ହୋଲି ଦିନ ଘରକୁ ଏହି ଜିନିଷ ଆଣିବାକୁ ଆଦୋୖ ଭୁଲନ୍ତୁ ନାହିଁ । ଦୂର ହୋଇଯିବ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା

ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ମାର୍ଚ୍ଚ ୬ ୨୦୨୩ ଦ୍ୱିପ୍ରହର ୨.୪୭ ରୁ ଆରମ୍ଭ ହେବ ଏବଂ ଏହାର ସମାପ୍ତି ମାର୍ଚ୍ଚ ୭ , ୨୦୨୩ ସନ୍ଧ୍ୟା ୪.୩୯ ରେ ଶେଷ ହେବ । ମାତ୍ର ଏହିଦିନ ଭଦ୍ରା ମୁହୂର୍ତ୍ତ ରହିବ । ତେଣୁ ହୋଲିକା ଦହନ ସନ୍ଧ୍ୟା ସମୟରେ କରାଯିବ । ଆଗାମୀ ଦିନ ରଙ୍ଗ ହୋଲି ପାଳିତ ହେବ । ତେଣୁ ହୋଲି ଦିନ କିଛି ଏଭଳି ଜିନିଷ ଅଛି ଯାହାକୁ ହୋଲିକା ଦହନ ଅଗ୍ନିରେ ଅର୍ପିତ କରିବା ଉଚିତ ନୁହେଁ ଏବଂ ସମଗ୍ର ପୂଜା ପଦ୍ଧତି ଉଚିତ ବିଧିରେ କରିବା ଉଚିତ ।

ହୋଲି ପର୍ବ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ହୋଲିକା ଦହନ ରାତିରେ ଦୈବୀ ଶକ୍ତି ପ୍ରବଳ ଥାଏ । ଯାହାଦ୍ୱାରା ଖରାପ ଶକ୍ତିର ନାଶ ହୋଇଥାଏ । ଏହିଦିନ କିଛି ଉପାୟ ଦ୍ୱାରା ଜୀବନରୁ ସବୁ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

ଜ୍ୟୋତିଷ ଶାସ୍ତ୍ରରେ ହୋଲି ରାତିକୁ ସିଦ୍ଧିର ରାତି କୁହାଯାଇଛି । ଯଦି ଆପଣ ଏହିଦିନ କୌଣସି ଦେବତାଙ୍କ ସିଦ୍ଧି ପ୍ରାପ୍ତ କରିବା ପାଇଁ ପ୍ରାର୍ଥନା କରନ୍ତି ତେବେ ତାହା ନିଶ୍ଚୟ ସିଦ୍ଧ ହେବ । ହୋଲିକା ଦହନ ଅଗ୍ନିରେ ଭଙ୍ଗା କିମ୍ବା ଖରାପ ଆଖୁ ଅର୍ପିତ କରିବା ଉଚିତ ନୁହେଁ । ଏହାଦ୍ବାରା ହୋଲିକା ମାତା ଅଭିଶାପ ଦିଅନ୍ତି ।

ହୋଲିକା ଦହନରେ ସର୍ବଦା ସବୁଜ ପତ୍ର ଏବଂ ଗୋଟା ଆଖୁ ଅର୍ପିତ ହୋଇଥାଏ । ନଚେତ ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ । ପୂଜା ପୂର୍ବରୁ ଘରକୁ ୨ , ୫ କିମ୍ବା ୭ ସଂଖ୍ୟାର ଆଖୁ ନେଇ ଆସନ୍ତୁ । ହୋଲିକା ଦହନ ଅଗ୍ନିରେ ପାଣି ଥିବା ନଡ଼ିଆ ଅର୍ପିତ କରନ୍ତୁ ନାହିଁ ।

ଶୁଖିଲା ନଡ଼ିଆକୁ ଘରର ସବୁ ସଦସ୍ୟଙ୍କୁ ସ୍ପର୍ଶ କରାଇ ଅଗ୍ନିରେ ଅର୍ପିତ କରନ୍ତୁ । ପାଣି ଥିବା ନଡ଼ିଆକୁ ଆପଣ ପୂଜାରେ ଅର୍ପିତ କରି ପାରିବେ । ଶୁଖିଲା ନଡ଼ିଆ ହୋଲିକା ଅଗ୍ନିରେ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କ ମନରେ ଭୟ ସୃଷ୍ଟି ହେଉଛି ତେବେ ଗୋଟିଏ ଶୁଖିଲା ନଡ଼ିଆ ସହିତ କଳା ତିଳ ଏବଂ ସୋରିଷ ନେଇ ମୁଣ୍ଡ ଉପର ଦେଇ ବୁଲାଇ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ ।

ଏହାଦ୍ବାରା ହୋଲିକା ମାତା ଆପଣଙ୍କର ସବୁ ଚିନ୍ତା ଦୂର କରିଦେବେ । ଘରେ ପ୍ରସ୍ତୁତ ଖାଦ୍ୟ , ଭୁଜିଆ ଏବଂ ଗାଈ ଗୋବର ଟେଳା ଅର୍ପିତ କରନ୍ତୁ । ଭୁଜିଆ କେବେବି ତିନି ସଂଖ୍ୟାରେ କିମ୍ବା ଗୋଟିଏ ଅର୍ପିତ କରନ୍ତୁ ନାହିଁ । ହୋଲିକା ଦହନ ଅଗ୍ନିରେ କଞ୍ଚା ନଡ଼ା , ଚଣା କିମ୍ବା କୌଣସି ନୂଆ ଶସ୍ୟ ଅର୍ପିତ କରନ୍ତୁ ।

ମାସିକ ଧର୍ମ ସମୟରେ ମହିଳା ମାନେ ସମସ୍ତ ପୂଜା ବିଧି କରି ପାରିବେ । ନିଜେ କିମ୍ବା ଅନ୍ୟ ଦ୍ୱାରା ହୋଲିକା ଦହନ ଅଗ୍ନିରେ ଜିନିଷ ଅର୍ପିତ କରାଇ ପାରିବେ । ମାସିକ ଧର୍ମ ସମୟରେ ହୋଲିକା ଦହନ ଅଗ୍ନି ପାଖକୁ ଯିବା ଉଚିତ ନୁହେଁ । ହୋଲିକା ଦହନର ଚାଉଳ ପାମ୍ପୋଡ଼ ଅର୍ପିତ କରିବା ଉଚିତ । ଏହାଦ୍ବାରା ଧନରେ ବୃଦ୍ଧି ହୋଇଥାଏ

ତାହାକୁ ହୋଲିକା ଦହନ ପୂର୍ବରୁ ଅଇଁଠା କରିବା ଉଚିତ ନୁହେଁ । ହୋଲିକା ଦହନ ପରେ ତାହାକୁ ଆପଣ ସେବନ କରି ପାରିବେ । ପୂଜା କରି ସାରିବା ପରେ ତାହାକୁ କନ୍ୟା ମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହାବ୍ୟତୀତ ଦକ୍ଷିଣା ମଧ୍ୟ ଦିଅନ୍ତୁ । ଏହାଦ୍ବାରା ନବଦୁର୍ଗା ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଗୋମାତାଙ୍କୁ ମଧ୍ୟ ଭୁଜିୟା ଭୋଗ ନିଶ୍ଚୟ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *