ହୋଲିକା ଦହନ ଦିନ କିଛି ଏପରି କାମ ଅଛି ଯାହାକୁ କରିବା ଉଚିତ ନୁହେଁ ଏବଂ କିଛି ଏପରି ଜିନିଷ ଅଛି ଯାହାକୁ ସେବନ କରିବା ଉଚିତ ନୁହେଁ । କାରଣ ଏହିଦିନ ତନ୍ତ୍ର ମନ୍ତ୍ର ହୋଇଥାଏ । ଯାହାଦ୍ୱାରା ଆପଣଙ୍କୁ ଶାରୀରିକ କ୍ଷତି ହୋଇପାରେ । କୌଣସି ଜିନିଷକୁ ସ୍ପର୍ଶ କରିବା ସମୟରେ ସତର୍କ ରୁହନ୍ତୁ ।
ହୋଲିକା ଦହନ ଦିନ ଅନ୍ୟ ଘରେ ଖାଦ୍ୟ ଖାଇବା ମଧ୍ୟ ଉଚିତ ନୁହେଁ । ହୋଲିକା ଦହନ ଦିନ ମହିଳା ମାନେ ନିଜ କେଶକୁ ଖୋଲା ରଖିବା ଉଚିତ ନୁହେଁ । କାରଣ କେଶ ଦ୍ୱାରା ନକରାତ୍ମକ ଶକ୍ତି ପ୍ରଭାବିତ ହୋଇଥାଏ । ଏହିଦିନ କାହାକୁବି କରଜ ଦିଅନ୍ତୁ ନାହିଁ ।
ଏହାଦ୍ବାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଛାଡ଼ି ଚାଲିଯିବେ ଏବଂ ଧନର ଅଭାବ ଦେଖା ଦେବ । ଏହିଦିନ ଆପଣଙ୍କ ପଡ଼ୋଶୀ ଯଦି ମାତା ଲକ୍ଷ୍ମୀଙ୍କ ସମ୍ବନ୍ଧୀୟ କୌଣସି ଜିନିଷ ଟଙ୍କା ପଇସା , ଲୁଣ କିମ୍ବା ଦହି ମାଗିବାକୁ ଆସୁଛନ୍ତି ତେବେ ଭୁଲରେ ବି ଦିଅନ୍ତୁ ନାହିଁ । କେହିବି ଦେଉଥିବା ଧଳା ବସ୍ତୁର ସେବନ କରନ୍ତୁ ନାହିଁ ।
କାରଣ ଧଳା ବସ୍ତୁ ନକରାତ୍ମକ ଶକ୍ତି କିମ୍ବା ତନ୍ତ୍ର ମନ୍ତ୍ରକୁ ବହୁତ ଜଲଦି ଆକର୍ଷିତ କରିଥାଏ । ହୋଲିକା ଦହନ ଦିନ ଖୋଲା ଆକାଶ ତଳେ ପୋଷାକ ପକାଇ ରଖନ୍ତୁ ନାହିଁ । ନଚେତ ଏହା ମଧ୍ୟରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଯିବ । ହୋଲିକା ଦହନ ସମୟରେ ହଳଦିଆ ରଙ୍ଗର ପୋଷାକ ଧାରଣ କରନ୍ତୁ ନାହିଁ ।
ଯେଉଁ ଘରେ ପିମ୍ପୁଡ଼ି ବାହାରି ଥାଏ ସେହି ଘରର ଲୋକଙ୍କୁ ଭବିଷ୍ୟତ ବିଷୟରେ ସଙ୍କେତ ମିଳିଥାଏ । କଳା ପିମ୍ପୁଡ଼ି ବାହାରିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ଆପଣଙ୍କ ଜୀବନର ଭବିଷ୍ୟତରେ ଆସିବାକୁ ଯାଉଥିବା ସୁଖ ଶାନ୍ତିକୁ ଦର୍ଶାଇଥାଏ । ଏହାଦ୍ବାରା ଐଶ୍ୱର୍ଯ୍ୟରେ ମଧ୍ୟ ବୃଦ୍ଧି ହେବ ।
କଳା ପିମ୍ପୁଡ଼ିକୁ ଆପଣ ଅଟା ଏବଂ ଚିନି ମିଶାଇ ଖାଇବାକୁ ଦେଇ ପାରିବେ । ଯଦି ଚାଉଳ ଥିବା ପାତ୍ରରୁ ପିମ୍ପୁଡ଼ି ବାହାରୁଛି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । କାରଣ ଅଳ୍ପ ଦିନ ମଧ୍ୟରେ ହିଁ ଆପଣଙ୍କର ଧନ ବୃଦ୍ଧି ହେବାକୁ ଯାଉଛି । କଳା ପିମ୍ପୁଡ଼ି ଭୌତିକ ସୁଖକୁ ଦର୍ଶାଇ ଥାଏ । ମାତ୍ର ନାଲି ପିମ୍ପୁଡ଼ି ଦେଖୁଥିଲେ ସତର୍କ ହୋଇ ଯାଆନ୍ତୁ ।
କାରଣ ଏହା ଭବିଷ୍ୟତରେ ଅଶୁଭ ଘଟଣା ଦିଗରେ ସଙ୍କେତ ଦେଇଥାଏ । ଏହା ଭବିଷ୍ୟତରେ ବିବାଦ ଏବଂ ଧନର ଖର୍ଚ୍ଚ ଦିଗରେ ସଙ୍କେତ ଅତିକ୍ରମ ଦେଇଥାଏ । ଯଦି ନାଲି ପିମ୍ପୁଡ଼ି ଆପଣଙ୍କ ଘରକୁ ଆସୁଛି ତେବେ ତାହା ଅତ୍ୟନ୍ତ ଅଶୁଭ ଅଟେ । ଏହାର ଅର୍ଥ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବାକୁ ଯାଉଛି । ମାତ୍ର ଯଦି ନାଲି ପିମ୍ପୁଡ଼ି ମୁହଁରେ ଅଣ୍ଡା ନେଇ ବାହାରିଥାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ ।
ଯଦି ପିମ୍ପୁଡ଼ି ଆପଣଙ୍କ ଘରେ ଭୋକରେ ରହେ ତେବେ ତାହା ଅଶୁଭ ଅଟେ । ତେଣୁ ଅଟାରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଯଦି କଳା ପିମ୍ପୁଡ଼ି ଆପଣଙ୍କ ଘରର ଉତ୍ତର ଦିଗରୁ ବାହାରୁଛି ତେବେ ଏହା ଶୁଭ ସଙ୍କେତ ଅଟେ । ଦକ୍ଷିଣ ଦିଗରୁ ଆସିଲେ ମଧ୍ୟ ଭଲ ମାତ୍ର ପୂର୍ବ ଦିଗରୁ ଆସିଲେ କୌଣସି ଶୁଭ ସମାଚାର ମିଳିଥାଏ ।
ପଶ୍ଚିମରୁ ଆସିଲେ ଦୀର୍ଘ ଯାତ୍ରାର ସଙ୍କେତ ମିଳିଥାଏ । ଘରେ ବାରମ୍ବାର କଳା ପିମ୍ପୁଡ଼ି ବାହାରିଲେ ଧନ ବୃଦ୍ଧିର ସଙ୍କେତ ମିଳିଥାଏ । ଯଦି କଳା ପିମ୍ପୁଡ଼ି ଆପଣଙ୍କ ଘରେ ସମୂହ କରି ବୁଲୁଛନ୍ତି ତେବେ ସୁଖ , ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ବଢ଼ିଥାଏ । ମାତ୍ର ନାଲି ପିମ୍ପୁଡ଼ି ଏଭଳି ସମୂହ ଭାବରେ ବୁଲିଲେ କ୍ଷତିର ସଙ୍କେତ ମିଳିଥାଏ । ଯଦି ଆପଣଙ୍କ ଘରେ ସୁନା ଅଳଙ୍କାର ରଖା ଯାଉଥିବା ସ୍ଥାନରୁ କଳା ପିମ୍ପୁଡ଼ି ବାହାରୁଛି ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଛାତରୁ ପିମ୍ପୁଡ଼ି ବାହାରିଲେ ଧନ ସମ୍ପତ୍ତି ଏବଂ ଭୌତିକ ସୁଖର ବୃଦ୍ଧି ହୋଇଥାଏ ।