ରାତିରେ ପେଚାର ଶବ୍ଦ ଶୁଣିଲେ ମିଳିଥାଏ ଏହି ସଙ୍କେତ,ଭୁଲରେ ବି ଅଣଦେଖା କରନ୍ତୁ ନାହିଁ……

ପ୍ରାଚୀନ କାଳରୁ ଏହି ମାନ୍ୟତା ରହି ଆସିଛି ଯେ ପଶୁ ପକ୍ଷୀଙ୍କ ଠାରୁ ପ୍ରକୃତି ସହିତ ଜଡ଼ିତ ଅନେକ ସଙ୍କେତ ପ୍ରାପ୍ତ ହୋଇଥାଏ । କିଛି ପକ୍ଷୀ ଘରକୁ ଆସିବା ବସିବା ଶୁଭ ଅଶୁଭର ସଙ୍କେତ ଦେଇଥାଏ । ତେଣୁ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ଏହା ବିଷୟରେ ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ହଠାତ ପିମ୍ପୁଡ଼ି ଘରୁ ବାହାରିବା କିମ୍ବା ଛାତ ଉପରେ ଜମା ହୋଇଯିବାକୁ ଏକ ସଙ୍କେତ ମାନା ଯାଇଛି । ରାତିରେ ମନୁଷ୍ୟକୁ ଅନେକ ପ୍ରକାର ଶବ୍ଦ ଶୁଣା ଯାଇଥାଏ । ଯାହା ମଧ୍ୟ ଏକ ସଙ୍କେତ ହୋଇଥାଏ । ତେଣୁ ସେହିଭଳି କିଛି ଭୟଙ୍କର ଶବ୍ଦ ଠାରୁ ମନୁଷ୍ୟକୁ ସାବଧାନ ରହିବା ଉଚିତ । ତେଣୁ ହଠାତ ଯଦି କିଛି ଏଭଳି କିଛି ଶବ୍ଦ ଶୁଣାଯାଏ ତେବେ ତାହା ଆପଣଙ୍କ ପାଇଁ ଏକ ସଙ୍କେତ ହୋଇପାରେ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପଶୁ ପକ୍ଷୀଙ୍କ ଦ୍ୱାରା ମିଳୁଥିବା ଶୁଭ ଏବଂ ଅଶୁଭ ସଙ୍କେତ ବିଷୟରେ କହିବାକୁ ଯାଉଛୁ ।

୧ . ପାରା:-

ପାରା ସାଧରଣତଃ ସବୁଠି ଦେଖା ଯାଇଥାଏ । ଶାସ୍ତ୍ରରେ ପାରାକୁ ପ୍ରେମ ସମ୍ବନ୍ଧ ସହିତ ଯୋଡ଼ି ଦେଖା ଯାଇଛି । କିନ୍ତୁ କିଛି ଲୋକଙ୍କୁ ପାରା ପସନ୍ଦ ନଥାଏ । ତେଣୁ ପାରା ଘରକୁ ଆସିଲେ ସେମାନେ ତାହାକୁ ଘଉଡ଼ାଇ ଦେଇଥାନ୍ତି କାରଣ ତାହା ପାରା ଆପରିଷ୍କାର ସୃଷ୍ଟି କରିଥାଏ । କିନ୍ତୁ ଶାସ୍ତ୍ରରେ ଘରକୁ ପାରା ଆସିଲେ ଅତ୍ୟନ୍ତ ଶୁଭ ମାନା ଯାଇଛି । ଯଦି ପାରା ଆପଣଙ୍କ ଘର ଦ୍ୱାରରେ ବସି ଶବ୍ଦ କରିଥାଏ ତେବେ ଧନ ପ୍ରାପ୍ତି ହୋଇଥାଏ । ମାତ୍ର ପାରା ବସା ବନାଇବା ଅଶୁଭ ହୋଇଥାଏ । ଶାସ୍ତ୍ରରେ ପାରାକୁ ଦାନା ଦେବା ଶୁଭ ହୋଇଥାଏ ଏବଂ ଏହାଦ୍ବାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୨ . ମୟୁର:-

ମୟୁର ଏକ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ପକ୍ଷୀ ହୋଇଥାଏ ଏବଂ ତାହା ମାତା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ । ମୟୁର ଭଗବାନ କାର୍ତ୍ତିକଙ୍କର ମଧ୍ୟ ବାହାନ ହୋଇଥାଏ । ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ନିଜ ନିଜ ମଥାରେ ମୟୁର ପର ଲଗାଇ ଥାନ୍ତି । ଯଦି ମୟୁର କେଉଁଠୁ ଆସି ଆପଣଙ୍କ ଘରେ ବସିଯାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଘରକୁ ମୟୁର ଆସିଲେ ସେହି ଘରର ବିକାଶ ହୋଇଥାଏ । ସେହି ଘରର ଶତ୍ରୁଙ୍କ ନାଶ ହେବା ସହିତ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ବଢ଼ିଥାଏ । ଯଦି ଆପଣ କୌଣସି କାମ ପାଇଁ ବାହାରକୁ ଯିବା ସମୟରେ ମୟୁର ଦେଖୁଛନ୍ତି ତେବେ ସେହି କାର୍ଯ୍ୟରେ ନିହାତି ସଫଳ ହେବେ । ମାତ୍ର ମୟୁରକୁ ମାରିବା ପାପ ହୋଇଥାଏ ।

୩ . ବାଇ ଚଢ଼େଇ:-

ଯଦି ଆପଣଙ୍କ ଘରକୁ ବାଇ ଚଢ଼େଇ ଆସି ବସା ବନାଇ ଥାଏ ତେବେ ଘରକୁ ଧନର ଆଗମନ ହୋଇଥାଏ । ଯଦି ବାଇ ଚଢ଼େଇ ଆପଣଙ୍କ ମୁଣ୍ଡରେ ବିଟ କରିଦିଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ କିଛି ଶୁଭ ସମାଚାର ମିକିବାକୁ ଯାଉଛି । ଯଦି ବାଇ ଚଢ଼େଇ ଆପଣଙ୍କ ଘରକୁ ବିନା ଭୟରେ ଆସି ବସୁଛି ତେବେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ଉପସ୍ଥିତି ରହିଛି ।

୪ . ପେଚା:-

କିଛି ଲୋକ ପେଚାକୁ ଶୁଭ ମାନନ୍ତି । ଆଉ କିଛି ଲୋକ ଅଶୁଭ ମାନନ୍ତି । ପେଚା ଏକ ନିଶାଚର ପକ୍ଷୀ ଅଟେ ଯାହାକି ରାତିରେ ଜାଗ୍ରତ ରହିଥାଏ ଏବଂ ଦିନରେ ଶୋଇଥାଏ । ପେଚା ମୁହଁରୁ ବାହାରୁଥିବା ଶବ୍ଦ ରାତିର ଶାନ୍ତ ବାତାବରଣକୁ ଭୟଙ୍କର ବନାଇ ଥାଏ । କାରଣ ପେଚାର ଆଖି ଏବଂ ମୁହଁ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ପେଚା ନିଜ ବେକକୁ ଚାରି ଦିଗକୁ ବୁଲାଇ ପାରେ । ତେଣୁ ଏହାର ଭୟଙ୍କର ଶବ୍ଦ କାରଣରୁ ଲୋକେ ଏହାକୁ ଅଶୁଭ ମାନିଥାନ୍ତି । ପୁରାଣରେ ବର୍ଣ୍ଣିତ ଏକ କଥା ଅନୁଯାୟୀ ମାତା ଲକ୍ଷ୍ମୀ ଯେତେବେଳେ ପୃଥିବୀ ପୃଷ୍ଠକୁ ଆସିଥିଲେ ସେତେବେଳେ ସାରା ପୃଥିବୀରେ ସବୁ ଜୀବଜନ୍ତୁ ନିଦ୍ରାରେ ଥିଲେ କେବେକ ପେଚାକୁ ଛାଡ଼ି । ତେଣୁ ସେହି ଦିନଠାରୁ ପେଚା ମାତା ଲକ୍ଷ୍ମୀଙ୍କ ବାହାନ ଅଟେ ।

ପଶ୍ଚିମବଙ୍ଗ , ଓଡ଼ିଶା ଇତ୍ୟାଦି ରାଜ୍ୟରେ ମାତା ଲକ୍ଷ୍ମୀଙ୍କ ବାହାନା ଆକାରରେ ପେଚାକୁ ମଧ୍ୟ ପୂଜା କରାଯାଏ । ଏଭଳି ମାନା ଯାଏ ଯେ ଗର୍ଭବତୀ ମହିଳା ପେଚା ଦେଖିଲେ ତାହା ଶୁଭ ହୋଇଥାଏ । ଯଦି ମହିଳା ଜଣକ ତାକୁ ଛୁଇଁ ଦିଏ ତେବେ ହେବାକୁ ଥିବା ପେଚା ସୌଭାଗ୍ୟଶାଳୀ ହୋଇଥାଏ । ପେଚା ଯଦି କୌଣସି ଗମ୍ଭୀର ରୋଗୀକୁ ଛୁଇଁ ଚାଲିଯାଏ ତେବେ ତାର ରୋଗ ମଧ୍ୟ ଠିକ ହୋଇଯାଏ ।

Leave a Reply

Your email address will not be published. Required fields are marked *