ଧନ ପ୍ରାପ୍ତି ପାଇଁ ହୋଲିକା ଅଗ୍ନିରେ ଚୁପଚାପ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ପ୍ରାପ୍ତ ହେବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ।

ଚଳିତ ବର୍ଷ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ମାର୍ଚ୍ଚ ୬ ୨୦୨୩ ଦ୍ୱିପ୍ରହର ୨.୪୭ ରୁ ଆରମ୍ଭ ହେବ ଏବଂ ଏହାର ସମାପ୍ତି ମାର୍ଚ୍ଚ ୭ , ୨୦୨୩ ସନ୍ଧ୍ୟା ୪.୩୯ ରେ ଶେଷ ହେବ । ମାତ୍ର ଏହିଦିନ ଭଦ୍ରା ମୁହୂର୍ତ୍ତ ରହିବ । ତେଣୁ ହୋଲିକା ଦହନ ସନ୍ଧ୍ୟା ସମୟରେ କରାଯିବ । ଆଗାମୀ ଦିନ ରଙ୍ଗ ହୋଲି ପାଳିତ ହେବ ।

ଯଦି ଆପଣଙ୍କର ଅର୍ଥ ଜନିତ ସମସ୍ୟା ରହିଛି ତେବେ ହୋଲିକା ଦହନ ଅଗ୍ନିରେ ଏହି କିଛି ଜିନିଷ ଅର୍ପିତ କରି ଦିଅନ୍ତୁ । ହୋଲି ପର୍ବ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ହୋଲିକା ଦହନ ରାତିରେ ଦୈବୀ ଶକ୍ତି ପ୍ରବଳ ଥାଏ । ଯାହାଦ୍ୱାରା ଖରାପ ଶକ୍ତିର ନାଶ ହୋଇଥାଏ । ଏହିଦିନ କିଛି ଉପାୟ ଦ୍ୱାରା ଜୀବନରୁ ସବୁ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

ହୋଲିକା ଦହନ ଅଗ୍ନିରେ କିନ୍ତୁ କିଛି ଜିନିଷ ଏପରି ଅଛି ଯାହାକୁ ଅର୍ପିତ କରିବା ଉଚିତ ନୁହେଁ । ଏହିଦିନ କିଛି ଉପାୟ କରିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇଯାଏ । ନକ୍ଷତ୍ର ଶାସ୍ତ୍ରରେ ହୋଲିକା ଦହନ ରାତିକୁ ସିଦ୍ଧିର ରାତି କୁହାଯାଏ , ଯାହାକି ସିଦ୍ଧି ପ୍ରାପ୍ତ ପାଇଁ ଅତ୍ୟନ୍ତ ଉତ୍ତମ ସମୟ ହୋଇଥାଏ ।

ହୋଲିକା ଦହନ ଅଗ୍ନିରେ ଆଖୁ ଅର୍ପିତ କରିବା ଶୁଭ ହୋଇଥାଏ ମାତ୍ର ତାହା ପୂର୍ଣ୍ଣ ହୋଇଥିବା ଆବଶ୍ୟକ । ନଚେତ ତାହାର କୌଣସି ଫଳ ପ୍ରାପ୍ତ ହେବ ନାହିଁ । ହୋଲିକା ଦହନର ଅର୍ପିତ କରୁଥିବା ଆଖୁ ସଂଖ୍ୟା ୨ , ୫ କିମ୍ବା ୭ ଏହି କ୍ରମରେ ହେବା ଉଚିତ । ହୋଲିକା ଦହନ ଅଗ୍ନିରେ ପାଣି ଥିବା ନଡ଼ିଆ ଅର୍ପିତ କରନ୍ତୁ ନାହିଁ । ଶୁଖିଲା ନଡ଼ିଆକୁ ଘରର ସବୁ ସଦସ୍ୟଙ୍କୁ ସ୍ପର୍ଶ କରାଇ ଅଗ୍ନିରେ ଅର୍ପିତ କରନ୍ତୁ ।

ପାଣି ଥିବା ନଡ଼ିଆକୁ ଆପଣ ପୂଜାରେ ଅର୍ପିତ କରି ପାରିବେ । ଶୁଖିଲା ନଡ଼ିଆ ହୋଲିକା ଅଗ୍ନିରେ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କ ମନରେ ଭୟ ସୃଷ୍ଟି ହେଉଛି ତେବେ ଗୋଟିଏ ଶୁଖିଲା ନଡ଼ିଆ ସହିତ କଳା ତିଳ ଏବଂ ସୋରିଷ ନେଇ ମୁଣ୍ଡ ଉପର ଦେଇ ବୁଲାଇ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ହୋଲିକା ମାତା ଆପଣଙ୍କର ସବୁ ଚିନ୍ତା ଦୂର କରିଦେବେ ।

ଘରେ ପ୍ରସ୍ତୁତ ଭୁଜିଆ ହୋଲିକା ଅଗ୍ନିରେ ଅର୍ପିତ କରନ୍ତୁ । ଏହାବ୍ୟତୀତ ଆପଣ ମିଠା ରୋଟି ମଧ୍ୟ ଅର୍ପିତ କରି ପାରିବେ । ଭୁଜିଆ କେବେବି ତିନି ସଂଖ୍ୟାରେ କିମ୍ବା ଗୋଟିଏ ଅର୍ପିତ କରନ୍ତୁ ନାହିଁ । ହୋଲିକା ଦହନ ଅଗ୍ନିରେ କଞ୍ଚା ନଡ଼ା , ଚଣା କିମ୍ବା କୌଣସି ନୂଆ ଶସ୍ୟ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ କେବେ ଧନଧାନ୍ୟର ଅଭାବ ହେବନାହିଁ ।

ହୋଲିକା ଦହନ ସମୟରେ ଗୁପ୍ତ ଭାବରେ ଅଗ୍ନିରେ ସିନ୍ଦୁର ଅର୍ପିତ କରିଦେବା ଉଚିତ । ଏହାବ୍ୟତୀତ ‘ ଓଁ ଶ୍ରୀ ନମଃ ‘ ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ । ହୋଲିକା ଦହନ ଅଗ୍ନିରେ କେବେବି ପୋଷାକ କିମ୍ବା କୌଣସି ଅଶୁଦ୍ଧ ଜିନିଷ ପ୍ଲାଷ୍ଟିକ ପକାନ୍ତୁ ନାହିଁ । ନଚେତ ଏହାଦ୍ବାରା ବାତାବରଣ ଅଶୁଦ୍ଧ ହୋଇଯିବ । ହୋଲିକା ଦହନ ଅଗ୍ନିରେ ଗୋବର ଟେଳା , ଶୁଖିଲା କାଠ ଏବଂ ଏରିଣ୍ଡି ପତ୍ର ଅର୍ପିତ କରନ୍ତୁ ।

ଏହାଦ୍ବାରା ବାତାବରଣରେ ସକାରାତ୍ମକତା ସୃଷ୍ଟି ହୋଇଥାଏ । ହୋଲିକା ଦହନ ଅଗ୍ନିରେ ଜଳ ଅର୍ପିତ କରି ପରିକ୍ରମା କରନ୍ତୁ ଏବଂ ନିଜର ସବୁ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ହୋଲିକା ଦହନ ସମୟରେ ମହିଳା କେଶ ଖୋଲା ରଖିବା ଉଚିତ ନୁହେଁ । ଏହାବ୍ୟତୀତ ମାସିକ ଧର୍ମ ମହିଳା ଏବଂ ଗର୍ଭବତୀ ମହିଳା ହୋଲିକା ଦହନ ଅଗ୍ନି ନିକଟକୁ ମଧ୍ୟ ଯିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଖରାପ ପ୍ରଭାବ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *