ଆଜି କାଚ ବୋତଲରେ ରଖି ଦିଅନ୍ତୁ ” ହୋଲିକା ଦହନ ପାଉଁଶ “,ଆଉ କରନ୍ତୁ ଏହି ଖାସ ଉପାୟ । ମିଳିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ।

ହୋଲିକା ଦହନ ଅଗ୍ନିକୁ ସବୁଠାରୁ ଅଧିକ ପବିତ୍ର ମାନା ଯାଏ । ହୋଲିକା ଦହନ ପାଉଁଶ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯାହାକୁ ଉପଯୋଗ କରି ଜୀବନର ଅନେକ ସମସ୍ୟା ଦୂର କରିହୁଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ହୋଲି ଦହନର ପାଉଁଶକୁ ଉପଯୋଗ କରି କିପରି ସୁଖଶାନ୍ତି ବଜାୟ ରଖାଯାଇ ପାରିବ , ସେହି ବିଷୟରେ କହିବୁ ।

ହୋଲିକା ଦହନ ପାଉଁଶ ଆଣି ସେଥିରେ ଅଳ୍ପ ରାଇ ଏବଂ ଲୁଣ ମିଶାଇ ଘରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ଲାଭ ହେବା ସହିତ ଘରେ ନଜର ଦୋଷରୁ ମୁକ୍ତି ମିଳିବ ଏବଂ ଭଲ ସମୟ ଆସିବ । ହୋଲି ଦିନ ରାତିରେ ହନୁମାନ ଚାଳିଶାର ପାଠ ନିଶ୍ଚୟ କରନ୍ତୁ ।

ଏହାର ଆଗାମୀ ଚାଳିଶ ଦିନ ପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କଲେ ସବୁ ଗ୍ରହ ଜନିତ ସମସ୍ୟା ଦୂରେଇ ଯିବ । ଯଦି ନବ ଗ୍ରହ ଜନିତ ସମସ୍ୟା ରହିଛି ତେବେ ଶିବଲିଙ୍ଗ ଉପରେ ଅଳ୍ପ ହୋଲିକା ଦହନ ପାଉଁଶ ଅର୍ପିତ କରନ୍ତୁ ।

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଉପରେ କୌଣସି ଗ୍ରହ ଦୋଷ ରହିଛି ତେବେ ହୋଲିକା ଦହନ ପାଉଁଶକୁ ଥଣ୍ଡା ହେବାପରେ ଘରକୁ ନେଇ ଆସନ୍ତୁ ଏବଂ ପାଣିରେ ମିଶାଇ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଅଭିଷେକ କରନ୍ତୁ । ଏହାଦ୍ବାରା ଆପଣଙ୍କର କୌଣସିବି ଗ୍ରହ ଦୋଷ ଦୂର ହୋଇଯିବ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

ହୋଲି ଦିନ ଗରିବ ଲୋକଙ୍କୁ ଭୋଜନ ଦାନ କରନ୍ତୁ ଏବଂ ନିଜ କ୍ଷମତା ଅନୁଯାୟୀ ଗରିବଙ୍କୁ ଦାନ କରନ୍ତୁ । ଏହିଦିନ ଯଦି ଯାହାକୁ ନାଲି ରଙ୍ଗର ଅବିର ଲଗାଯାଏ ତେବେ ସ୍ନେହ ପ୍ରେମ ମନୋଭାବ ଆସିଥାଏ ।

ଯଦି ଆପଣ ଚାହୁଁଛନ୍ତି ଯେ କୌଣସି ପ୍ରକାରର ବାଧା ଜୀବନରେ ନଆସୁ ତେବେ ହୋଲିକା ଦହନ ପରଦିନ ହନୁମାନଙ୍କୁ ଲଗାତାର ଚାଳିଶ ଦିନ ପର୍ଯ୍ୟନ୍ତ ନାଲି ଫୁଲ ଅର୍ପିତ କରନ୍ତୁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଜୀବନରେ ସମସ୍ୟା ଦୂର ହୋଇଯାଏ । ହୋଲିକା ଦହନ ଦିନ ଖରାପ ଶକ୍ତି ଉପରେ ଭଲ ଶକ୍ତିର ବିଜୟ ବୋଲି ମାନା ଯାଏ । ଏହି ରାତିକୁ ସିଦ୍ଧିର ରାତି ମଧ୍ୟ କୁହାଯାଏ ।

ହୋଲିକା ଦହନ ପାଉଁଶ ଆଣି ସେଥିରେ ଲୁଣ ଏବଂ ରାଇ ମିଶାଇ ଘରେ କୌଣସି କାଚ ପାତ୍ରରେ କୌଣସି ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା କୌଣସି ତନ୍ତ୍ର ମନ୍ତ୍ର କ୍ରିୟାର ପ୍ରଭାବ କାମ କରିବ ନାହିଁ ।

ଯଦି ଆପଣଙ୍କ ଉପରେ କୌଣସି ତନ୍ତ୍ର କ୍ରିୟା ହୋଇଛି କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଉପରେ ଏଭଳି ଯାଦୁ ଟୋନା ହୋଇଛି ବୋଲି ଭାବୁଛନ୍ତି ତେବେ ହୋଲିକା ଦହନ ସମୟରେ ଏକ ପାନ ପତ୍ର ଉପରେ ଘିଅରେ ଦୁଇଟି ଲବଙ୍ଗ ପକାଇ ତାସହିତ ଏକ ଛୋଟ ମିଶ୍ରୀ ଖଣ୍ଡ ରଖି ଦିଅନ୍ତୁ ଏବଂ ତାହାକୁ ହୋଲିକା ଦହନ ନିଆଁ ଉପରକୁ ଫିଙ୍ଗି ଦିଅନ୍ତୁ । ଆଗାମୀ ଦିନ ସେହି ପାଉଁଶକୁ ଆଣି ଜଳରେ ପ୍ରବାହିତ କରି ଦିଅନ୍ତୁ ।

ହୋଲିକା ଦହନ ପାଉଁଶକୁ ଆଣି ସେଥିରେ ଅଳ୍ପ ଜଳ ମିଶାଇ ସାରା ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯିବ । ହୋଲିକା ଦହନ ଦିନ ଉବଟାନ ଆଣି ସାରା ଶରୀରରେ ଲଗାନ୍ତୁ ଏବଂ ଶରୀରରୁ ବାହାରୁଥିବା ମଇଳାକୁ ନେଇ ହୋଲିକା ଦହନ ଅଗ୍ନିରେ ପକାଇ ଦିଅନ୍ତୁ । ଏହାଦ୍ବାରା ଶରୀର ନିରୋଗ ରହିବ ।

Leave a Reply

Your email address will not be published. Required fields are marked *