ହୋଲି ପର୍ବ ଦିନ ଏହି ଖାସ ଉପାୟ କରନ୍ତୁ, ଆପଣଙ୍କର ଶୋଇ ରହିଥିବା ଭାଗ୍ୟ ହୋଇଯିବ ଉଦୟ।

ବନ୍ଧୁଗଣ ଆପଣ ମାନଙ୍କୁ ମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହୋଲି ପର୍ବ ଏକ ଶୁଭ ଓ ଖୁସିର ପର୍ବ ଅଟେ। ଆମ ହିନ୍ଦୁ ଧର୍ମରେ ହୋଲିକା ଦହନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି। ମାନ୍ୟତା ରହିଛି କି, ହୋଲିକା ଦହନ ଦିନ ଯଦି ଆପଣ ଶ୍ରଦ୍ଧାର ସହିତ କିଛି ଖାସ ଉପାୟ କଲେ ରାତାରାତି ଧନବାନ ହୋଇ ପାରିବେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ହୋଲିକା ଦହନ ଦିନ କେଉଁ ଖାସ ଉପାୟ ଆପଣ କରିବେ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ହିନ୍ଦୁ ଧର୍ମ ଶାସ୍ତ୍ରରେ ହୋଲିକା ଦହନ ଦିନ ରାତିରେ କିଛି ଖାସ ଉପାୟ ପ୍ରୟୋଗ କରିବାକୁ କୁହାଯାଇଛି। ଏହାଦ୍ବାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ହୋଲିକା ଦହନ ଏକ ପୌରାଣିକ କଥା ଉପରେ ଆଧାରିତ ଅଟେ। ହିରଣ୍ୟକଶିପୁ ନାମକ ରାକ୍ଷସ ତପସ୍ୟା କରି ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ ପ୍ରସନ୍ନ କରି ବର ମାଗି ଥିଲେ। ବର ହେଉଛି ତାକୁ କୌଣସି ମନୁଷ୍ୟ, ଦେବୀ ଓ ଦେବତା କୌଣସି ସମୟରେ ବଧ କରି ପାରିବେ ନାହିଁ।

ତାପରେ ହିରଣ୍ୟକଶିପୁ ତାର ରାଜ୍ୟରେ ପ୍ରଜାଙ୍କ ଦ୍ଵାରା ନିଜର ପୂଜା କରାଇବାକୁ ଲାଗିଲା। ଘୋର ପାପ ବଢ଼ିବାକୁ ଲାଗିଲା। ହିରଣ୍ୟକଶିପୁ ଭଗବାନ ବିଷ୍ଣୁଙ୍କର ବିରୋଧୀ ଥିଲେ। କିନ୍ତୁ ହିରଣ୍ୟକଶିପୁଙ୍କ ପୁତ୍ର ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ପ୍ରିୟ ଭକ୍ତ ଥିଲେ। ଏହାଦେଖି ହିରଣ୍ୟକଶିପୁ ତାଙ୍କ ପୁତ୍ର ପ୍ରହଲ୍ଲାଦର ବଧ କରିବା ନିମନ୍ତେ ଅନେକ ଉପାୟ କଲେ କିନ୍ତୁ ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ନାମ ଜପ କରି ବଞ୍ଚିତ ହୋଇଥିଲା।

ପ୍ରହଲ୍ଲାଦକୁ ମାରିବା ପାଇଁ ହିରଣ୍ୟକଶିପୁ ତାର ଭଉଣୀ ହୋଲିକାକୁ କହିଲା। ହୋଲିକାକୁ ବରଦାନ ପ୍ରାପ୍ତ ଥିଲା କି, ସେ କେବେବି ଅଗ୍ନିରେ ଜଳି ପାରିବ ନାହିଁ। ତେଣୁ କାଠ ପ୍ରସ୍ତୁତ ହେଲା ଏବଂ ହୋଲିକା ପ୍ରହଲ୍ଲାଦଙ୍କୁ କୋଳରେ ବସାଇ ତାଉପରେ ବସିବା ପରେ ଅଗ୍ନି ଲଗା ଯାଇଥିଲା। ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ନାମ ସ୍ମରଣ କରିବାକୁ ଲାଗିଲା। ଯାହାଫଳରେ ହୋଲିକା ସେହି ଅଗ୍ନିରେ ଭସ୍ମ ହୋଇଗଲା ଏବଂ ପ୍ରହଲ୍ଲାଦ ସେହି ନିଆଁରୁ ଜୀବିତ ବାହାରିଲେ।

ଏହା ତ ଥିଲା ପୌରାଣିକ କଥା। ଏବେ ଆସନ୍ତୁ ଜାଣିବା ହୋଲିକା ଦହନ ଦିନ କେଉଁ ଉପାୟ କରିବା ଦ୍ଵାରା ଆପଣ ରାତାରାତି ହୋଇଯିବେ ମାଲାମାଲ। ଯଦି ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଖରାପ, ତାହେଲେ କଳା ସୋରିଷକୁ ନେଇ ଆପଣ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ହୋଲିକା ଦହନ ପୂର୍ବ ଦିନ ଆପଣ ଫିଟିକିରିକୁ ଛଅ ଖଣ୍ଡ କରି ଘରେ ଓ କାର୍ଯ୍ୟକ୍ଷେତ୍ରରେ ଲୁଚାଇ ରଖି ଦିଅନ୍ତୁ।

ତାପରଦିନ ହୋଲିକା ଅଗ୍ନିରେ କିଛି ଧାନ ବା ଗହମ ସହିତ ମିଶାଇ ଅର୍ପଣ କରି ଦିଅନ୍ତୁ। ଗୋଟେ ଏକମୁଖି ନଡ଼ିଆ ନିଅନ୍ତୁ ଏବଂ ତା ଉପରେ ସିନ୍ଦୂର ଲଗାଇ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ଦେବୀ ଲକ୍ଷ୍ମୀଙ୍କ ପାଖରେ ଅର୍ପଣ କରି ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ଦେଖିବେ ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହାସହିତ ବ୍ୟବସାୟରେ ଉନ୍ନତି ହେବ।

Leave a Reply

Your email address will not be published. Required fields are marked *