ହୋଲି ଦିନ ଘରକୁ ଆଣିବାକୁ ଆଦୋୖ ଭୁଲନ୍ତୁ ନାହିଁ । ଦୂର ହୋଇଯିବ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ।

ହିନ୍ଦୁ ପାଞ୍ଜି ଅନୁଯାୟୀ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ମାର୍ଚ୍ଚ ୬ , ୨୦୨୩ ଦିନ ଦ୍ୱିପ୍ରହର ୨.୪୭ ରୁ ଆରମ୍ଭ ହେବ ଏବଂ ଏହାର ସମାପନ ମାର୍ଚ୍ଚ ୭ , ୨୦୨୩ ସନ୍ଧ୍ୟା ୪.୩୯ ରେ ହେବ । ତେଣୁ ଏହିଦିନ ଭଦ୍ରା ପ୍ରଭାବ ରହିଥିବାରୁ ହୋଲିକା ଦହନ ହେବ ଏବଂ ଆଗାମୀ ଦିନ ରଙ୍ଗ ହୋଲି ପାଳିତ ହେବ ।

ଏହିଦିନ ଦୈବୀ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ଯେଉଁ କାରଣରୁ ଏହିଦିନ କିଛି ଉପାୟ କରି ଜୀବନର ସବୁ ସମସ୍ୟା ଗ୍ରହ ଦୋଷକୁ ଦୂର କରିହେବ । ହୋଲି ଦିନ ରାତିକୁ ସିଦ୍ଧିର ରାତି କୁହାଯାଏ ଏବଂ ଲୋକେ ଏହିଦିନ କୌଣସିବି ସାଧନାରେ ସିଦ୍ଧି ପ୍ରାପ୍ତ କରନ୍ତି । ହୋଲିକା ଦହନ ଅଗ୍ନିରେ କିଛି ଜିନିଷ ଆଦୋୖ ଅର୍ପିତ କରିବା ଉଚିତ ନୁହେଁ ।

ନଚେତ ଓଲଟା ବର୍ବାଦି ହେବ । ହୋଲିକା ଦହନ ଅଗ୍ନିରେ ଭଙ୍ଗା କିମ୍ବା ପତ୍ର ନଥିବା ଆଖୁ ଅର୍ପିତ କରନ୍ତୁ ନାହିଁ । ସର୍ବଦା ପତ୍ର ଥିବା ଏବଂ ଗୋଟା ଆଖୁ ଅର୍ପିତ କରନ୍ତୁ ନଚେତ ପୂଜାର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ । ଆଖି ସର୍ବଦା ଦୁଇ ପାଞ୍ଚ କିମ୍ବା ସାତ ଅର୍ଥାତ ବିଷମ ସଂଖ୍ୟାରେ ହେବା ଆବଶ୍ୟକ । ହୋଲିକା ଦହନ ଅଗ୍ନିରେ ପାଣି ଥିବା ନଡ଼ିଆ ମଧ୍ୟ ଅର୍ପିତ କରନ୍ତୁ ନାହିଁ ।

ଶୁଖିଲା ନଡ଼ିଆକୁ ପରିବାରର ସବୁ ସଦସ୍ୟଙ୍କ ଦ୍ୱାରା ସ୍ପର୍ଶ କରାଇ ହୋଲିକା ଦହନ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ହୋଲିକା ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ସବୁ ସମସ୍ୟା ଦୂରେଇ ଯିବ । ଯଦି ଆପଣ କୌଣସି କାରଣରୁ ମନରେ ଭୟଭୀତ ହେଉଛନ୍ତି ତେବେ ଶୁଖିଲା ନଡ଼ିଆ ସହିତ କଳା ତିଳ ଏବଂ ସୋରିଷ ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ ।

ହୋଲିକା ଦହନରେ ଘରେ ପ୍ରସ୍ତୁତ ହେଉଥିବା ଭୋଜନ ଅର୍ପିତ କରନ୍ତୁ । ଭୁଜିୟା ଅର୍ପିତ କରିବା ସମୟରେ ଧ୍ୟାନ ଦେବେ ଯେପରି ତାହା ତିନୋଟି ନହୁଏ । ସର୍ବଦା ଦୁଇ ପାଞ୍ଚ ଏବଂ ସାତ ହେଲେ ଭଲ । ଏହାବ୍ୟତୀତ ଗୋବର ଟେଳା ଅର୍ପିତ କରନ୍ତୁ । ମାସିକ ଧର୍ମ ସମୟରେ ମହିଳା ମାନେ ହୋଲିକା ଦହନ ଅଗ୍ନି ନିକଟକୁ ଯିବା ଉଚିତ ନୁହେଁ

ସେମାନେ ଚାହିଁଲେ ଦୂରରୁ ଦେଖି ପାରିବେ ଏବଂ ଅନ୍ୟ କେହି ବ୍ୟକ୍ତି ଦ୍ୱାରା ପୂଜାପାଠ କରାଇ ପାରିବେ । ଏହାଦ୍ବାରା ମଧ୍ୟ ପୂଜାର ଫଳ ପ୍ରାପ୍ତ ହେବ । ହୋଲିକା ଦହନ ଅଗ୍ନିରେ କଞ୍ଚା ଚାଉଳ ସହିତ ଚାଉଳ ପାମ୍ପଡ଼ ମଧ୍ୟ ଅର୍ପିତ କରିବା ଉଚିତ ଏବଂ ସବୁଜ ଶସ୍ୟ କେରା ମଧ୍ୟ ଅର୍ପିତ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଭୋଜନକୁ ଆଗରୁ ଅଇଁଠା କରିବା ଉଚିତ ନୁହେଁ ।

ପୂଜା ପରେ ଘରର ସଦସ୍ୟ ତାହାକୁ ସେବନ କରି ପାରିବେ । କୌଣସି ନୂଆ ଶସ୍ୟ ହୋଲିକା ଦହନ ଅଗ୍ନିରେ ଅର୍ପିତ କଲେ ଜୀବନ ସାରା ଘରେ କେବେବି ଧନ ଏବଂ ଅନ୍ନରେ ଅଭାବ ହେବ ନାହିଁ । ଭୁଜିୟାକୁ ଭୋଗ ଲଗାଇବା ପୂର୍ବରୁ ସେବନ କରିବା ଉଚିତ ନୁହେଁ । ପୂଜା ପରେ ପରିବାର ସଦସ୍ୟ ତାହାକୁ ମିଶି ଖାଇ ପାରିବେ । ଏହାଦ୍ବାରା ପରସ୍ପର ମଧ୍ୟରେ ସ୍ନେହ ପ୍ରେମ ସୁଦୃଢ଼ ହୋଇଥାଏ ।

ମାତାଙ୍କୁ ଭୁଜିୟା ଅର୍ପିତ କରିବା ପରେ କନ୍ୟାଙ୍କୁ ଭୁଜିୟା ଖାଇବାକୁ ଦେବା ସହିଟ ଦକ୍ଷିଣା ଦେବା ଉଚିତ । ଏହାଦ୍ବାରା ମାତା ପ୍ରସନ୍ନ ହୁଅନ୍ତି । ଏହିଦିନ ଗୋମତାଙ୍କୁ ଭୁଜିୟା ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ଦେବଦେବୀଙ୍କୁ ଭୋଗ ଲାଗିଥାଏ । ହୋଲିକା ଦହନ ପରେ ସେହି ପାଉଁଶକୁ ଘରକୁ ଆଣି ଘରର ସଦସ୍ୟଙ୍କ ମସ୍ତକରେ ତିଳକ କରନ୍ତୁ । ଏହା ଛୋଟ ପିଲାଙ୍କୁ ନଜର ଦୋଷରୁ ରକ୍ଷା କରିଥାଏ । ତେଣୁ ଏହାକୁ ଆଣି ଘରର ସାଇତି ରଖନ୍ତୁ ।

Leave a Reply

Your email address will not be published. Required fields are marked *