ସକାଳେ ପୂଜା କରିବା ପାଇଁ ସଠିକ ସମୟ କେତେବେଳେ ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମ ଗ୍ରନ୍ଥରେ ଓ ଅନେକ ପୁରାଣରେ ମଧ୍ୟ କୁହାଯାଇଛି କି, ସକାଳୁ ସୂର୍ଯ୍ୟୋଦୟ ହେବା ପୂର୍ବରୁ ବିଛଣା ଛାଡ଼ିବା ଆବଶ୍ୟକ। ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକେ ରାତିରେ ଡେରିରେ ଶୋଇ ସକାଳୁ ଡେରିରେ ହିଁ ଉଠୁଛନ୍ତି ଏବଂ ଠାକୁର ପୂଜା କରିବାର କିଛି ସଠିକ ସମୟ ରହୁ ନାହିଁ। ତେବେ ଆସନ୍ତୁ ଜାଣିବା ସକାଳୁ ଉଠିବା କାହିଁକି ଅଧିକ ଜରୁରୀ ହୋଇଥାଏ ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ସନାତନ ଧର୍ମରେ କୁହାଯାଇଛି କି ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ବୃଦ୍ଧି ହୋଇଥାଏ। ସକାଳ ୪ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବ୍ରହ୍ମ ମୁହୂର୍ତ୍ତ କୁହାଯାଇଥାଏ। ଏହିସମୟରେ ବ୍ୟକ୍ତିକୁ ବିଛଣା ତ୍ୟାଗ କରି ନିତ୍ୟ କର୍ମ ସାରିବା ଆବଶ୍ୟକ। ତାପରେ ଠାକୁର ପୂଜା କରିବା ଉଚିତ। କୁହାଯାଏ କି ସକାଳୁ ଠାକୁର ପୂଜା କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଧର୍ମ ଶାସ୍ତ୍ରରେ ଠାକୁର ପୂଜା କରିବା ସମୟରେ କିଛି ଖାସ ନିୟମ ବିଷୟରେ କୁହାଯାଇଛି।

ଠାକୁର ପୂଜା କରିବା ସମୟରେ ଜେଭେବି ଛିଡା ହୋଇ ଠାକୁର ପୂଜା କରିବା ଉଚିତ ନୁହେଁ। ଠାକୁର ପୂଜା କରିବା ଏକ ଏଭଳି ପ୍ରକ୍ରିୟା ଯେଉଁଥିରେ ବ୍ୟକ୍ତି ସଂସାରର କୌଣସି କଥା ଚିନ୍ତା ନକରି ଈଶ୍ୱରଙ୍କୁ ଚିନ୍ତା କରିଥାଏ। ଠାକୁର ପୂଜା କରିବା ସମୟରେ ଯଦି ଆପଣ ଅନ୍ୟ ଚିନ୍ତାରେ ମଗ୍ନ ରହିଥାନ୍ତି, ତାହେଲେ ଈଶ୍ୱର ଆପଣଙ୍କର କୌଣସି କଥା ଶୁଣିବେ ନାହିଁ। ଠାକୁର ପୂଜା କରିବା ସମୟରେ ପୂର୍ବ ଦିଗ ଆଡ଼କୁ ମୁହଁ କରି ବା ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ପୂଜା କରିବା ଆବଶ୍ୟକ। ପ୍ରତ୍ୟେକ ଦିନ ଠାକୁର ଘରେ ଝୁଣା ଦେଇ ଘର ସାରା ବୁଲାଇ ଆଣନ୍ତୁ, ଏହାଦ୍ବାରା ଘରର ବାତାବରଣ ପବିତ୍ର ଓ ସକାରାତ୍ମକ ହୋଇ ଯାଇଥାଏ।

ଠାକୁର ପୂଜା କରିବା ସମୟରେ ଧୂପ, ଦୀପ, ଫୁଲ ଫଳ, ଚନ୍ଦନ ସିନ୍ଦୂର ଆଦି ଅର୍ପଣ କରନ୍ତୁ। ତାପରେ ଦୁଇ ହାତ ଯୋଡ଼ି ମୁଣ୍ଡ ନୁଆଇଁ ପ୍ରଣାମ କରନ୍ତୁ। କେବେବି ଗୋଟେ ହାତ ଲଗାଇ ପ୍ରଣାମ କରିବା ଉଚିତ ନୁହେଁ। ଠାକୁର ଘରେ କେବେବି ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ।ଖଣ୍ଡିତ ମୂର୍ତ୍ତି ଘରେ ରହିବା ଦ୍ଵାରା ଘରେ କ୍ଳେଶ ଓ ଅଶାନ୍ତି ଲାଗି ରହିଥାଏ। ଏହାସହିତ ପରିବାର ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ। ତେଣୁ ଯଦି ଆପଣଙ୍କ ଘରେ ଖଣ୍ଡିତ ମୂର୍ତ୍ତି ରହିଛି, ତାହେଲେ ଏହାକୁ କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *