ୍ପତ୍ତି କେବେବି ନବରାତ୍ରି ବ୍ରତ ରଖନ୍ତୁ ନାହିଁ। ବନ୍ଧନରେ ଏହି ବ୍ରତ କଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଦ୍ଵିତୀୟରେ ହେଉଛି କୌଣସି ବେଶ୍ୟା ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ। ଯଦି ଆପଣଙ୍କୁ କୌଣସି ଘାତକ ବେମାରୀ ରହିଛି, ତାହେଲେ ଆପଣ ବ୍ରତ ରଖନ୍ତୁ ନାହିଁ।କାରଣ ଜୀବନ ହେଉଛି ଈଶ୍ବରଙ୍କ ଦାନ। ତେଣୁ ପ୍ରଥମେ ନିଜ ଶରୀର ଓ ଆତ୍ମାକୁ ସୁସ୍ଥ ରଖନ୍ତୁ।

ନବରାତ୍ରି ସମୟରେ ଅନ୍ୟମାନଙ୍କୁ କେବେବି କଟୁ ବଚନ କୁହନ୍ତୁ ନାହିଁ। ନଚେତ ଏହାଦ୍ବାରା ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି। ବିବାହିତ ଦମ୍ପତ୍ତି ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରୁଥିବା ସମୟରେ କେବେବି ସମ୍ପୁର୍ଣ୍ଣ ଧଳା ବସ୍ତ୍ର ଧାରଣ କରନ୍ତୁ ନାହିଁ। ଦେବୀ ଦୁର୍ଗାଙ୍କୁ ନଡ଼ିଆ ଅର୍ପଣ କରିବା ସମୟରେ ଧ୍ୟାନ ରଖନ୍ତୁ। ହିନ୍ଦୁ ଧର୍ମରେ ନଡ଼ିଆଯୁ ଶ୍ରୀଫଳ ମଧ୍ୟ କୁହାଯାଇଛି। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆ ବ୍ୟବହାର କରାଯାଇଥାଏ।

ଦେବୀ ଦୁର୍ଗାଙ୍କୁ ନଡ଼ିଆ ଅର୍ପଣ କରିବା ସମୟରେ ଧ୍ୟାନ ରଖନ୍ତୁ କି, ଏହା ଜଟା ବିଶିଷ୍ଟ ହେବା ଆବଶ୍ୟକ। ଦେବୀ ଦୁର୍ଗାଙ୍କୁ ପଦ୍ମ ଫୁଲ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ କି, ପ୍ଲାଷ୍ଟିକ ଫୁଲ ଅର୍ପଣ କରନ୍ତୁ ନାହିଁ। ଏହାସହିତ ଲାଲ ଚୁନରି, ଶାଢ଼ୀ, କୁଙ୍କୁମ, ଅଳତା, କାନଫୁଲ, ମଙ୍ଗଳସୂତ୍ର ଆଦି ଷୋହଳ ଶୃଙ୍ଗାର ନବରାତ୍ରିରେ ଦେବୀଙ୍କୁ ଅର୍ପଣ କରାଯାଇଥାଏ। ଶୃଙ୍ଗାର କରୁଥିବା ମହିଳା ମଧ୍ୟ ନିଜେ ଷୋହଳ ଶୃଙ୍ଗାର ପରିଧାନ କରିବା ଆବଶ୍ୟକ। ନବରାତ୍ରି ସରିବା ପରେ ଏହି ଶୃଙ୍ଗାରକୁ କୌଣସି ବିବାହିତା ମହିଳାଙ୍କୁ ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *