ରାତିରେ ଶୋଇବା ପୂର୍ବରୁ ଏକ ଲୋଟା ଜଳ ରଖି ଦିଅନ୍ତୁ ଏହି ସ୍ଥାନରେ,ତା ପରେ ଦେଖନ୍ତୁ ଚମତ୍କାର !

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଲୋଟା ଜଳର ପ୍ରୟୋଗ କରି କିଭଳି ନିଜ ଜୀବନକୁ ବଦଳାଇ ପାରିବେ ସେହି ବିଷୟରେ କହିବୁ । ଘରର ବାସ୍ତୁ ଦୋଷ ଉପରେ ସୁଖ ଶାନ୍ତି ସମୃଦ୍ଧି ନିର୍ଭର କରିଥାଏ । ଘରର ମୁଖ୍ୟଦ୍ୱାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହା ବାସ୍ତୁ ନିୟମ ଅନୁଯାୟୀ ନିର୍ମାଣ କରିବା ଉଚିତ ଏବଂ ଘରର ମୁଖ୍ୟଦ୍ୱାର ଅନ୍ୟାନ୍ୟ କବାଟ ଠାରୁ ବଡ଼ ରହିବା ଆବଶ୍ୟକ ।

ଲୋକେ ସାଧରଣତଃ ଘରର ମୁଖ୍ୟଦ୍ୱାରକୁ ସୁସଜ୍ଜିତ ରଖିଥାନ୍ତି ଏବଂ ସ୍ୱସ୍ତିକ ଚିହ୍ନ ଆଙ୍କିଥାନ୍ତି । ତେବେ ଏପରି ଘରେ ମାତା ଲଷ୍ମୀଙ୍କର ମଧ୍ୟ ସଦୈବ ବାସ ହୋଇଥାଏ । ତେଣୁ ଏହି କିଛି ଉପାୟ ପୁରୁଷ କିମ୍ବା ସ୍ତ୍ରୀ କେହିବି କରି ପାରିବେ ।

ସକାଳୁ ଉଠି ସର୍ବପ୍ରଥମେ ଏହା ଦେଖନ୍ତୁ ଯେ ଆପଣଙ୍କର କେଉଁ ପାର୍ଶ୍ଵରେ ନିଃଶ୍ୱାସ ଚାଲିଛି । ସେହି ପାଦ ପ୍ରଥମେ ପକାଇ ଚାଲନ୍ତୁ । ପୂର୍ବ ଦିନ ଶୋଇବା ସମୟରେ ଘରର ଦ୍ୱାରରେ ଏକ ଲୋଟାରେ ପାଣି ଭରି ରଖି ଦିଅନ୍ତୁ । ଆଗାମୀ ଦିନ ଉଠିବା ପରେ ସେହି ପାଣି ମୁଖ୍ୟଦ୍ୱାରରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ଯଦି ଘରର ମୁଖ୍ୟଦ୍ୱାରରେ କୌଣସି ଅତୃପ୍ତ ଆତ୍ମା ଥିବ ତେବେ ସେ ଅତୃପ ହୋଇ ଚାଲିଯିବ ।

ଏହାପରେ ଘରେ ପୋଛା ଲଗାନ୍ତୁ । ପୋଛା ଲଗାଉଥିବା ପାଣିରେ ଅଳ୍ପ ଲୁଣ କିମ୍ବା ଫିଟିକିରି ପକାଇ ପୋଛା ଲଗାନ୍ତୁ । ଏହାଦ୍ବାରା ଘରେ ଥିବା ନକରାତ୍ମକତା ଦୂରେଇ ଯିବ । କିନ୍ତୁ ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ । କିନ୍ତୁ ଯଦି ଅତି ଜରୁରୀ ହୁଏ ତେବେ ପୋଛା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ପୋଛା ଲଗାନ୍ତୁ ।

ନଚେତ ଆପଣ ଏକ ଲୋଟା ପାଣିରେ ହଳଦୀ ମିଶାଇ ସାରା ଘରେ ସିଞ୍ଚି ଦିଅନ୍ତୁ ଏବଂ ବଳକା ଜଳକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ସବୁବେଳେ କାହାକୁ କରଜ ଦେବା କିମ୍ବା କରଜ ନେବା ମଧ୍ୟ ଭଲ ନୁହେଁ । ଧନର ଆଗମନ ପାଇଁ ପ୍ରଥମତଃ ଘରର ମୁଖ୍ୟଦ୍ୱାରକୁ ସୁସଜ୍ଜିତ କରି ରଖନ୍ତୁ ।

ଘରର ସାନ ହୋଇଥିଲେ ସ୍ନାନ ପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରନ୍ତୁ ଏବଂ ବଡ଼ ହୋଇଥିଲେ ସୂର୍ଯ୍ୟ ଦେବତାଙ୍କୁ ଏକ ଲୋଟା ଜଳ ନିଶ୍ଚୟ ଅର୍ଘ୍ୟ ଦିଅନ୍ତୁ । ଏପରି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଏହାବ୍ୟତୀତ ଘରେ ତିନି ତିନି ଥର ଶଙ୍ଖ ବଜାଇବା ଉଚିତ । ଯାହାଦ୍ୱାରା ନକରାତ୍ମକତା ଦୂର ହୋଇଯିବ । ଏହାଦ୍ବାରା ଗ୍ରହ ଦୋଷ ଦୂର ହୋଇଥାଏ ।

ପ୍ରତ୍ୟେକ ଦିନ ତୁଳସୀରେ ଜଳ ଅର୍ପିତ କରିବା ଦ୍ୱାରା ଜୀବନର ତମାମ ସମସ୍ୟା ଦୂର ହୋଇଥାଏ । ଯଦି ଘରେ ଅଶାନ୍ତି କଳହ କ୍ଳେଶ ଦେଖା ଦେଉଛି ତେବେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଏକ କାଚ ଗ୍ଲାସରେ ଲୁଣ ମିଶା ପାଣି ନେଇ ରଖି ଦିଅନ୍ତୁ । ସେଥିରେ କୌଣସି କୁମକୁମ କିମ୍ବା ନେଲ ପୋଲିସରେ ଚିହ୍ନ ଦେଇ ଦିଅନ୍ତୁ ।

ପ୍ରତି ମାସ ସେହି ପାଣିକୁ ବଦଳାଇ ଦିଅନ୍ତୁ ଏବଂ ଫ୍ରେସ ଲୁଣ ରଖନ୍ତୁ । ଏହାଦ୍ବାରା ଜୀବନରେ ଖୁସିର ଆଗମନ ହୋଇଥାଏ । ଘରର ମୁଖ୍ୟଦ୍ୱାରରେ ହଳଦୀ ଚାଉଳ ନେଇ ସ୍ୱସ୍ତିକ ଚିହ୍ନ କରନ୍ତୁ । ତାହାକୁ ଘରର ବାହାର ପଟୁ କରିବା ଉଚିତ ହୋଇଥାଏ । ଆପଣ ଚାହିଁଲେ ଓଁ ମଧ୍ୟ ଲେଖି ପାରିବେ । ପୂଜା କରିବା ସମୟରେ ମଥାରେ ତିଳକ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *