ନବରାତ୍ରୀରେ ଘରକୁ ନେଇ ଆସନ୍ତୁ ଏହି ଚାରୋଟି ମଧ୍ୟରୁ କୌଣସି ଗୋଟିଏ ଜିନିଷ । ଘରକୁ ଆସିବ ଅପାର ଧନ ।

ନବରାତ୍ରୀର ନଅ ଦିନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର ମାନା ଯାଇଥାଏ । ଏଥର ନବରାତ୍ରୀରେ ମାତା ଦୁର୍ଗା ନୌକାରେ ପୃଥିବୀ ପୃଷ୍ଠକୁ ଆସିବେ । ଏହାବ୍ୟତୀତ ଭକ୍ତଙ୍କର ସବୁ ଦୁଃଖକୁ ହରଣ କରିବେ । ଭକ୍ତଙ୍କ ମନସ୍କାମନାକୁ ପୂରଣ କରିବେ । ଏଥର ନବରାତ୍ରୀ ପୁରା ନଅ ଦିନ ପାଳିତ ହେବ ।

ଚଳିତ ବର୍ଷ ନବରାତ୍ରୀ ମାର୍ଚ୍ଚ ୨୨ ବୁଧବାରରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ଗୁରୁବାରରେ ଶେଷ ହେବ । ତେଣୁ ଏହି ଚୈତ୍ର ନବରାତ୍ରୀରେ ମାତା ଦୁର୍ଗାଙ୍କ କୃପା ପାଇବା ପାଇଁ କଳସ ସ୍ଥାପନାର ଶୁଭ ମୁହୂର୍ତ୍ତ ହେଉଛି ମାର୍ଚ୍ଚ ୨୨ ସକାଳ ୬.୨୯ ରୁ ଆରମ୍ଭ କରି ସକାଳ ୭.୩୯ । ଶୁଭ ମୁହୂର୍ତ୍ତରେ କରାଯାଇଥିବା ପୂଜା ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଏହାଦ୍ବାରା ସମସ୍ତ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ତେଣୁ ଏହି ସମୟରେ ବ୍ୟକ୍ତି ନିଜ ଘରୁ କିଛି ଜିନିଷକୁ ହଟାଇ ଦେବା ଉଚିତ । ନଚେତ ମାତା କ୍ରୋଧିତ ହୁଅନ୍ତି । ନବରାତ୍ରୀ ପୂର୍ବରୁ ମନ୍ଦିରକୁ ଭାବ ଭାବରେ ସଫାସୁତୁରା କରି ଦିଅନ୍ତୁ । ମନ୍ଦିର ଭିତରେ ଭଙ୍ଗା ମୂର୍ତ୍ତି କିମ୍ବା କୌଣସି ପ୍ରକାରର ବ୍ୟବହାର ହେଉ ନଥିବା ଜିନିଷ ବାହାରକୁ ଫିଙ୍ଗି ଦିଅନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ପ୍ରତ୍ୟେକ ଜିନିଷ ରଖିବାର ଏକ ଉପଯୁକ୍ତ ସ୍ଥାନ ଏବଂ ଦିଗ ରହିଛି ।

ନଚେତ ଘରେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ମାତ୍ର ସେହିସବୁ ଜିନିଷକୁ ଠିକ ସ୍ଥାନରେ ରଖିଲେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଘରର ମୁଖ୍ୟଦ୍ୱାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯଦି ଏହା ଭୁଲ ଦିଗରେ କିମ୍ବା ଏହା ସାମ୍ନାରେ କିଛି ଏପରି ଜିନିଷ ରହେ ତେବେ ଘରକୁ ଦାରିଦ୍ର୍ୟତା ଏବଂ ଅଶାନ୍ତି ପ୍ରବେଶ କରିଥାଏ ।

ଘର ସାମ୍ନାରେ ଆପରିଷ୍କାର ପାଣି ଜମା ହୋଇ ରହିବା ଉଚିତ ନୁହେଁ । କାରଣ ଆପରିଷ୍କାର ପାଣିରେ ବିଭିନ୍ନ ପ୍ରକାରର ଜୀବାଣୁ ଜନ୍ମ ନେଇଥାଏ ଯାହା ଘରର ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ଯଥା ହଇଜା , ପିଲିଆ , ଅମାଶାୟ ଏବଂ କ୍ୟାନ୍ସର ଭଳି ରୋଗ ସୃଷ୍ଟି କରିଥାଏ । ଏହାଦ୍ବାରା ଘରର ବାସ୍ତୁ ନଷ୍ଟ ହୋଇଥାଏ

ଏହାଦ୍ବାରା ରାହୁ ଦୋଷ ପଡ଼ିବା ସହିତ ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି ଏବଂ ଶନିଦେବ ମଧ୍ୟ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଆର୍ଥିକ ସମସ୍ୟା ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଘରୁ ସବୁଦିନ ପାଇଁ ଚାଲି ଯାଆନ୍ତି । ତେଣୁ ଯଦି ଆପଣଙ୍କ ଘର ସାମ୍ନାରେ ଏପରି ଆପରିଷ୍କାର ପାଣି ଜମା ହେଉଛି ତେବେ ତୁରନ୍ତ ତାହାକୁ ନିଷ୍କାସନ କରି ଦିଅନ୍ତୁ ।

ପ୍ରାୟତଃ ଲୋକେ ଘରର ଶୋଭା ବଢ଼ାଇବା ପାଇଁ ଘରେ ଭିତରେ କିମ୍ବା ବାହାରେ କଣ୍ଟାଯୁକ୍ତ ଗଛ ଲଗାନ୍ତି ତେବେ ଏହାଦ୍ବାରା ଘର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଘର ସାମ୍ନାରେ ଏହି ଗଛ ରହିଲେ ମାତା ଲକ୍ଷ୍ମୀ କେବେବି ଘରକୁ ପ୍ରବେଶ କରନ୍ତି ନାହିଁ ବରଂ ରାହୁ ଏବଂ କେତୁ ପ୍ରବେଶ କରନ୍ତି ।

ଏହାଦ୍ବାରା ପରିବାରରେ କ୍ଳେଶ ଦେଖାଦିଏ । ତେଣୁ କଣ୍ଟାଯୁକ୍ତ ଗଛ ଘରୁ ତୁରନ୍ତ ହଟାଇ ଦିଅନ୍ତୁ । ଯେଉଁ କଣ୍ଟାଯୁକ୍ତ ଗଛରେ ଫୁଲ କିମ୍ବା ପତ୍ର ହୁଏନାହିଁ ସେହି ଗଛକୁ ଘରର ଆଖପାଖରେ ରହିବା ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହାଦ୍ବାରା ଶତ୍ରୁ ବଢ଼ି ଯାଆନ୍ତି । ତେଣୁ ଆପଣ ଏପରି ଗଛକୁ ତୁରନ୍ତ ହଟାଇ ଦିଅନ୍ତୁ ଏବଂ କୌଣସି ସୁଗନ୍ଧିତ ଫୁଲ ଗଛ ଲଗାଇ ଦିଅନ୍ତୁ ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ପ୍ରବେଶ କରିବେ ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଯେଉଁ ଗଛରୁ ଖୀର ବାହାରି ଥାଏ ସେଭଳି ଗଛ ରଖିବା ଉଚିତ ନୁହେଁ । ଘର ସାମ୍ନାରେ ସର୍ବଦା ତୁଳସୀ ଗଛ , ମନୀ ପ୍ଲାଣ୍ଟ କିମ୍ବା ଶମୀ ଗଛ ରଖିବା ଅତ୍ୟନ୍ତ ଶୁଭ ଏବଂ ପ୍ରଭାବୀ ହୋଇଥାଏ । ଏହାବ୍ୟତୀତ ଆପଣ ସୁଗନ୍ଧିତ ଫୁଲଗଛ ମଧ୍ୟ ଲଗାଇ ପାରିବେ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଡସ୍ଟବିନ ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ । ଯାହାଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଘର ସାମନାରେ ଝାଡ଼ୁ ପକାଇବା ମଧ୍ୟ ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାର ସାମ୍ନାରେ ବିଦ୍ୟୁତ ଖୁଣ୍ଟ ରଖିବା ଉଚିତ ନୁହେଁ । ଏହାଦ୍ବାରା ପରିବାରର ସଦସ୍ୟଙ୍କ ଉନ୍ନତିରେ ବାଧା ଆସିଥାଏ ଏବଂ ଜୀବନ ପ୍ରତି ମଧ୍ୟ ବିପଦ ଆସିପାରେ ।

ଘରର ମୁଖ୍ୟଦ୍ୱାର ସାମ୍ନାରେ ଅଧିକ ଘନ ଗଛ ରହିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ପଡ଼ିଥାଏ ଏବଂ ଘର ଭିତରକୁ ସୂର୍ଯ୍ୟ ରଶ୍ମି ପ୍ରବେଶ କରିପାରେ ନାହିଁ । ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର କିମ୍ବା ସିଡ଼ି ରଖିବା ଉଚିତ ନୁହେଁ । ଏହାଦ୍ବାରା ଉନ୍ନତିରେ ବାଧା ପ୍ରାପ୍ତ ହୋଇଥାଏ । ପିଲାଙ୍କୁ ପାଠପଢ଼ାରେ ମଧ୍ୟ ସଫଳତା ମିଳେନାହିଁ

ମାତା ଲକ୍ଷ୍ମୀଙ୍କ ଫୋଟ କିମ୍ବା ପ୍ରତିମୂର୍ତ୍ତିକୁ ସର୍ବଦା ପୂଜାଘରେ ରଖିବା ଉଚିତ । ପ୍ରବେଶ ଦ୍ୱାରରେ ଜୋତା ଚପଲ ରଖିବା ଉଚିତ ନୁହେଁ । ଏହାଦ୍ବାରା ପୁରା ପବିତ୍ର ହୋଇଯାଏ । ଘର ଦ୍ୱାରରେ କଦଳୀ ପତ୍ର ବନ୍ଦନ ବାର ଲଗାଇବା ଉଚିତ । ଏହାଦ୍ବାରା ମାତା ଆକର୍ଷିତ ହୋଇ ଘରକୁ ପ୍ରବେଶ କରିଥାନ୍ତି ।

Leave a Reply

Your email address will not be published. Required fields are marked *