ପ୍ରତ୍ୟେକ ଘରର ରୋଷେଇ ଘର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯାହାକି ମନୁଷ୍ୟର ଭାଗ୍ୟକୁ ବଦଳାଇ ପାରେ । ତେଣୁ ଆଜି ଆମେ ରୋଷେଇ ଘରର ତାୱା ଏବଂ ରୋଟି ବିଷୟରେ କହିବୁ । ଘରେ ରୋଟି ସର୍ବଦା ଅଧିକ କରିବା ଉଚିତ ଅର୍ଥାତ ରୋଟି ଗଣି କରିବା ଉଚିତ ନୁହେଁ । ରୋଟିର ଗ୍ରହ ସହିତ ସମ୍ବନ୍ଧ ରହିଛି । ତେଣୁ ଘରେ ରୋଟି ଗଣିବା ପରେ କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ ।
ତେଣୁ ଘରେ ରୋଟି କରିବା ସମୟରେ ସର୍ବଦା ଗୋଟିଏ କିମ୍ବା ଦୁଇଟି ଅଧିକ କରନ୍ତୁ । ଏମିତିରେ ଘରର ପ୍ରଥମ ରୋଟି ଗାଈ ଏବଂ ଶେଷ ରୋଟି କୁକୁରକୁ ଦେବା ଉଚିତ । ଘରକୁ ଆସୁଥିବା ଅତିଥିଙ୍କୁ ଭଗବାନ ମାନା ଯାଇଛି । ତେଣୁ ଘରେ ରୋଟି ସର୍ବଦା ଅନୁମାନ କରି ବନାଇବା ଉଚିତ । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିଥାଏ ।
ସର୍ବଦା ଦୁଇ ତିନୋଟି ରୋଟି ଅଧିକ ତିଆରି କରନ୍ତୁ । ଚକଟା ଯାଇଥିବା ଅଟାକୁ କେବେ ଫ୍ରିଜରେ ରଖନ୍ତୁ ନାହିଁ । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ ଏବଂ ଗମ୍ଭୀର ରୋଗ ହୋଇଥାଏ । ଅଟା ଚକଟିବା ସମୟରେ ତାହାକୁ ସମ୍ପୂର୍ଣ୍ଣ ଗୋଲ କରନ୍ତୁ ନାହିଁ ବରଂ ହାତ ମୁଠା କରି ଚକଟାନ୍ତୁ । ନଚେତ ତାହା ମୃତ୍ୟୁ ବ୍ୟକ୍ତିଙ୍କ ନିମନ୍ତେ ହୋଇଯିବ ।
ଅଟାକୁ ଅଧିକ ସମୟ ରଖିଲେ ସେଥିରେ ଫିମ୍ପି ହୋଇଯାଏ ଏବଂ ତାହା ଅଧିକ ଫୁଲିଥାଏ । ଯାହାର ସମ୍ବନ୍ଧ ରାହୁ ସହିତ ହୋଇଯାଏ । ତେଣୁ ଏଭଳି ରୋଟିକୁ କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ । ମାତ୍ର ଯଦି ଆପଣ ସେହି ରୋଟି ସେବନ କରନ୍ତି ତେବେ ଜୀବନରେ ସମସ୍ୟା ଆସିଥାଏ । ବାସୀ ଅଟାରେ ରୋଟି ତିଆରି କରି ଘରର ସଦସ୍ୟଙ୍କ ଆଦୋୖ ଖୁଆନ୍ତୁ ନାହିଁ ।
କାରଣ ଏହାଦ୍ବାରା ରାହୁ ଆକ୍ଟିଭ ହୋଇଯାଏ । ଯେଉଁ କାରଣରୁ ଘରେ ବିବାଦ କଳହ ଝଗଡ଼ା ସୃଷ୍ଟି ହୋଇଥାଏ । ହିନ୍ଦୁ ଧର୍ମରେ ଅନେକ ନିୟମର କୌଣସି ଯଥାର୍ଥତା ନାହିଁ ମାତ୍ର ତାହାକୁ ଶାସ୍ତ୍ର ପରମ୍ପରା ଅନୁଯାୟୀ ସମସ୍ତେ ମାନି ଆସୁଛନ୍ତି । ରୋଟି ସମ୍ବନ୍ଧୀୟ ନିୟମ ଭଳି ଗରମ ତାୱା ସହିତ ଜଡ଼ିତ କିଛି ନିୟମ ମଧ୍ୟ ରହିଛି ।
ଯେମିତିକି ଗରମ ତାୱାରେ ପାଣି ଢ଼ାଳିବା ଉଚିତ ନୁହେଁ । ଗରମ ତାୱାରେ ପାଣି ଢ଼ାଳିବା ଦ୍ୱାରା ବିନା କାରଣରେ ଜୀବନରେ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ଘରର ଶାନ୍ତି ଭଙ୍ଗ ହୋଇଥାଏ । ପାଣି ଢ଼ାଳିବା ଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ ନକରାତ୍ମକତାକୁ ଆକର୍ଷିତ କରିଥାଏ ।
ଏପରି ଆପଣ ଲଗାତାର କଲେ ଦେଖି ପାରିବେ ଯେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯିବ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାରରେ ସୁଖ ଶାନ୍ତି ରହୁ , ତେବେ ତାୱା ବ୍ୟବହାର କରିବା ପୂର୍ବରୁ ସେଥିରେ ପାଣି ସିଞ୍ଚି ଦିଅନ୍ତୁ ।ତାପରେ ଗ୍ୟାସରେ ବସାଇବା ପରେ ସେଥିରେ ଏକ ଚିମୁଟା ଲୁଣ ପକାଇ ପୋଛି ଦିଅନ୍ତୁ ।
ଏକ ଚିମୁଟା ହଳଦୀ ପକାଇ ପୋଛି ଦିଅନ୍ତୁ । ତାପରେ ରୋଟି ବନାଇବା ଆରମ୍ଭ କରନ୍ତୁ । ଲୁଣ ଏଭଳି ପକାଇବା ଦ୍ୱାରା ଅନ୍ନ ଏବଂ ଧନର ଅଭାବ ହୁଏନାହିଁ । ତାୱାକୁ ସର୍ବଦା ପରିଷ୍କାର ରଖନ୍ତୁ । ତାୱାକୁ କେବେବି ଓଲଟା ରଖନ୍ତୁ ନାହିଁ ।