ଝିଟିପିଟି ଭୂମି ଉପରେ ପଡିବା ଏବଂ ଶରୀରର କେଉଁ ଅଙ୍ଗରେ ପଡ଼ିବା ଦ୍ଵାରା କଣ ସଂକେତ ମିଳିଥାଏ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନ କିପରି ଆସିଥାଏ ଏବଂ ଧନ ବ୍ୟୟ କିପରି ହୋଇଥାଏ। ଏହିସବୁ ବିଷୟରେ ଝିଟିପିଟି ସଂକେତ ଦେଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟିକୁ ଅତ୍ୟନ୍ତ ଖାସ ଜୀବ ମାନା ଯାଇଛି। ଏହାସହିତ ଶାସ୍ତ୍ରରେ ଝିଟିପିଟି ଓ ଅନ୍ୟ ସମସ୍ତ ଜୀବ ବିଷୟରେ ଅନେକ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶକୁନ ଶାସ୍ତ୍ର ଅନୁସାରେ ଝିଟିପିଟି କୌଣସି ସ୍ଥାନରେ ଦେଖା ଯିବା, ଭୂମି ଉପରେ ପଡ଼ି ରହିଥିବାର ଦେଖିବା, ଶରୀରର କୌଣସି ଅଙ୍ଗରେ ପଡ଼ିବା ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ଗୁଡ଼ିକର ସଂକେତ ଦେଇଥାଏ। ମାନ୍ୟତା ରହିଛି କି ଦୀପାବଳୀ ଦିନ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଝିଟିପିଟିକୁ ନେଇ ଅନେକ ଖାସ ଉପାୟ ରହିଛି, ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହୋଇ ପାରିବେ।

ଯଦି ଆପଣ ଭୂମି ଉପରେ ଝିଟିପିଟିକୁ ଦେଖୁଛନ୍ତି, ସେତେବେଳେ ଠାକୁର ଘରେ ଥିବା ସିନ୍ଦୂରକୁ ଆଣି ଝିଟିପିଟି ଉପରେ ସିଞ୍ଚନ କରି ନିଜ ମନର ଅଭିଳାଷା ବ୍ୟକ୍ତ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଅଧିକାଂଶ ଲୋକେ ଝିଟିପିଟି ଦେଖି ଭୟଭୀତ ହୋଇ ଯାଇଥାନ୍ତି। ଝିଟିପିଟିକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନା ଯାଇଥାଏ। ଯଦି ଆପଣ ଘର ସଫେଇ କରୁଥିବା ସମୟରେ ଝିଟିପିଟି ମରି ପଡିଥିବାର ଦେଖୁଛନ୍ତି, ତାହେଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ତେଣୁ ତୁରନ୍ତ ସେହି ଝିଟିପିଟିକୁ ମାଟି ଖୋଳି ପୋତି ଦିଅନ୍ତୁ।

ଆପଣ ଭୋଜନ କରୁଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣିବେ, ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏହି ସଂକେତର ଅର୍ଥ ହେଉଛି ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଯଦି ଆପଣ ନିଜ ସ୍ୱପ୍ନରେ ମରିଯାଇଥିବା ଝିଟିପିଟି ଦେଖୁଛନ୍ତି, ତାହେଲେ ଏହା ଅତ୍ୟନ୍ତ ଅଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ଉପରେ ଘୋର ବିପଦ ମାଡି ଆସିବାର ସଂକେତ ମିଳିଥାଏ। ଯଦି ଆପଣ ବାହାରକୁ ପ୍ରସ୍ଥାନ କରୁଥିବା ସମୟରେ ଦୁଇଟି ଝିଟିପିଟି ପରସ୍ପର ଲଢେଇ କରୁଥାନ୍ତି, ତାହେଲେ ଆପଣଙ୍କର କାର୍ଯ୍ୟ ଅସଫଳ ହେବାର ଅଧିକ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *