ହୋଲିକା ଅଗ୍ନିରେ ଚୁପଚାପ ଅର୍ପଣ କରି ଦିଅନ୍ତୁ ଏହି ଗୋଟିଏ ଜିନିଷ ଏବଂ କହି ଦିଅନ୍ତୁ କେବଳ ଏହି ଦୁଇଟି ଶବ୍ଦ । ସ୍ୱୟଂ ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ।

ହିନ୍ଦୁ ଧର୍ମରେ ହୋଲିକା ଦହନର ଏକ ଭିନ୍ନ ମହତ୍ତ୍ୱ ରହିଛି । ଏହିଦିନ ରାତିରେ ହୋଲିକା ଦହନ ଅଗ୍ନି ଜଳାଇ ଅଗ୍ନିକୁ ପୂଜା କରାଯାଏ ଏବଂ ସେହି ଅଗ୍ନିରେ ନିଜର ମନର ସବୁ ବିକାରକି ଭସ୍ମ କରି ଆଗାମୀ ଦିନ ରଙ୍ଗ ହୋଲି ଖେଳି ନୂଆ ପର୍ବର ପ୍ରାରମ୍ଭ କରାଯାଏ । ହୋଲି ଠାରୁ ହିଁ ସବୁ ପର୍ବର ପ୍ରାରମ୍ଭ ହୋଇଥାଏ । ହୋଲିର ଆଠ ଦିନ ପୂର୍ବରୁ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇ ନଥାଏ ।

ପୌରାଣିକ ମାନ୍ୟତା ଅନୁଯାୟୀ ରାକ୍ଷସ ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହ୍ଲାଦକୁ ହରିଙ୍କୁ ପୂଜା କରିବାକୁ ବାରଣ କରୁଥିଲା । ପ୍ରହ୍ଲାଦ କିନ୍ତୁ ହରି ପୂଜାରୁ ନିବୃତ ହୋଇ ନଥିଲା । ଯେଉଁ କାରଣରୁ ହିରଣ୍ୟକଶ୍ୟପ ପ୍ରହ୍ଲାଦକୁ ମାରିବା ପାଇଁ ଅନେକ ଉପାୟ କରି ସବୁଥିଲେ ବିଫଳ ହେଲା।

ଶେଷରେ ହିରଣ୍ୟକଶ୍ୟପ ନିଜ ଭଉଣୀ ହୋଲିକାକୁ ପ୍ରହ୍ଲାଦକୁ ମାରିବାକୁ ନିର୍ଦେଶ ଦେଇଥିଲେ । ହୋଲିକାଙ୍କୁ ବ୍ରହ୍ମାଙ୍କ ଠାରୁ ବରଦାନ ମିଳିଥିଲା ଯେ ଅଗ୍ନିରେ ସେ ଭସ୍ମ ହେବନାହିଁ । ତେଣୁ ସେ ପ୍ରହ୍ଲାଦକୁ ଧରି ଅଗ୍ନିରେ ବସିଗଲା । ସେହି ଅଗ୍ନିରେ ହୋଲିକା ଜଳି ପାଉଁଶ ହୋଇଗଲା ମାତ୍ର ଭକ୍ତ ପ୍ରହ୍ଲାଦର କିଛିବି ହୋଇ ନଥିଲା । ସେହିଦିନ ଠାରୁ ହୋଲି ପର୍ବ ପାଳିତ ହୋଇ ଆସୁଛି ।

ଯେଉଁଦିନ ଖରାପ ଶକ୍ତି ଉପରେ ଭଲ ଶକ୍ତିର ବିଜୟ ହୋଇଥାଏ । ଏହିଦିନ ଅନେକ ତନ୍ତ୍ର ମନ୍ତ୍ର ଏବଂ ଆଧ୍ୟାତ୍ମିକ ଉପାୟ ମଧ୍ୟ କରାଯାଇ ଥାଏ । ଏହିଦିନ କିଛି ଏପରି କାମ ଅଛି ଯାହା କରିବା ଉଚିତ ନୁହେଁ । ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ରହିଛି ତେବେ ହୋଲିକା ଦହନ ସମୟରେ ଅଗ୍ନିରେ କିଛି ଜିନିଷ ଅର୍ପିତ କରି କିଛି ମନ୍ତ୍ର କହି ପାରିବେ । ଯାହାଦ୍ୱାରା ଆପଣଙ୍କର ସବୁ ସାମସ୍ୟା ଦୂରେଇ ଯିବ ।

ଚଳିତ ବର୍ଷ ମାର୍ଚ୍ଚ ୬ ରେ ପୂର୍ଣିମା ତିଥି ଲାଗୁଛି । ତେଣୁ ଭଦ୍ରା କାଳ ଲାଗୁଥିବାରୁ ହୋଲିକା ଦହନ ଆଗାମୀ ଦିନ ଅର୍ଥାତ ମାର୍ଚ୍ଚ ୭ ସନ୍ଧ୍ୟାରେ କରାଯାଇ ପାରିବ । ଯାହାକି ସନ୍ଧ୍ୟା ୬.୧୪ ରୁ ୮.୪୮ ପର୍ଯ୍ୟନ୍ତ ରହିବ । ହୋଲିକା ଦହନ ଦିନ ଗର୍ଭବତୀ ମହିଳା ଅଧିକ ସତର୍କ ରହିବା ଉଚିତ ।ଗର୍ଭବତୀ ମହିଳା ହୋଲିକା ଦହନ ଅଗ୍ନି ପାଖକୁ ଯିବା ଉଚିତ ନୁହେଁ କାରଣ ଏହିଦିନ ନକରାତ୍ମକ ଶକ୍ତିର ଅଧିକ ପ୍ରଭାବ ରହିଥାଏ ।

ଏହି ଦିନ କୌଣସି ଶୁନଶାନ ସ୍ଥାନକୁ ଯିବା ଉଚିତ ନୁହେଁ । କାରଣ କିଛି ବସ୍ତୁରେ ତନ୍ତ୍ର ମନ୍ତ୍ର ହୋଇ ଥାଇପାରେ । ଯାହାଦ୍ୱାରା ଆପଣଙ୍କର ମାନସିକ ସମସ୍ୟା ଦେଖାଦେଇ ପାରେ । ଏହିଦିନ ସ୍ୱାମୀ ସ୍ତ୍ରୀ ଅଲଗା ଶୋଇବା ଉଚିତ ଏବଂ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କରେ ତିକ୍ତତା ଆସିଥାଏ ।

ଗୋଟିଏ ପୁତ୍ର ଥିବା ମହିଳା ହୋଲିକା ଦହନ ଅଗ୍ନିକୁ ପୂଜା କରିବା ଉଚିତ ନୁହେଁ । ହୋଲିକା ଦହନ ରାତିରେ ମହିଳା ମାନେ କେଶକୁ ଖୋଲା ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସ୍ୱାମୀଙ୍କ ଜୀବନ ଉପରେ ବିପଦ ଆସିଥାଏ । ହୋଲିକା ଦହନ ଦିନ ପୁରୁଷ ମାନେ କୌଣସି ମହିଳାଙ୍କୁ ଅପମାନ କରିବା ଉଚିତ ନୁହେଁ । ଏହାଦ୍ବାରା ହୋଲିକା ମାତା କ୍ରୋଧିତ ହୁଅନ୍ତି ।

ଏହିଦିନ ସ୍ତ୍ରୀଙ୍କ ସହିତ ଖରାପ ବ୍ୟବହାର କରିଥିବା ପୁରୁଷକୁ ନର୍କକୁ ଯିବାକୁ ପଡ଼ିଥାଏ । ଏହିଦିନ ଟଙ୍କା ପଇସାର ନେଣଦେଣ କରିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ଧନର ନାଶ ହୋଇଥାଏ ଏବଂ ସେହି ଟଙ୍କା କେବେ ଫେରି ନଥାଏ । ହୋଲିକା ଦହନ ଅଗ୍ନିର ପରିକ୍ରମା କରିବା ସମୟରେ ଏବଂ ପୂଜା କରିବା ସମୟରେ ” ଓଁ ନରସିଂହାୟ ନମଃ ” ଏହି ମନ୍ତ୍ରର ଜପ କରନ୍ତୁ ।

ଏହା ଅତ୍ୟନ୍ତ ଶକ୍ତିଶାଳୀ ମନ୍ତ୍ର ଅଟେ । ଏହାଦ୍ବାରା ଆପଣଙ୍କ ମନ ପବିତ୍ର ହୋଇଯିବ ଏବଂ ଭଗବାନ ନୃସିଂହଙ୍କ କୃପାରୁ ଆପଣଙ୍କର ସବୁ ପାପ ନଷ୍ଟ ହୋଇଯିବ । ଯଦି ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଥାଏ ତେବେ ଭଗବାନ ନୃସିଂହଙ୍କୁ କ୍ଷମା ମାଗି ହୋଲିକା ଅଗ୍ନି ଚାରି ପାଖରେ ପରିକ୍ରମା କରନ୍ତୁ । ଘରେ ଶାନ୍ତି ବଜାୟ ରଖିବା ପାଇଁ ଘରେ ମାଟିର ପାତ୍ରରେ ୧୧ଟି ନାଲି ଶୁଖିଲା ଲଙ୍କା ରଖି ତାହାକୁ ହୋଲିକାର ପ୍ରଜ୍ଜ୍ଵଲିତ ଅଗ୍ନିରେ ରଖି ଦିଅନ୍ତୁ ।

ହାତ ଯୋଡ଼ି ଘରର ଶାନ୍ତି ପାଇଁ କାମନା କରନ୍ତୁ । ଏହାଦ୍ବାରା ଆପଣଙ୍କ ଘରର ସବୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯିବ ଏବଂ ସୁଖ ଶାନ୍ତି ବଜାୟ ରହିବ । ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ ଚୁପଚାପ ହୋଲିକା ଅଗ୍ନିରେ ଏକ ଚିମୁଟା ସିନ୍ଦୁର ଅର୍ପିତ କରି ଦିଅନ୍ତୁ । ଏହାବ୍ୟତୀତ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ” ଓଁ ଶ୍ରୀ ମହା ଲକ୍ଷ୍ମୀ ବିଷ୍ଣୁ ପତ୍ନୀ ” ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *