ସକାଳୁ ଉଠି ଏହି ୩ କାର୍ଯ୍ୟ କରିବା ଦ୍ୱାରା ଘରକୁ ଆସି ନଥାଏ ଦାରି-ଦ୍ର୍ୟତା,ନିଶ୍ଚୟ ଜାଣି ରଖନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ମନୁଷ୍ୟକୁ ସକାଳୁ ଉଠିବା ମାତ୍ରେ କେଉଁ ମନ୍ତ୍ର ଜପ କରିବା ଉଚିତ ଯାହାଦ୍ୱାରା ମନୁଷ୍ୟର ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଦିନର ପ୍ରାରମ୍ଭ ମଧ୍ୟ ଭଲ ହେବ । ଶାସ୍ତ୍ରରେ ମନୁଷ୍ୟର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସକାଳୁ ଶୀଘ୍ର ଉଠିବାର ନିୟମ ବିଷୟରେ କୁହାଯାଇଛି । କିନ୍ତୁ ମନୁଷ୍ୟର ଆଜିକାର ଦିନଚର୍ଯା ଏଭଳି ଅଦ୍ଭୁତ ହୋଇ ଯାଇଛି ଯେ ଉଠିବାତ ଦୂରର କଥା ଶୋଇବା ଏବଂ କାମ କରିବାର ସମୟ ମଧ୍ୟ ବଦଳି ଯାଇଛି ।

ଯେଉଁ କାରଣରୁ ଜୀବନ ଉପରେ ଅନେକ ନକରାତ୍ମକ ପ୍ରଭାବ ପଡୁଛି । ସାଧରଣତଃ ମନୁଷ୍ୟର ସମ୍ପୂର୍ଣ୍ଣ ଦିନ କିପରି ବିତିବ ତାହା ଉଠିବାର ସମୟ ଉପରେ ନିର୍ଭର କରେ । ତେଣୁ କିଛି ବିଶେଷ କଥା ପ୍ରତି ସମସ୍ତଙ୍କୁ ଧ୍ୟାନ ଦେବା ଉଚିତ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସକାଳୁ ଉଠିବା ମାତ୍ରେ କଣ କରିବା ଉଚିତ ଏବଂ କେଉଁ ବିଶେଷ ମନ୍ତ୍ର ଜପ କରିବା ଉଚିତ ।

ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ ଉପଯୁକ୍ତ ବୋଲି କୁହାଯାଇଛି । ଏହାର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦୁଇ ପ୍ରକାରର କାରଣ ରହିଛି । କାରଣ ଏହି ସମୟରେ ଦୈବୀ ଶକ୍ତିର ପ୍ରଭାବ ପ୍ରବଳ ଥାଏ ଏବଂ ଏହାଦ୍ବାରା ମନୁଷ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । କିନ୍ତୁ ଯଦି ଏହି ସମୟରେ ଉଠିବା ସମ୍ଭବ ନହୁଏ ତେବେ ସକାଳୁ ଯେତେ ଜଲଦି ସମ୍ଭବ ଉଠିବାକୁ ଚେଷ୍ଟା କରିବା ଉଚିତ । ଏହାବ୍ୟତୀତ ସକାଳୁ ଉଠି ହାତର ଦୁଇ ପାପୁଲିକୁ ଦେଖି ଏକ ମନ୍ତ୍ର ଜପ କରିବା ଉଚିତ । ଯାହା ଏହିପରି :-

କରାଗ୍ରେ ବସତେ ଲକ୍ଷ୍ମୀ ।କର ମଧ୍ୟେ ସରସ୍ୱତୀ । କରମୂଳେତୁ ଗୋବିନ୍ଦ । ପ୍ରଭାତେ କର ଦର୍ଶନ ।।

ପ୍ରତ୍ୟେକ ଦିନ ଏହି ତିନି ଦେବଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ମାତା ଲକ୍ଷ୍ମୀ , ସରସ୍ୱତୀ ଏବଂ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା କାରଣରୁ ଜୀବନରେ ଧନ ଐଶ୍ୱର୍ଯ୍ୟର ଅଭାବ ହୁଏନାହିଁ ।

ମାତା ସରସ୍ୱତୀ ବୁଦ୍ଧି ପ୍ରଦାନ କରିଥାନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ କାରଣରୁ ଜୀବନରେ କେବେ ଦୁଃଖ କଷ୍ଟ ସମସ୍ୟା ଆସି ନଥାଏ । ସକାଳୁ ଉଠି ଭୂଇଁରେ ପାଦ ରଖିବା ପୂର୍ବରୁ ଭୂମି ମାତାଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିବା ଉଚିତ ଏବଂ ଏହି ମନ୍ତ୍ର ଜପ କରିବା ଉଚିତ ।

ସ୍ନାନ କରିବା ସମୟରେ ଗଙ୍ଗା , ଯମୁନା , ଗୋଦାବରୀ , ସରସ୍ୱତୀ ଏବଂ କାବେରୀ ନଦୀର ନାମ ଜପ କରିବା ଉଚିତ । ଏହାଦ୍ବାରା ଶରୀର ସହିତ ମନ ମଧ୍ୟ ପବିତ୍ର ହୋଇଥାଏ । ଯାହାଦ୍ୱାରା ପୁରା ଦିନ ଭଲରେ ବିତିଥାଏ । ସ୍ନାନ ସମୟରେ ସୂର୍ଯ୍ୟ ଦେବଙ୍କୁ ଏକ ଲୋଟା ଜଳ ଅର୍ପିତ କରିବା ଉଚିତ । ଏହି ସମୟରେ ” ଓଁ ସୂର୍ଯ୍ୟାୟ ନମଃ ” । ଏହି ମନ୍ତ୍ରର ଜପ କରନ୍ତୁ ।

ସକାଳୁ ଉଠି ନିତ୍ୟକର୍ମ ସାରି ପୂଜା କରିବା ପରେ ଘରର ସବୁ ବଡ଼ ଲୋକଙ୍କୁ ପ୍ରଣାମ କରିବା ଉଚିତ । ଯଦି ସମ୍ଭବତଃ ସକାଳୁ ଦ୍ୱାରକୁ ସାହାଯ୍ୟ ନିମନ୍ତେ ଆସୁଥିବା ବ୍ୟକ୍ତିକୁ ନିଶ୍ଚୟ ସାହାଯ୍ୟ କରନ୍ତୁ । ମାତ୍ର କିଛି କାମ ଏପରି ଅଛି ଯାହାକୁ ସକାଳୁ ଉଠି କରିବା ଉଚିତ ନୁହେଁ । ନଚେତ ଦାରିଦ୍ର୍ୟତା ଆସିଥାଏ ।

ସକାଳୁ କୌଣସି ସ୍ତ୍ରୀର ଅପମାନ କରିବା ଉଚିତ ନୁହେଁ । ଏହାଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ଏବଂ ଦାରିଦ୍ର୍ୟତା ଆସିଥାଏ । ସକାଳୁ ପୂଜା କରିବା ପୂର୍ବରୁ କାହାକୁ ଧାର ଦିଅନ୍ତୁ ନାହିଁ । ସକାଳୁ ଉଠି କାହା ସହିତ ଲଢ଼େଇ ଝଗଡ଼ା ମଧ୍ୟ ନକରାତ୍ମକତାର ପ୍ରତୀକ ହୋଇଥାଏ । ତେଣୁ ଏଭଳି କାମ ଆଦୋୖ କରନ୍ତୁ ନାହିଁ ।

ସକାଳ ସମୟରେ କୁହାଯାଇଥିବା ମିଛ ଆପଣଙ୍କୁ ଯମଲୋକକୁ ନେଇ ଯାଇଥାଏ । ତେଣୁ ସକାଳୁ ଉଠି କୌଣସି ପ୍ରକାରର ମିଛ କହିବା ଉଚିତ ନୁହେଁ । ଲଗାତାର ସକାଳ ସମୟରେ କ୍ଷୀର ଫାଟିବା ଦାରିଦ୍ର୍ୟତା ଦିଗରେ ସୂଚାଇ ଥାଏ । ସୂର୍ଯ୍ୟ ଉଦୟ ହେବାର ଅନେକ ସମୟ ପରେବି ଯଦି ଆପଣ ଶୋଇ ରହିଛନ୍ତି ତେବେ ଏହା ଦାରିଦ୍ର୍ୟତାର କାରଣ ସାଜିଥାଏ ।

Leave a Reply

Your email address will not be published. Required fields are marked *