ଚଳିତ ବର୍ଷ ମାର୍ଚ୍ଚ ୮ ବୁଧବାର ଦିନ ହୋଲିକା ଦହନ ପାଳିତ ହେବ । ଏହିଦିନ ସିଦ୍ଧି ଦେବତା ଭଗବାନ ଗଣେଶଙ୍କ ପୂଜା ଦିନ ହୋଇଥିବାରୁ ଏହିଦିନ ଅନେକ ସ୍ୱତନ୍ତ୍ର ସଂଯୋଗ ସୃଷ୍ଟି ହେଉଛି । ହୋଲିକା ଦହନ ନିମିତ୍ତ ମାର୍ଚ୍ଚ ୭ ସନ୍ଧ୍ୟାରେ ଦୁଇ ଘଣ୍ଟାର ଶୁଭ ମୁହୂର୍ତ୍ତ ରହିଛି । ତେଣୁ ଏହିଦିନ ଦୁଇଟି ସ୍ଥାନରେ ଦୀପ ଜଳାଇ ଛାଡ଼ି ଦିଅନ୍ତୁ
ଯାହାଦ୍ୱାରା ଜୀବନର ଡବୁ ଗ୍ରହ ଦୋଷ , ପିତୃ ଦୋଷ , ଶନି ଦୋଷ , ରାହୁ ଦୋଷ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂରେଇ ଯିବ । ଘରର ମନ୍ଦିରରେ ପ୍ରତ୍ୟେକ ଦିନ ଦୀପ ଜାଳିବା ଉଚିତ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ବାହାରି ଯାଏ । ସନ୍ଧ୍ୟା ସମୟରେ ସାଧାରଣତଃ ବାତାବରଣରେ ଅଧିକ ନକରାତ୍ମକତା ଥାଏ । ତେଣୁ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ଜାଳିବା ଦ୍ୱାରା ସବୁ ନକରାତ୍ମକତା ଦୂରେଇ ଯାଇଥାଏ ।
ନଚେତ ଘରେ ଅଶାନ୍ତି ଦେଖା ଦେଇଥାଏ ଏବଂ ବାରମ୍ବାର ଅଘଟଣ ଘଟିଥାଏ । ଦୀପ ନଜାଳିବା ଦ୍ୱାରା ଘରେ ଅନେକ ସମସ୍ୟା ଦେଖା ଦେଇଥାଏ । ସୂର୍ଯ୍ୟ ଅସ୍ତ ହେଲେ ନକରାତ୍ମକ ଶକ୍ତିର ପ୍ରଭାବ ବଢ଼ିଯାଏ । ତେଣୁ ସନ୍ଧ୍ୟା ସମୟରେ ମୁହଁ ହାତ ଧୋଇ ଘିଅ , ସୋରିଷ କିମ୍ବା ତିଳ ତେଲରେ ପୂର୍ବ ଦିଗରେ ଦୀପ ଜାଳି ପାରିବେ । ଯେଉଁ ଘରେ ଦୀପ ପ୍ରଜ୍ଜ୍ଵଳିତ ହୁଏନାହିଁ ସେହି ଘରେ ନକରାତ୍ମକତା ରହିଥାଏ ।
ଘରର ମୁଖିଆଙ୍କୁ ରୋଜଗାରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ସେହି ଘରର ପିଲାମାନେ ସବୁବେଳେ ଅମାନ୍ୟ ହୁଅନ୍ତି ଏବଂ ଜୀବନରେ ନାନା ପ୍ରକାରର ସମସ୍ୟା ଦେଖା ଦିଏ । ଘରେ ଦୀପ ଜଳାଇବା ଅତ୍ୟନ୍ତ ଜରୁରୀ ଅଟେ । ସୂର୍ଯ୍ୟ ଅସ୍ତ ପରେ ବାତାବରଣରେ ନକରାତ୍ମକତା ଅଧିକ ବଢ଼ିଯାଏ ଯାହା ଆପଣଙ୍କ ଘରକୁ ପ୍ରବେଶ କରିବା ସହିତ ଆପଣଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ ।
ତେଣୁ ସୂର୍ଯ୍ୟ ଅସ୍ତ ପରେ ହାତ ଗୋଡ଼ ମୁହଁ ଧୋଇ ସୋରିଷ ତେଲ , ତିଳ କିମ୍ବା ଘିଅ ଦୀପ ନିଶ୍ଚିତ ଭାବରେ ଜାଳିବା ଉଚିତ । ଏହାଦ୍ବାରା ନକରାତ୍ମକତା ନଷ୍ଟ ହୋଇଥାଏ । ଯେଉଁ ଘରେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ଥାଏ ଏହା ମଧ୍ୟ ଘରେ ନକରାତ୍ମକ ଶକ୍ତି ଥିବାର ଏକ କାରଣ ଅଟେ ।
ଯଦି ଆପଣଙ୍କ ଘରେ ଅର୍ଥ ସମ୍ବନ୍ଧିତ ଏବଂ ଚାକିରୀ ସମ୍ବନ୍ଧିତ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ଉତ୍ତର ଦିଗରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ତେଣୁ କୌଣସି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଘିଅ ଦୀପ ଜାଳିବା ଦ୍ୱାରା ସେଥିରୁ ବାହାରୁଥିବା ଶିଖା ଘରର ବାତାବରଣକୁ ଶୁଦ୍ଧ କରିଥାଏ ।
ଯାହାଦ୍ୱାରା ପରିବାରର ଲୋକେ ଖୁସିରେ ରହନ୍ତି । ସବୁ ଲୋକ ପୂଜାଘରେ ମୂର୍ତ୍ତି ରଖିଥାନ୍ତି । ଯାହାର ଅନେକ ମହତ୍ତ୍ୱ ରହିଥାଏ । ସମସ୍ତେ ନିଜର ମନସ୍କାମନା ପୂରଣ ପାଇଁ ଏବଂ ମନକୁ ଶାନ୍ତି ପାପ୍ତ କରିବା ପାଇଁ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି । ମାତ୍ର ସେହି ଦେବଦେବୀଙ୍କ ସହ ଆଉ କିଛି ଏପରି ମୂର୍ତ୍ତି ରଖିବା ଆବଶ୍ୟକ ଯାହାଦ୍ୱାରା ରାଜଯୋଗ ହୋଇଥାଏ ଏବଂ ଧନର ଆଗମନ ହୋଇଥାଏ ।
ଯଦି ଆପଣ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଶ୍ରୀରାଧାଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ । କାରଣ ଏହି ଯୋଡ଼ି ପ୍ରେମ ଏବଂ ପବିତ୍ରତାର ପ୍ରତୀକ ଅଟେ । ଯେଉଁ ଘରେ ଏହି ଯୁଗଳ ମୂର୍ତ୍ତି ରହିଥାଏ ସେହି ଘରେ କେବେବି କଳହ କ୍ଳେଶ ଦେଖିବାକୁ ମିଳି ନଥାଏ । ଏହାବ୍ୟତୀତ ଧନରେ ବୃଦ୍ଧି ମଧ୍ୟ ହୋଇଥାଏ । ତ୍ରିଦେବଙ୍କ ମୂର୍ତ୍ତି ରଖି ସାମୁହିକ ଭାବରେ ପୂଜାକଲେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ ।
ଆପଣ ନିଜ ପୂଜାଘରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରି ପାରିବେ । ଯଦି ଆପଣଙ୍କ ପୂଜାଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଅଛି ତେବେ ତାଙ୍କ ବାମ ପଟେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖନ୍ତୁ । ଏହାଦ୍ବାରା ଜୀବନର ଦାରିଦ୍ର୍ୟତା ଦୂରେଇ ଯାଏ । ଶ୍ରୀରାମ ଦରବାରର ଫୋଟ ନିଜ ଠାକୁର ଘରେ ଲଗାଇ ପୂଜାକଲେ ଅନେକ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ଘରର ମନ୍ଦିରରେ କେବେବି ବିଷମ ସଂଖ୍ୟାରେ ମୂର୍ତ୍ତି ରଖିବା ଉଚିତ ନୁହେଁ । କାରଣ ଏହା ଅଶୁଭ ହୋଇଥାଏ । ଯଦି ଆପଣ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତା ସହିତ ଅନ୍ୟ କୌଣସି ମୂର୍ତ୍ତି ରଖନ୍ତୁ ନାହିଁ । ଗଣେଶ ମୂର୍ତ୍ତି ସ୍ଥାପିତ କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଗଣେଶଙ୍କ ମୁହଁ ମୁଖ୍ୟ ଦ୍ୱାର ଦିଗରେ ରହେ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ ।